ରିଲିଜ୍ ହେଲା ଆଦିପୁରୁଷ

Spread the love

ମୁମ୍ୱାଇ  : ଶୁକ୍ରବାର ରିଲିଜ୍ ହୋଇଛି ହାଇବଜେଟ୍ ତଥା ବହୁ ପ୍ରତୀକ୍ଷିତ ଫିଲ୍ମ ‘ଆଦିପୁରୁଷ’ । ପ୍ରଥମ ଦିନରେ ସାରା ଦେଶରେ ହିନ୍ଦୀ, ତେଲୁଗୁ, ତାମିଲ ସମେତ ୫ଟି ଭାଷାରେ ରିଲିଜ୍ ହୋଇଛି ପ୍ରଭାସଙ୍କ ‘ଆଦିପୁରୁଷ’ । ପ୍ରଥମ ଦିନ ପାଇଁ ପାଖାପାଖି ୭ ଲକ୍ଷରୁ ଅଧିକ ମଲ୍ଟି ପ୍ଲେକ୍ସ ଓ ଅଢ଼େଇ ଲକ୍ଷରୁ ଅଧିକ ସିଙ୍ଗଲ ସ୍କ୍ରିନ୍ ର ଟିକେଟ୍ ଆଡଭାନ୍ସ ବୁକିଂ ହୋଇଛି ।

ଏଥିରେ ସାଉଥ୍ ଷ୍ଟାର ପ୍ରଭାସଙ୍କୁ ପ୍ରଭୁ ଶ୍ରୀରାମଙ୍କ ଚରିତ୍ରରେ ଦେଖିବାକୁ ମିଳିବ । ସେହିପରି କୃତି ସେନନ୍ ଙ୍କୁ ମାଆ ସୀତା, ସନ୍ନି ସିଂଙ୍କୁ ଲକ୍ଷ୍ମଣ ଓ ରାବଣ ଭୂମିକାରେ ସୈଫ୍ ଅଲ୍ଲୀ ଖାନ ଅଭିନୟ କରିଛନ୍ତି । ରିଲିଜ୍ ପୂର୍ବରୁ ଏହି ଫିଲ୍ମ ବିବାଦରେ ଥିଲା । ପ୍ରଭୁ ଶ୍ରୀରାମ ଓ ଅନ୍ୟ ଚରିତ୍ରର ଚିତ୍ରଣକୁ ନେଇ ଖପ୍ପା ଥିଲେ ଫ୍ୟାନ୍ସ । ଏପରିକି ନିର୍ଦ୍ଦେଶକ ଓମ୍ ରାଉତ ସିନେମାର ରିଲିଜ୍ ଡେଟ୍ ଦୁଇ ଥର ଘୁଂଚାଇଥିଲେ । ୬୦୦ କୋଟିରୁ ଅଧିକ ଟଙ୍କାରେ ନିର୍ମାଣ ହୋଇଥିବା ଏହି ଫିଲ୍ମ ଭାରତର ସବୁଠୁ ହାଇବଜେଟ୍ ସିନେମ।।ବୋଲି କୁହାଯାଉଛି ।

Leave a Reply

Your email address will not be published. Required fields are marked *