ଆରପାରିରେ ଅଭିନେତା ଡେଭିଡ୍ ୱାର୍ଣ୍ଣର

Spread the love

ଆରପାରିରେ ହଲିଉଡ ଅଭିନେତା ଡେଭିଡ୍ ୱାର୍ଣ୍ଣର। ଟାଇଟାନିକ୍ ଅଭିନେତାଙ୍କ ୮୦ ବର୍ଷ ବୟସରେ ଦେହାନ୍ତ ହୋଇଛି। ଏହି ଭେଟେରାନ ଅଭିନେତା ୧୮ ମାସ ଧରି ଅସୁସ୍ଥ ଥିଲେ। ସେ ଦୀର୍ଘ ଦିନ ହେବ କର୍କଟ ରୋଗ ସହ ଲଢୁଥିଲେ। ଏନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ମିଳିଛି। ତାଙ୍କ ମୃତ୍ୟୁ ଖବର ଶୁଣିବା ମାତ୍ରେରେ ହିଲିଉଡ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି।

 ହଲିଉଡରେ ଅନେକ ବଡ ବଡ ଫିଲ୍ମରେ କାମ କରିଛନ୍ତି ଡେଭିଡ୍। ସେ ତାଙ୍କ ଫିଲ୍ମ କ୍ୟାରିଅରରେ ଅନେକ ହିଟ ଫିଲ୍ମ ମଧ୍ୟ ଦେଇଛନ୍ତି। ତାଙ୍କୁ ହଲିଉଡର ସୁପରହିଟ୍ ଟାଇଟାନିକ ଓ ୱମେନ ଭଳି ଫିଲ୍ମରେ ଦେଖିବାକୁ ମିଳିଥିଲା। ଏହି ଦୁଇଟି ଫିଲ୍ମରେ ଅଭିନୟ କରିବା ପରେ ସେ ବେଶ୍ ଚର୍ଚ୍ଚା ସାଉଁଟିଥିଲେ। ସେ ଅଧିକାଂଶ ଫିଲ୍ମରେ ଭିଲିଆନ କ୍ୟାରେକ୍ଟରେ ନଜର ଆସିଥାନ୍ତି। ତାଙ୍କ ଅଭିନୟ ସବୁଦିନ ପାଇଁ ମନେରହିବ।

ଆକ୍ଟର ଡେଭିଡ ୱାର୍ଣ୍ଣର କେବଳ ଫିଲ୍ମରେ ନୁହେଁ ବହୁ ବର୍ଷ ଧରି ଟେଲିଭିଜନ ଶୋ ରେ ମଧ୍ୟ କାମ କରିଛନ୍ତି। ୧୯୬୬ ମସିହାରେ ରିଲିଜ ହୋଇଥିବା କାରେଲ ରିଞ୍ଜଙ୍କ ମାର୍ଗନ ଏ ସୁଟେବଲ କେସ୍ ଫର ଟ୍ରିଟମେଣ୍ଟ ରେ ଟାଇଟେଲ ଭୂମିକା ପାଇଁ ତାଙ୍କୁ ବିଟ୍ରିସ ଏକାଡେମି ଫିଲ୍ମ ଆୱାର୍ଡ ପାଇଁ ମନୋନିତ କରାଯାଇଥିଲା। ତାଙ୍କୁ ଅନେକ ପୁରସ୍କାରରେ ମଧ୍ୟ ସ୍ମାନିତ କରାଯାଇଛି।

ଡେବିଡ୍‌ ଙ୍କ ବିୟୋଗରେ ସମଗ୍ର ବିଶ୍ୱ ଦୁଃଖପ୍ରକାଶ କରିଛି। ଅନେକ ଷ୍ଟାର ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି। ତାଙ୍କ କଥା ସବୁବେଳେ ମନେପଡିବ।

ଶୁଭଲକ୍ଷ୍ମୀ ସାହୁଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *