ସଲମାନ ଖାନ ଓ ଶାହରୁଖ ଖାନଙ୍କ ପରେ ଏବେ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ମଧ୍ୟ ଧମକ ମିଳିଛି । ପାକିସ୍ତାନୀ ଡନ୍ ଶାହଜାଦ ଭଟ୍ଟି ଦୁବାଇରୁ ତାଙ୍କୁ ଧମକ ଦେଇଛନ୍ତି । ନେତା ତଥା ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ସେ ଧମକ ଦେଇ କହିଛନ୍ତି ଯେ ଯଦି ୧୫ ଦିନ ମଧ୍ୟରେ କ୍ଷମା ନ ମାଗନ୍ତି, ତେବେ ଏହାର ପରିଣାମ ଭୋଗିବାକୁ ପଡ଼ିବ ।ଶାହଜାଦ ଭଟ୍ଟି ଦୁବାଇରୁ ଦୁଇଟି ଭିଡିଓ ଜାରି କରିଛନ୍ତି । ଗୋଟିଏରେ ସେ ମିଥୁନଙ୍କୁ ଧମକ ଦେଉଥିବାର ଦେଖାଯାଉଛନ୍ତି । ଅନ୍ୟଟିରେ ସେ ତାଙ୍କର ଭାଷଣ ଉପରେ ନିଜର ଡଏଲଗ୍ କହୁଛନ୍ତି ।ସୂଚନା ଯେ ଗତ ଅକ୍ଟୋବର ୨୭ରେ କୋଲକାତାରେ ଏକ ରାଲି ସମୟରେ ମିଥୁନ ଚକ୍ରବର୍ତ୍ତୀ ଉତ୍ତେଜନାମୂଳକ ଭାଷଣ ଦେଇଥିଲେ । ଉତ୍ତର ୨୪ ପରଗାନା ଜିଲ୍ଲାରେ ଏକ କାର୍ଯ୍ୟକ୍ରମ ବେଳେ ସେ ଏମିତି ଭାଷଣ ଦେଇଥିଲେ, ଯାହା ପରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ମିଥୁନଙ୍କ ଭାଷଣକୁ ନେଇ ଭଟ୍ଟି ରାଗିଯାଇଥିଲେ । ଏବେ ଧମକପୂର୍ଣ୍ଣ ଭିଡିଓ ଜାରି କରି ସେ ତାଙ୍କୁ କ୍ଷମା ମାଗିବାକୁ କହିଛନ୍ତି ।କୁହାଯାଉଛି ଯେ ଭଟ୍ଟି, ଲରେନ୍ସ ବିଷ୍ଣୋଇଙ୍କ ଘନିଷ୍ଠ । ଇଦ୍ ଅବସରରେ ସେ ବିଷ୍ଣୋଇଙ୍କୁ ଜେଲରେ ଭିଡିଓ କଲ୍ କରିଥିଲେ । ସେ ଏହା ମଧ୍ୟ ଦାବି କରିଛନ୍ତି କି, ସଲମାନ ଓ ଲରେନ୍ସଙ୍କ ମଧ୍ୟରେ ଆପୋଷ ବୁଝାମଣା କରିବାକୁ ସେ ଚେଷ୍ଟା କରିଥିଲେ । ଭଟ୍ଟି ପାକିସ୍ତାନୀ ଗ୍ୟାଙ୍ଗଷ୍ଟାର ଫାରୁଖ ଖୋଖରଙ୍କ ଡାହାଣ ହାତ ବୋଲି ବିବେଚନା କରାଯାଏ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now