ଆରଆରଆର ପାଇଁ ରାଜା ମୌଲିଙ୍କୁ ଏନୱାଇଏଫସିସି ପୁରସ୍କାର

Spread the love

ନୂଆଦିଲ୍ଲୀ: ଫିଲ୍ମ ନିର୍ଦ୍ଦେଶକ ଏସଏସ ରାଜାମୌଲି ବିଦେଶରେ ସମ୍ମାନିତ।  ଆମେରିକାରେ ନ୍ୟୁୟର୍କ ଫିଲ୍ମ କ୍ରିଟିକ୍ସ ସର୍କଲ ଆଓ୍ବାର୍ଡ(ଏନ୍‌ଓ୍ବାଇଏଫ୍‌ସିସି)ରେ ରାଜାମୌଳିଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ସମ୍ମାନରେ ସମ୍ମାନିତ କରାଯାଇଚି। ତାଙ୍କ ନିର୍ଦ୍ଦେଶିତ  ସୁପରହିଟ ଫିଲ୍ମ ଆରଆରଆର ପାଇଁ ରାଜାମୌଲିଙ୍କୁ ଏହି ପୁରସ୍କାର ଦିଆଯାଇଛି। ନ୍ୟୁୟର୍କ ଫିଲ୍ମ କ୍ରିଟିକ୍ସ ସର୍କଲ ହେଉଛି  ଏକ ସମ୍ମାନସ୍ପଦ ସଂଗଠନ ଯାହା ଆମେରିକାର ଫିଲ୍ମ କ୍ରିଟିକ୍ସର ଅନ୍ୟତମ ପୁରାତନ ତଥା ସମ୍ମାନିତ ସଂସ୍ଥା। ଏହି ସଂଗଠନରେ ନ୍ୟୁୟର୍କର ୩୦ରୁ ଅଧିକ ମାଗାଜିନ୍‌ ଓ ଖବରକାଗଜର ଫିଲ୍ମ କ୍ରିଟିକ୍ସ ସଦସ୍ୟ ରହିଛନ୍ତି। ସେଥିପାଇଁ ଏନ୍ଓ୍ବାଇଏଫ୍‌ସିସି ଆଓ୍ବାର୍ଡକୁ ବହୁ ସମ୍ମାନିତ ବୋଲି ବିବେଚନା କରାଯିବ।

ଷ୍ଟେଭେନ ସ୍ପିଲବର୍ଗ, ଡାରୋନ ଆରୋନୋଫସ୍କର, ସାରା ପଲେଇ, ଗିନା ପ୍ରିନ୍ସ ପ୍ରମୁଖଙ୍କୁ ପଛରେ ପକାଇ ଏହି ସମ୍ମାନର ଅଧିକାରୀ ହୋଇଛନ୍ତି।  ଏହି ସମ୍ମାନକୁ ନେଇ ଆରଆରଆର ଟିମ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି। ଏହି ସମ୍ମାନ ପାଇଁ ପୂରା ଟିମ ବେଶ ଆନନ୍ଦିତ ଥିବା ବେଳେ ନିଜର ଖୁସି ବ୍ୟକ୍ତ କରିବାକୁ ଭାଷା ନ ଥିବା ଉଲ୍ଲେଖ କରାଯାଇଛି।

ରାଜାମୌଲିଙ୍କ ଏହି ଫିଲ୍ମରେ ରାମ ଚରନ ଓ ଜୁନିଅର ଏନଟିଆର ମୁଖ୍ୟ ଭୂମିକା ତୁଲାଇଛନ୍ତି। ଏହି ଫିଲ୍ମ ୧୨ଶହ କୋଟିରୁ ଅଧିକ ଆୟ କରିଛି। ନିକଟରେ ଆରଆରଆର ୟୁଏସ, ଜାପାନରେ ମୁକ୍ତିଲାଭ କରିଥିବା ବେଳେ ସେଠାକାର ଦର୍ଶକଙ୍କ ଦ୍ବାରା ଆଦୃତଲାଭ କରିଥିଲା। ଏହି ଫିଲ୍ମଟି ସ୍ବାଧୀନତା ସଂଗ୍ରାମୀ ଅଲୁରି ସିତାରାମ ରାଜୁ ଓ କୋମରାମ ଭିମଙ୍କ ଜୀବନୀ ଉପରେ ଆଧାରିତ।

ଚଳିତ ବର୍ଷ ମାର୍ଚ୍ଚ ୨୫ରେ ସାରା ଦେଶର ହଜାର ହଜାର ଥିଏଟରରେ ଏହି ପିଲ୍ମକୁ ରିଲିଜ କରାଯାଇଥିଲା। ଏହି ଫିଲ୍ମରେ ରାମ ଚରନ ଓ ଜୁନିଅର ଏନଟିଆରଙ୍କ ସହ ଆଲିଆ ଭଟ୍ଟ, ଅଜୟ ଦେବଗନ, ଶ୍ରୀୟା ଶରନ, ରଏ ଷ୍ଟେଭେନସନ, ଆଲିସନ ଡୁଡି ଓ ଓଲିଭିଆ ମୋରିସଙ୍କୁ ମଧ୍ୟ ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *