ଘୁଞ୍ଚିଲା ଚଳଚ୍ଚିତ୍ର ‘ଆନିମଲ’ର ରିଲିଜ ଡେଟ

Spread the love

ଅଭିନେତା ରଣବୀର କପୁର ଏବଂ ରଶ୍ମିକା ମନ୍ଦନାଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ଆକ୍ସନ୍-ଥ୍ରୀଲର ଚଳଚ୍ଚିତ୍ର ‘ଆନିମଲ’ ଆଉ ଅଗଷ୍ଟ 11 ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ନାହିଁ । ନୂତନ ରିଲିଜ୍ ଡେଟ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ । ସେହି ଦିନ ସନ୍ନି ଦେଓଲଙ୍କ ‘ଗଦର ୨’ ଏବଂ ଅକ୍ଷୟ କୁମାରଙ୍କ ‘ଓ ମାଇଁ ଗଡ ୨’ ରିଲିଜ ହେବ । ପୂର୍ବରୁ ଦୁଇଟଜାକ ଚଳଚ୍ଚିତ୍ର ଏକା ଦିନରେ ବକ୍ସ ଅଫିସରେ ‘ଆନିମଲ’ ସହିତ ସଂଘର୍ଷ ହେବାର ଥିଲା, ଯାହା ବର୍ତ୍ତମାନ ସ୍ଥଗିତ ରଖାଯାଇଛି ।

ସନ୍ଦୀପ ରେଡ୍ଡୀ ବାଙ୍ଗାଙ୍କ ନିର୍ଦ୍ଦେଶିତ ‘ଆନିମଲ’ରେ ଅନିଲ କପୁର, ବବି ଦେଓଲ ଏବଂ ରଶ୍ମିକା ମନ୍ଦନା ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ‘ଆନିମଲ’, ‘ଗଦର ୨’ ଏବଂ ‘ଓ ମାଇଁ ଗଡ ୨’ ମଧ୍ୟରେ ବକ୍ସ ଅଫିସରେ ସଂଘର୍ଷରେ କିଏ ଅଧିକ କଷ୍ଟ ପାଇବ ସେନେଇ ଅନେକ ଚର୍ଚ୍ଚା ହେଉଥିଲା। ଫିଲ୍ମ ଆନାଲିଷ୍ଟ ତରନ ଆଦର୍ଶ ଟ୍ୱିଟରରେ ଏହି ଅପଡେଟ୍ ସେୟାର କରିଛନ୍ତି । ସେ ତାଙ୍କ ଟ୍ୱିଟରେ କହିଛନ୍ତି ଯେ, ଅଭିନେତା ରଣବୀର କପୁର ଏବଂ ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ବାଙ୍ଗାଙ୍କ ‘ଆନିମଲ’ ଅଗଷ୍ଟ 11 ରେ ମୁକ୍ତିଲାଭ କରିବ ନାହିଁ । ଫିଲ୍ମର ରିଲିଜ୍ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ଆଗାମୀ ଦିନରେ ଏକ ନୂତନ ରିଲିଜ୍ ତାରିଖ ଘୋଷଣା କରାଯିବ ।

ଗତ ମାସରେ, ‘ଆନିମଲ’ ଦଳ ପ୍ରି-ଟିଜର ସେୟାର କରିଥିଲେ । ଭିଡିଓରେ ରଣବୀର ହାତରେ କୁରାଢି ଧରି ଗୋଷ୍ଠୀ ସହ ଲଢୁଥିବା ନଜର ଆସିଛନ୍ତି । ଫିଲ୍ମର ପଷ୍ଟ ଲୁକ୍ ପୋଷ୍ଟରରେ ରଣବୀର ହାତରେ କୁରାଢି ଧରି କାନ୍ଧରେ ରକ୍ତରେ ଆଚ୍ଛାଦିତ ହୋଇଥିବା ନଜର ଆସିଛନ୍ତି । ପ୍ରଥମ ଥର ପାଇଁ ରଣବୀର କପୁର ଏବଂ ରଶ୍ମିକା ମନ୍ଦନା ଏକାଠି ବଡ ପରଦାରେ ନଜର ଆସିବେ । ଏହି ଚଳଚ୍ଚିତ୍ରରେ ବବି ଦେଓଲ, ସୌରଭ ଶୁକ୍ଲା ଏବଂ ଅନିଲ କପୁର ମଧ୍ୟ ଅଭିନୟ କରିଛନ୍ତି ।

Leave a Reply

Your email address will not be published. Required fields are marked *