ଟ୍ରେଣ୍ଡିଙ୍ଗ୍ ରେ କ୍ୟାଟ୍ରିନାଙ୍କ କରୱାଚୌଥ୍ ଲୁକ୍

ବଲିଉଡ୍ ରେ କରୱାଚୌଥ କେତେ ପ୍ରସିଦ୍ଧ ତାହା ସମସ୍ତଙ୍କୁ ଜଣା। ଗତକାଲି ବି-ଟାଉନ ର ସେଲିବ୍ରେଟିମାନେ ବହୁ ଧୁମ୍‌ଧାମ୍‌ରେ କରୱାଚୌଥ ପାଳନ କରିଛନ୍ତି। ଖାଲି ସେଲିବ୍ରେଟି କାହିଁକି ଅନ୍ୟମାନେ ମଧ୍ୟ ନିଜ ପତିଙ୍କ ମଙ୍ଗଳ କାମନା ପାଇଁ କରୱାଚୌଥ ବ୍ରତ ପାଳିଥିଲେ। ରାତିରେ ଚାନ୍ଦ ପୂଜାକରି ନିଜ ବ୍ରତ ଭାଙ୍ଗିଥିଲେ। ତେବେ ଏହି ଅବସରରେ ବି ଟାଉନର ବିବାହିତା ଅଭିନେତ୍ରୀମାନେ ନିଜ ନିଜର କରୱାଚୌଥ ଲୁକ୍‌ରେ ନଜର ଆସିଥିଲେ। ନିଜ କରୱାଚୌଥ ଲୁକ୍‌କୁ ସୋସିଆଲ ମିଡିଆରେ ପୋଷ୍ଟ କରି ବେଶ୍ ଚର୍ଚ୍ଚାରେ ଅଛନ୍ତି ସେଲିବ୍ରେଟି। ତେବେ ଏହିସବୁ ମଧ୍ୟରୁ ଯାହା ଲୁକ୍‌ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେଉଛି ସେ ହେଉଛନ୍ତି କ୍ୟାଟ୍ରିନା କୈଫ୍। କ୍ୟାଟ୍ରିନା ତାଙ୍କ କରୱାଚୌଥ ଲୁକ୍‌ ପାଇଁ ସବୁଆଡେ ଟ୍ରେଡିଙ୍ଗ୍ ରେ ଅଛନ୍ତି। ପିଙ୍କ୍ ଶାଢୀ ସହ ବେକରେ ମଙ୍ଗଳସୂତ୍ର ଏବଂ ମଥାରେ ସିନ୍ଦୂର ଲଗାଇ ପୂରା ହିନ୍ଦୁ ଘରର ନୂଆ ବୋହୂ ପରି ଲାଗୁଥିଲେ କ୍ୟାଟ୍ରିନା। ନିଜ ସ୍ୱାମୀ ଓ ପରିବାର ସହ କରୱାଚୌଥ ପାଳନ କରିଛନ୍ତି କ୍ୟାଟ୍ରିନା। ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *