ଭାବନାରେ ଆଘାତ ଦେଇଥିବାରୁ କ୍ଷମା କରନ୍ତୁ. ଆଦିପୁରୁଷ ଫିଲ୍ମ ପାଇଁ ହାତ ଯୋଡି କ୍ଷମା ମାଗିଲେ ମନୋଜ ମୁନ୍ତଶିର

Spread the love

ନୂଆଦିଲ୍ଲୀ : ଆଦି ପୁରୁଷ ସିନେମାରେ ନିମ୍ନ ସ୍ତରୀୟ ଡାଇଲଗ ଦେଇଥିବା ମନୋଜ ମୁନ୍ତଶିର ସୋସିଆଲ ମିଡିଆରେ ଲୋକ ମାନଙ୍କୁ କ୍ଷମା ମାଗିଛନ୍ତି । ସେ ସ୍ୱୀକାର କରିଛନ୍ତି ଯେ ଆଦି ପୁରୁଷ ଫିଲ୍ମ କାରଣରୁ ଲୋକ ମାନଙ୍କ ଧାର୍ମିକ ଭାବନା ଉପରେ କୁଠାରାଘାତ ହୋଇଛି । ତେଣୁ ସେ ବିନା କୌଣସି ସର୍ତରେ କ୍ଷମା ପ୍ରାର୍ଥନା କରୁଛନ୍ତି।

ମନୋଜ ମୁନ୍ତଶିର ଶୁକ୍ଲା ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଲେଖିଛନ୍ତି – ମୁଁ ସ୍ୱୀକାର କରୁଛି ଯେ ଫିଲ୍ମ ଆଦି ପୁରୁଷ କାରଣରୁ ଲୋକମାନଙ୍କର ଭାବନା ଆଘାତ ପ୍ରାପ୍ତ ହୋଇଛି । ନିଜର ସମସ୍ତ ଭାଇ ଭଉଣୀ, ପୂଜ୍ୟ ସାଧୁସନ୍ଥ ଓ ପ୍ରଭୁ ଶ୍ରୀରାମଙ୍କ ଭକ୍ତ ମାନଙ୍କୁ ହାତ ଯୋଡି ବିନା କୌଣସି ସର୍ତରେ କ୍ଷମା ପ୍ରାର୍ଥନା କରୁଛି । ଭଗବାନ ବଜରଙ୍ଗବଲୀ ଆମ ସମସ୍ତଙ୍କ ଉପରେ କୃପା କରନ୍ତୁ, ଆମକୁ ଏକ ଓ ଅତୁଟ ରହି ପବିତ୍ର ସନାତନ ଓ ମହାନ ଦେଶର ସେବା କରିବାକୁ ଶକ୍ତି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *