ବଦ୍ରିନାଥଧାମ : ବଲିଉଡ୍ ଚଳଚ୍ଚିତ୍ର ଅଭିନେତା ଅକ୍ଷୟ କୁମାର ରବିବାର ସକାଳେ ପୂର୍ବ ନିର୍ଦ୍ଧାରୀତ କାର୍ଯ୍ୟସୂଚୀ ଅନୁସାରେ ବଦ୍ରିନାଥ ଧାମ ଦର୍ଶନ ପାଇଁ ପହଂଚିଥିଲେ । ସେ ହେଲିପ୍ୟାଡରୁ ବଦ୍ରିନାଥ ମନ୍ଦିରରେ ପହଂଚିଥିଲେ ଏବଂ ଭଗବାନ ବଦ୍ରିବିଶାଳଙ୍କୁ ଦର୍ଶନ କରିଥିଲେ । ସେଠାରେ ସେ ବେଦପାଠ କରିବା ସହ ଠାକୁରଙ୍କ ପୂଜାର୍ଚ୍ଚନା କରିଥିଲେ । ଶ୍ରୀ ବଦ୍ରିନାଥ -କେଦାରନାଥ ମନ୍ଦିର ସମିତି ଉପାଧ୍ୟକ୍ଷ କିଶୋର ପଂବାର ତାଙ୍କୁ ହେଲିପ୍ୟାଡରେ ସ୍ୱାଗତ କରିଥିଲେ । ମନ୍ଦିରରେ ଭଗବାନ ବଦ୍ରିବିଶାଳଙ୍କ ପ୍ରସାଦ, ତୁଳସୀ ମାଳ ଭେଟି ଦେଇଥିଲେ ।
ଏହି ଅବସରରେ ଯାତ୍ରା ମାଜିଷ୍ଟ୍ରେଟ ଯୁକ୍ତା ମିଶ୍ରା, ପ୍ରଭାରୀ ଅଧିକାରୀ ଅନିଲ ଧ୍ୟାନୀ, ଧର୍ମାଧିକାରୀ ରାଧାକୃଷ୍ଣ ଥପଲିୟାଲ, ମନ୍ଦିର ଅଧିକାରୀ ରାଜେନ୍ଦ୍ର ଚୌହାନ, ଥାନା ପ୍ରଭାରୀ କେ.ସି. ଭଟ୍ଟ ପ୍ରମୁଖ ଉପସ୍ଥିତ ଥିଲେ । ଏହା ପୂର୍ବରୁ ଅଭିନେତା ଅକ୍ଷୟ କୁମାର ୨୩ ମଇରେ କେଦାରନାଥ ଧାମ ଦର୍ଶନ କରିଥିଲେ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now