ରଣବୀର-ଶ୍ରଦ୍ଧାଙ୍କ ଶୁଟିଙ୍ଗ ସେଟ୍ ରେ ନିଆଁ

Spread the love

ମୁମ୍ୱାଇ ମାୟାନଗରୀରେ ଏକ ବଡ ଧରଣର ଦୁର୍ଘଟଣା। ବଲିଉଡ ଷ୍ଟାର ରଣବୀର କପୁର ଏବଂ ଶ୍ରଦ୍ଧା କପୁରଙ୍କ ସେଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଶୁକ୍ରବାର ସନ୍ଧ୍ୟାରେ ମୁମ୍ୱାଇର ଅନ୍ଧେରି ୱେଷ୍ଟର ଚିତ୍ରକୋଟ୍ ଷ୍ଟୁଡିଓରେ ଏହି ଅଘଟଣା ଘଟିଛି। ତେବେ ରଣବୀର ଓ ଶ୍ରଦ୍ଧାଙ୍କ ଆଗାମୀ ଫିଲ୍ମର ଏକ ଗୀତର ସୁଟିଂ ପାଇ ସେଟ୍‌ ଅପ୍ କରାଯାଉଥିଲା। ଏହି ସମୟରେ ଅଘଟଣ ଘଟିଥିଲା। ତେବେ ଘଟଣା ସ୍ଥଳରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ମୁମ୍ୱାଇ ସଦର ବଜାର ନିକଟରେ ଚିତ୍ରକୋଟ ଗ୍ରାଉଣ୍ଡରୁ ସ୍ତରର ଅଗ୍ନିକାଣ୍ଡ ଦେଖିବାକୁ ମିଳିଥିଲା। ଘଟଣା ସ୍ଥଳରୁ ଅନେକ ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ଅନ୍ଧେରି ଅଞ୍ଚଳରେ ନିଆଁର ପ୍ରଭାବ ଏତେ ଜୋରରେ ଥିଲା ଯେ, ପୁରା ଆକାଶ କଳାଧୂଆଁରେ ଢାଙ୍କି ହୋଇଯାଇଥିଲା।

ଖବର ପାଇ ଘଟଣା ସ୍ଥଳରେ ୧୦ଟି ଅଗ୍ନିସମବାହିନ ଗାଡି ଏବଂ ୨ଟି ଜଳ ଟ୍ୟାଙ୍କର ଆସି ନିଆଁକୁ ଆୟତ୍ତ କରିବାରେ ନିୟୋଜିତ ହୋଇଥିଲେ। ଏହି ଘଟଣା କୋଣସି କ୍ଷୟକ୍ଷତି ହୋଇନାହିଁ ନଥିବା ସୂଚନା ମିଳିଛି। ଲବ ରଞ୍ଜନଙ୍କ ଫିଲ୍ମରେ ପ୍ରଥମ ଥର ପାଇଁ ରଣବୀର କପୁର ଏବଂ ଶ୍ରଦ୍ଧା କପୁର ଏକା ସାଙ୍ଗରେ ଫିଲ୍ମରେ ସ୍କ୍ରିନ ସେୟାର କରିବାକୁ ଯାଉଛନ୍ତି। ତେବେ ଉଭୟଙ୍କ ଫ୍ୟାନ୍ସମାନେ ଅଗ୍ନିକାଣ୍ଡକୁ ନେଇ ବହୁ ଚିନ୍ତିତ ଥିବା ନେଇ ସୋସିଆଲ ମିଡିଆରେ ପୋଷ୍ଚ କରିଛନ୍ତି। ତେବେ ତାଙ୍କର ଆଗାମୀ ଫିଲ୍ମକୁ ନେଇ ଫ୍ୟାନ୍ସମାନେ ଶୁଭେଚ୍ଛା ଜଣାଇଛନ୍ତି।

  • ଶୁଭଲକ୍ଷ୍ମୀ ସାହୁଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *