ଚର୍ଚ୍ଚାରେ ତାମିଲ ଚଳଚ୍ଚିତ୍ର ‘କଙ୍ଗୁବା’

ଖୁବଶୀଘ୍ର ରିଲିଜ ହେବ ତାମିଲ ଚଳଚ୍ଚିତ୍ର ‘କଙ୍ଗୁବା’ । ଚଳଚ୍ଚିତ୍ରଟି ଦର୍ଶକଙ୍କ ମଧ୍ୟରେ ଚମକ ଖେଳାଇବ ବୋଲି ଚର୍ଚ୍ଚା ହେଉଛି। ଦର୍ଶକଙ୍କର ସ୍ୱତନ୍ତ୍ର ଆକର୍ଷଣ ଥିବା ଚର୍ଚ୍ଚିତ ଅଭିନେତା ସୂର୍ଯ୍ୟା ଏଥିରେ ମୁଖ୍ୟ ଭୂମିକାରେ ରହିଛନ୍ତି। ୩୫୦ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଚଳଚ୍ଚିତ୍ରଟି ବେଶ୍‌‌ ଭଲ ବ୍ୟବସାୟ କରିବ ବୋଲି ପ୍ରଯୋଜନା ସଂସ୍ଥା ଆଶାବାଦୀ ଅଛି। ସଂଳାପର ହିନ୍ଦୀରେ ଭାଷାନ୍ତର ସହ ଏହା ଭାରତର ସବୁ ପ୍ରଦେଶ ଓ ବିଭିନ୍ନ ଦେଶରେ ପ୍ରଦର୍ଶିତ ହେବ। ନିଜ ଅଭିଯାନକୁ ସଫଳ କରିବା ପାଇଁ ନାୟକର ୫ ଶହ ବର୍ଷର ଯାତ୍ରାକୁ ନେଇ ଚଳଚ୍ଚିତ୍ରର କାହାଣୀ ଗତିଶୀଳ ହୋଇଛି। କଙ୍ଗୁ ଅର୍ଥ ନିଆଁର କ୍ଷମତା ଥିବା ମଣିଷ। ସୂର୍ଯ୍ୟା ଚଳଚ୍ଚିତ୍ରରେ କଙ୍ଗୁ ବା କଙ୍ଗୁବା ଭୂମିକାରେ ଅଭିନୟ କରିଛନ୍ତି। ଚଳଚ୍ଚିତ୍ରର ଏକ ଯୁଦ୍ଧର ଦୃଶ୍ୟ ସମସ୍ତଙ୍କ ପାଇଁ ବିଶେଷ ଆକର୍ଷଣର ବିଷୟ ହେବ ବୋଲି ଜଣାଯାଇଛି। ଚଳଚ୍ଚିତ୍ରରେ ବବି ଦେଓଲ ଖଳନାୟକ ଭୂମିକାରେ ଅଭିନୟ କରିଥିବାବେଳେ ଦିଶା ପାଟନୀ ନାୟିକା ଭୂମିକାରେ ଦେଖାଦେବେ। ଦୈତ୍ୟ ଭୂମିକାରେ ଅଭିନୟ କରିଥିବା ସୂର୍ଯ୍ୟା ୧୩ଟି ଭିନ୍ନ ଭିନ୍ନ ବେଶରେ ଦେଖାଦେବେ। ପ୍ରତିଭାବାନ ନିର୍ଦେଶକ ଶିବା ନିର୍ଦେଶିତ ‘କଙ୍ଗୁବା’ ଦୁର୍ଗା ପୂଜା ଅବସରରେ, ଆସନ୍ତା ଅକ୍ଟୋବର ୧୦ରେ ମୁକ୍ତିଲାଭ କରିବ ବୋଲି ସୂଚନା ମିଳିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *