ଆଜି ଅପରାହ୍ନ ୪ଟାରେ ଫିଲ୍ମ ‘ଦ ସାବରମତି ରିପୋର୍ଟ ଦେଖିବେ ପିଏମ୍ ମୋଦି । ପୂର୍ବରୁ ଏହି ଫିଲ୍ମକୁ ପ୍ରଶଂସା କରିସାରିଛନ୍ତି । ଏଥିରେ ବିକ୍ରାନ୍ତ ମେସି ମୁଖ୍ୟ ଭୂମିକାରେ ଅଛନ୍ତି । ଗୁଜରାଟର ବହୁଚର୍ଚ୍ଚିତ ୨୦୦୨ ଗୋଧ୍ରା କାଣ୍ଡ ଉପରେ ଏହି ଫିଲ୍ମ ଆଧାରିତ । ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀର ବାଲଯୋଗୀ ଅଡିଟୋରିୟମରେ ଏହି ଫିଲ୍ମ ଦେଖିବେ ।ନଭେମ୍ବର ୧୫ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା । ଫିଲ୍ମ ରିଲିଜ୍ ସମୟରେ ପିଏମ୍ ମୋଦି ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ରେ ଏହାକୁ ପ୍ରଶଂସା କରିଥିଲେ । ସେ ନିଜ ପୋଷ୍ଟରେ କହିଥିଲେ ଯେ ‘ଏହା ଏକ ଭଲ କଥା । ଏବେ ସତ ସାମ୍ନାକୁ ଆସୁଛି ଏବଂ ଏମିତି ଯେ ସାଧାରଣ ଲୋକ ମଧ୍ୟ ଏହାକୁ ଦେଖିପାରିବେ । ଏକ ନକଲି କାହାଣୀ କେବଳ ଅଳ୍ପ ସମୟ ପାଇଁ ରହିଥାଏ । ଶେଷରେ ତଥ୍ୟଗୁଡ଼ିକ ହିଁ ସାମ୍ନାକୁ ଆସିଯାଏ’ ।ଏକ ପୋଷ୍ଟ ରିଟ୍ୱିଟ୍ କରିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ଫିଲ୍ମର ପ୍ରଶଂସା କରିଥିଲେ । ଫିଲ୍ମକୁ ନେଇ ଜଣେ ସାମ୍ବାଦିକ ଏହି ପୋଷ୍ଟ କରିଥିଲେ । କେବଳ ପିଏମ୍ ମୋଦି ନୁହନ୍ତି, ଗୃହମନ୍ତ୍ରୀ ଅମିତ୍ ଶାହା ମଧ୍ୟ ‘ସାବରମତି ରିପୋର୍ଟ’କୁ ପ୍ରଶଂସା କରିଛନ୍ତି ।ଏହି ଫିଲ୍ମକୁ କେତେକ ରାଜ୍ୟରେ ଟିକସମୁକ୍ତ କରାଯାଇଛି । ପ୍ରାୟ ୫୦ କୋଟି ଟଙ୍କା ବଜେଟରେ ନିର୍ମାଣ ହୋଇଥିବା ଏହି ଫିଲ୍ମରେ ବିକ୍ରାନ୍ତ ମେସିଙ୍କ ସହ ରିଦ୍ଧି ଡୋଗ୍ରା, ରାଶି ଖାନ୍ନା ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି ।ସେପଟେ ଏହାରି ମଧ୍ୟରେ ଅଭିନେତା ବିକ୍ରାନ୍ତ ମେସି ଡିସେମ୍ବର ୧ରେ ଇଣ୍ଡଷ୍ଟ୍ରି ଛାଡ଼ିଥିବା ନେଇ ଘୋଷଣା କରିଛନ୍ତି । ବିକ୍ରାନ୍ତଙ୍କ ଏହି ଘୋଷଣା ଫ୍ୟାନ୍ସ ଏବଂ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now