ବଲିଉଡର ଲୋକପ୍ରିୟ ଗାୟିକା ଅଲକା ୟାଗ୍ନିକ ବିରଳ ନ୍ୟୁରାଲ ନର୍ଭ ହିଅରିଂ ଲସ୍ ରୋଗରେ ପୀଡ଼ିତ ହୋଇଛନ୍ତି। ଏନେଇ ଅଲକା ନିଜେ ସୋସିଆଲ ମିଡିଆରେ ସମସ୍ତଙ୍କୁ ଜଣାଇଛନ୍ତି। ବିରଳ ନ୍ୟୁରୋ ଡିସଅର୍ଡର ରୋଗରେ ପୀଡ଼ିତ ହେବାପରେ ଅଲକା ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରି ଲେଖିଛନ୍ତି,‘ ମୋର ସମସ୍ତ ବନ୍ଧୁ, ପ୍ରଶଂସକ ଓ ଶୁଭଚିନ୍ତକଙ୍କୁ କହିବାକୁ ଚାହୁଁଛି କି କିଛି ଦିନ ପୂର୍ବରୁ ମୁଁ ବିମାନ ଯାତ୍ରା କରିଥିଲି। ଏହି ଯାତ୍ରା ପରେ ମୁଁ ଯେତେବେଳେ ବାହାରକୁ ଆସିଲି ମୋତେ କିଛି ଶୁଣାଗଲା ନାହିଁ’। ସେ ଆହୁରି କହିଛନ୍ତି ଯେ, “ଭାଇରାଲ୍ ଆଟାକ୍ କାରଣରୁ ଡାକ୍ତରମାନେ ମୋତେ ଏକ ବିରଳ ନ୍ୟୁରଳ ନର୍ଭ ହିଅରିଂ ରୋଗ ଚିହ୍ନଟ କରିଛନ୍ତି। ମୁଁ ଏଥିରୁ ମୁକ୍ତି ପାଇବାକୁ ଚେଷ୍ଟା କରୁଛି। ଦୟାକରି ମୋ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରନ୍ତୁ। କେବଳ ଏତିକି ନୁହେଁ, ନିଜ ରୋଗ ବାବଦରେ ଲୋକଙ୍କୁ ଜଣାଇବା ସହ ସଚେତନ ମଧ୍ୟ କରାଇଛନ୍ତି ଅଳକା। ଉଚ୍ଚ ଶବ୍ଦରେ ଗୀତ ନ ଶୁଣିବା ସହ ହେଡ୍ ଫୋନ୍ ନ ଦେବାକୁ ଅନୁରୋଧ କରିଛନ୍ତି।

Naxatra News is now on Whatsapp
Join and get latest news update delivered to you via whatsapp
Join Now