ଗୋଲଡେନ୍ ଗ୍ଲୋବ୍ସ ଆଓ୍ୱାର୍ଡ ଓ ବିବାଦ

Spread the love

() ଗୋଲଡେନ୍ ଗ୍ଲୋବ୍ସ ଆଓ୍ୱାର୍ଡ। ହଲିଉଡର ପ୍ରତିଷ୍ଠିତ ଆଓ୍ୱାର୍ଡ ଭିତରୁ ଅନ୍ୟତମ। କିନ୍ତୁ ଏହି ଆଓ୍ୱାର୍ଡକୁ ନେଇ ଅନେକ ବିବାଦ ଉଠିଛି। ଗଲାବର୍ଷ ତ ରଙ୍ଗ ଓ ଲିଙ୍ଗ ଭେଦଭାବକୁ ନେଇ ସାଙ୍ଘାତିକ ଆରୋପ ଆସିଥିଲା। ବୈଷମ୍ୟବାଦ ଓ ଲିଙ୍ଗଗତ ଭେଦଭାବକୁ ନେଇ ହଲିଉଡ୍ ଷ୍ଟାର୍ ଟ୍ରମ କ୍ରୁଜଙ୍କୁ ବି ବହିଷ୍କାର କରିଦିଆଯାଇଥିଲା। ଏନସିବି ବି ଆଓ୍ୱାର୍ଡକୁ ବୟକଟ୍ କରିବା ସହ ଏହାର ଲାଇଭ ଷ୍ଟ୍ରିମିଂକୁ ବନ୍ଦ କରିଦିଆଯାଇଥିଲା।

୮୦ ବର୍ଷରେ ପଦାର୍ପଣ କରିଛି ହଲିଉଡ୍ ଫରେନ୍ ପ୍ରେସ୍ ଆସୋସିଏସନ। ଆଉ ୮୦ ତମ ଗୋଲଡେନ ଗ୍ଲୋବ୍ସ ଆଓ୍ୱାର୍ଡକୁ ଏଥର ପୁରା ଶୃଙ୍ଖଳିତ ଓ ଢଙ୍ଗରେ କରିବାକୁ ନିଷ୍ପତ୍ତି ନେଇଥିଲା। ହଲିଉଡ୍ ଆକ୍ଟର ତଥା କମେଡ଼ିଆନ ଜେରୋଡ୍ କାର୍ମିକାଲଙ୍କୁ ହୋଷ୍ଟ ଦାୟିତ୍ୱ ଦିଆଯାଇଥିଲା। ଗଲା ବର୍ଷ ଗୋଲଡେନ୍ ଗ୍ଲୋବ୍ସ ଆଓ୍ୱାର୍ଡ ବହୁ ବିବାଦରେ ପେଶି ହୋଇଥିଲା। ବୈଷମ୍ୟବାଦ, ଲିଙ୍ଗଗତ ଭେଦଭାବକୁ ନେଇ ଛନ୍ଦି ହୋଇଯାଇଥିଲା ଗୋଲଡେନ୍ ଗ୍ଲୋବ୍ସ ଆଓ୍ୱାର୍ଡ। ଅନେକ ଷ୍ଟୁଡିଓ, ନେଟଓ୍ୱର୍କ, ଷ୍ଟାରସ ଓ ପବ୍ଲିସିଟି ସଂସ୍ଥା ଏହି ଆଓ୍ୱାର୍ଡ ପ୍ରୋଗ୍ରୋମକୁ ବୟକଟ୍ କରିଥିଲେ। ଏନବିସି ତ ଏହି ପ୍ରୋଗ୍ରାମର ଲାଇଭ ଷ୍ଟ୍ରିମିଂ କରିବାକୁ ମନା କରିଦେଇଥିଲା। ନା କୌଣସି ସେଲିବ୍ରିଟି ଥିଲେ ନା ଥିଲା ରେଡ୍ କାର୍ପେଟ୍। ସେଥିଲାଗି ତ ଏଥର ଫରେନ୍ ପ୍ରେସ୍ ଆସୋସିଏସନ ସଂସ୍କାର ଆଣିଥିଲା। ୟୁଏସର ୨୧ ସାମ୍ୱାଦିକଙ୍କୁ ସାମିଲ୍ କରିଛି। ଯେଉଁଥିରେ ୬ ଜଣ ବ୍ଲାକ୍ ଆମେରିକାନ୍ ବି ଅଛନ୍ତି। ୬୨ଟି ଦେଶର ପ୍ରତିନିଧି ଭାବେ ୧୦୩ ଜଣ ନୂଆ ମେମ୍ୱରକୁ ସାମିଲ୍ କରାଯାଇଥିଲା। ଭୋଟିଂ ପାଇଁ ୨ଶହ ମେମ୍ୱର ଥିଲେ। ଭୋଟିଂ ସଦସ୍ୟଙ୍କ ଭିତରେ ୫୨ ପ୍ରତିଶତ ମହିଳା, ୧୨ ପ୍ରତିଶତ ଏସିଆନ୍, ୧୦ ପ୍ରତିଶତ ବ୍ଲାକ୍ ଓ ୧୦ ପ୍ରତିଶତ ମିଡିଲ ଇଷ୍ଟର୍ଣ୍ଣରୁ ପ୍ରତିନିଧିତ୍ୱ ଥିଲା। ସେଥିଲାଗି ତ ଯେତେବେଳେ ହୋଷ୍ଟ ଜେରୋଡ ନିଜକୁ ଇଣ୍ଟ୍ରୋଡ୍ୟୁସ କରିଥିଲେ, ସମବେତ ଦର୍ଶକଙ୍କ ଉଦ୍ଦେଶ୍ୟରେ କହିଥିଲେ କି, ସେ ଏହି ମଞ୍ଚରେ କାହିଁକି ଅଛନ୍ତି। କାରଣ ସେ କଳା।

ଗଲା ୭୯ ବର୍ଷ ହେଲା ଜଣେ ହେଲେ ବି ବ୍ଲାକ୍ ହୋଷ୍ଟ ନଥିଲେ ଗୋଲଡେନ୍ ଗ୍ଲୋବ୍ସ ଆଓ୍ୱାର୍ଡରେ। ମେ ୨୦୨୧ରେ ଏନବିସି ୨୦୨୨ର ସୋ କୁ ଲାଇଭ ଷ୍ଟ୍ରିମିଂ କରିବନି ବୋଲି କହିଥିଲା। ହଲିଉଡ୍ ଫରେନ୍ ପ୍ରେସ୍ ଆସୋସିଏସନ ୨୦୨୧ ସୁଦ୍ଧା କୌଣସି ବ୍ଲାକ୍ ମେମ୍ୱରକୁ ରଖିନଥିଲା। ପ୍ରାୟ ୨୦ ବର୍ଷ ହେଲା ଏଥିରେ କୌଣସି ପରିବର୍ତ୍ତନ ହୋଇନଥିଲା। ସେଥିଲାଗି କୁଆଡ଼େ ଆଓ୍ୱାର୍ଡ ପାଇବାକୁ ବିଗ୍ ଡିଲ୍ ହେଉଥିଲା ବୋଲି ଅପବାଦ ଥିଲା ଏଫପିଏ ଉପରେ। ଏକଛତ୍ରବାଦ ଚାଲିଥିଲା। ସେମାନେ ହିଁ ନିଷ୍ପତ୍ତି ନେଉଥିଲେ କିଏ ପାଇବ କିଏ ନୁହେଁ। ୨୦୨୧ ନୋମିନେସନ ବେଳକୁ ଏହି ବିବାଦ ଅଧିକ ତେଜିଥିଲା। ୨୦୧୧ରେ ଏଚଏଫପିଏର ଦୀର୍ଘ ସମୟ ଧରି ପବ୍ଲିସିଟି ଦାୟିତ୍ୱରେ ଥିବା ମାଇକେଲ୍ ରସେଲ୍ ତ ସାଙ୍ଘାତିକ ଅଭିଯୋଗ ଆଣିଥିଲେ। କୁଆଡ଼େ ଆସୋସିଏସନ ମେମ୍ୱର ଆଓ୍ୱାର୍ଡ ଦେବାକୁ ନିର୍ଦ୍ଦିଷ୍ଟ ପ୍ରଯୋଜକଙ୍କଠୁ ଲାଞ୍ଚ ଆକାରରେ ଟଙ୍କା, ଭାକେସନ ଟ୍ରିପ୍, ଗିଫ୍ଟ ନେଉଥିବାର ଅଭିଯୋଗ କରି ଅଦାଲତର ଦ୍ୱାରସ୍ଥ ହୋଇଥିଲେ। ଅବଶ୍ୟ ଏହାର ପ୍ରମାଣ ନ ମିଳିବାରୁ ୨୦୧୩ରେ ସୁଟ୍ ସେଟଲମେଣ୍ଟ ହୋଇଥିଲା। କେବଳ ଏତିକି ନୁହେଁ,  ନେଟ୍‌ଫ୍ଲିକ୍ସ ସିରିଜ ଏମିଲି ଇନି ପାରିସ ୨୦୨୧ ପାଇଁ ଗୋଲଡେନ ଗ୍ଲୋବ୍ସ ଆଓ୍ୱାର୍ଡରେ ଦୁଇଟି ନୋମିନେସନ ପାଇବାକୁ କୁଆଡ଼େ ୨୦୧୯ରେ ୩୦ ଏଚଏଫପିଏ ସଦସ୍ୟଙ୍କୁ ଫ୍ରାନ୍ସ ଭ୍ରମଣ କରିବାକୁ ଗିଫ୍ଟ ଦେଇଥିଲା। କେବଳ ଏତିକି ନୁହେଁ, ଆଓ୍ୱାର୍ଡ ଲାଗି ଯୌନ ସମ୍ପର୍କ ରଖିବାକୁ ବାଧ୍ୟ କରାଯାଉଥିବାର ସାଙ୍ଘାତିକ ଆରୋପ ଆସିଛି ଏଚଏଫପିଏ ଉପରେ।

ଶହେରୁ ବେଶି ପବ୍ଲିକ ରିଲେସନ ଫାର୍ମ ତ ଏକଦା ଘୋଷଣା କରିଥିଲେ କି, ଗୋଲଡେନ ଗ୍ଲୋବ୍ସ କାର୍ଯ୍ୟକ୍ରମରେ ସେମାନେ ସହଯୋଗ କରିବେନି। ଆକ୍ଟର ଟମ୍ କ୍ରୁଜ୍ ଓ ସ୍କାରଲେଟ୍ ଜୋହନସନ ଘୋଷଣା କରିଥିଲେ କି, ସେମାନେ ବୟକଟ୍ କରିବେ। ଏପରିକି ଟପ୍ ଗନ୍ସ କ୍ରୁଜ୍ ତ ପାଇଥିବା ତିନୋଟି ଗୋଲ୍ଡେନ ଗ୍ଲୋବ ପ୍ରାଇଜ୍ ଫେରାଇଦେବାକୁ ଘୋଷଣା କରି ପ୍ରତିବାଦ କରିଥିଲେ।

ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *