‘ଜୱାନ’କୁ ନେଇ ଚର୍ଚ୍ଚା

Spread the love

ବଲଉଡ ସୁପରଷ୍ଟାର ସାହାରୁଖ ଖାନ୍। ବର୍ତ୍ତମାନ କିଙ୍ଗ୍ ଖାନଙ୍କୁ ନେଇ ଚାରିଆଡେ ଚର୍ଚ୍ଚା ହେଉଛି। ଶାହାରୁଖଙ୍କ ଫିଲ୍ମ ‘ଜୱାନ’ ଘୋଷଣା ହେବା ଦିନଠାରୁ ଏହି ଫିଲ୍ମକୁ ନେଇ ଫ୍ୟାନ୍ସମାନଙ୍କ ମଧ୍ୟରେ କ୍ରେଜ ଦେଖିବାକୁ ମିଳିଛି। ଏହି ଫିଲ୍ମର ପ୍ରଥମ ଝଲକ ସାମ୍ନାକୁ ଆସିବା ପରେ ଫ୍ୟାନ୍ସମାନେ ଫିଲ୍ମର ରିଲିଜକୁ ଉତ୍ସାହର ସହ ଅପେକ୍ଷା କରିକି ଅଛନ୍ତି। ଏହା ସହ ଫିଲ୍ମକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି।

ନିକଟରେ ଖବର ଆସିଛି ଯେ, ଶାହାରୁଖ ଖାନଙ୍କ ଫିଲ୍ମ ଜୱାନ ସିନେମା ଘରେ ରିଲିଜ ହେବା ସଙ୍ଗେ ସଙ୍ଗେ OTT ପ୍ଲାଟଫର୍ମରେ ମଧ୍ୟ ରିଲିଜ୍‌ ହେବ। ଥିଏଟରରେ ଏହାକୁ ଦେଖିବା ସହିତ, ଆପଣ ଘରେ ବସି ଏହି ଚଳଚିତ୍ରକୁ ଉପଭୋଗ କରିପାରିବେ। ରିପୋର୍ଟ ଅନୁଯାୟୀ, ଜୱାନ ଫିଲ୍ମ OTT ପ୍ଲାଟଫର୍ମରେ ମୁକ୍ତିଲାଭ କରିବ, ଯେଉଁଥିପାଇଁ ନେଟଫ୍ଲିକ୍ସ ସହିତ ଫିଲ୍ମର ନିର୍ମାତାମାନେ ଏକ ଡିଲ୍ କରି ୧୨୦ କୋଟି ଟଙ୍କାରେ ଡିଜିଟାଲ ଅଧିକାରୀଙ୍କ ସହ ଡିଲ୍ ଫାଇନାଲ କରିଛନ୍ତି।

ଏହି ଫିଲ୍ମକୁ ନେଇ ମଧ୍ୟ ଆଉ ଏକ କବର ସାମ୍ନାକୁ ଆସିଥିଲା ଯେ, ଫିଲ୍ମରେ ଦୀପିକା ପାଦୁକୋନଙ୍କର ମଧ୍ୟ ଏଣ୍ଟ୍ରି ହେବ। ଯେଉଁଥିପାଇଁ ଶାହାରୁଖ ଦୀପିକାଙ୍କ ସହ ଫିଲ୍ମ ବିଷୟରେ କଥା ହୋଇଥିଲେ। ଏବଂ ଫିଲ୍ମ ଜୱାନ ପାଇଁ ଆପ୍ରୋଚ କରିଥିଲେ କିନ୍ତୁ ଏପର୍ଯ୍ୟନ୍ତ ଦୀପିକା ଏ ବିଷୟରେ କୌଣସି ବିବୃତ୍ତି ଦେଇନାହାନ୍ତି। କୁହାଯାଉଛି ଯେ, ଥଲାପଟୀ ବିଜୟଙ୍କୁ ମଧ୍ୟ ଏହି ଫିଲ୍ମରେ ଦେଖିବାକୁ ମିଳିବ। ଏହି ଆକ୍ସନ ଫିଲ୍ମରେ ଶାହାରୁଖ ଖାନଙ୍କ ସହିତ ସାଉଥର ବେଶ୍ ଜଣାଶୁଣା ଅଭିନେତ୍ରୀ ନୟନତାରା ମଧ୍ୟ ଏହି ଫିଲ୍ମ ମୁଖ୍ୟ ଭୂମିକାରେ ନଜର ଆସିବେ।

ଶୁଭଲକ୍ଷ୍ମୀ ସାହୁଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *