ସୁସ୍ମିତା ସେନ୍ ଷ୍ଟାରର୍ ୱେବ୍ ସିରିଜ୍ ‘ତାଲି’ର ଟିଜର ରିଲିଜ୍

Spread the love

ଅଭିନେତ୍ରୀ ସୁସ୍ମିତା ସେନ୍ ଆଜିକାଲି ତାଙ୍କର ଆଗାମୀ ୱେବ୍ ସିରିଜ୍ ‘ତାଲି’କୁ ନେଇ  ଚର୍ଚ୍ଚାରେ ଆଛନ୍ତି । ତାଙ୍କର ଏହି ୱେବ୍ ସିରିଜ୍ ଅଗଷ୍ଟ ୧୫ ରେ ମୁକ୍ତିଲାଭ କରିବ । ଏହି ୱେବ୍ ସିରିଜର ଟିଜର ନିକଟରେ ରିଲିଜ୍ ହୋଇଛି ।

‘ତାଲି’ ୱେବ୍ ସିରିଜ୍ ଜଣେ ସାମାଜ ସେବୀ କ ଗୌରୀ ସାୱନ୍ତଙ୍କ ଉପରେ ଆଧାରିତ, ଯିଏ କ୍ରମାଗତ ଭାବରେ ସମାଜର ତୃତୀୟ ଶ୍ରେଣୀ ସୋକଙ୍କ ପାଇଁ କାମ କରନ୍ତି । ଏଥିରେ ସୁସ୍ମିତା ସେନ୍ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି । ଏହି ୱେବ୍ ସିରିଜ୍ ର ଟିଜର ବର୍ତ୍ତମାନ ଚର୍ଚ୍ଚାରେ ଅଛି। ନିକଟରେ ରିଲିଜ୍ ହୋଇଥିବା ଏହି ଟିଜରରେ ଗୌରୀ ସାୱନ୍ତଙ୍କ ପରିଚୟରୁ ଆରମ୍ଭ ହୋଇଛି ।

ଏଥିରେ ସୁସ୍ମିତା ସେନଙ୍କ ଚମତ୍କାର ଲୁକ୍ ମଧ୍ୟ ଦେଖିବାକୁ ମିଳିଛି । ଏହି ୱେବ୍ ସିରିଜ୍ ରବି ଯାଦବଙ୍କ ଦ୍ୱାରା ନିର୍ଦ୍ଦେଶିତ । ଏହା କ୍ଷିତିଜ ପାଟୱରଧନ୍ ଙ୍କ ଦ୍ୱାରା ଲିଖିତ । ଏହି ସିରିଜଟି ଜିଓ ସିନେମାରେ ପ୍ରଦର୍ଶିତ ହେବ ଯେଉଁଥିରେ ସମୁଦାୟ ୬ ଟି ଏପିସୋଡ୍ ରହିବ ।

Leave a Reply

Your email address will not be published. Required fields are marked *