ଟାଇମ୍ସ ମାଗାଜିନର ପ୍ରଭାବଶାଳୀ ତାଲିକାରେ ନାହାନ୍ତି ଭାରତୀୟ

ଟାଇମ୍ସ ମାଗାଜିନରେ ବିଶ୍ୱର ଶ୍ରେଷ୍ଠ ଶହେ ପ୍ରଭାବଶାଳୀ ବ୍ୟକ୍ତି ତାଲିକାରେ କୌଣସି ଭାରତୀୟ ଏଥର ସ୍ଥାନ ପାଇଲେନି। ଗଲା ବର୍ଷ ଅଭିନେତ୍ରୀ ଆଲିଆ ଭଟ୍ଟ, ଅଲମ୍ପିକ୍ସ ରେସଲର ସାକ୍ଷୀ ମଲ୍ଲିକ ପ୍ରମୁଖ ସ୍ଥାନ ପାଇଥିଲେ। ଏହା ସହ ମାଇକ୍ରୋସଫ୍ଟ ସିଇଓ ସତ୍ୟା ନଡ଼େଲା, ଓ୍ୱାର୍ଲଡ ବ୍ୟାଙ୍କ ଅଧ୍ୟକ୍ଷ ଅଜୟ ବଙ୍ଗା ଓ ଅଭିନେତା ଦେବ ପଟେଲଙ୍କ ଭଳି ଭାରତୀୟ ବଂଶୋଦ୍ଭବ ବି ସ୍ଥାନ ପାଇଥିଲେ। ଏହି ତାଲିକାରେ ଚଳିତ ବର୍ଷ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଏଲନ ମସ୍କ, ବ୍ରିଟେନ ପ୍ରଧାନମନ୍ତ୍ରୀ କିର ଷ୍ଟାର୍ମର ଓ ବାଂଲାଦେଶର ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ ସ୍ଥାନ ପାଇଛନ୍ତି। ଟାଇମ୍ସ ମାଗାଜିନରେ ପ୍ରଭାବଶାଳୀ ତାଲିକାରେ ରାଜନୀତି, ବିଜ୍ଞାନ, ବ୍ୟବସାୟ ଓ ମନୋରଞ୍ଜନ ଦୁନିଆକୁ ଯାହାର ବିଶେଷ ଅବଦନା ଥାଏ, ସେଭଳି ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ତାଲିକାରେ ସାମିଲ୍ କରାଯାଏ। ଲିଡର୍ସ, ଆଇକନ୍ସ,, ଟାଇଟନ୍ସ ଓ ଆକ୍ଟର କ୍ୟାଟେଗୋରୀରେ ବଣ୍ଟାଯାଏ ତାଲିକା। ଏଥର ବଲିଉଡ୍ କଳାକାର ବି ତାଲିକାରୁ ଗାଏବ ହୋଇଗଲେ। ଗଲା ବର୍ଷ ଆଲିଆ ଓ ୨୦୨୩ରେ ଶାହାରୁଖ ଖାନଙ୍କ ନାଁ ସାମିଲ୍ ଥିଲା। ୨୦୨୩ରେ ଶାହାରୁଖ ତାଲିକାରେ ଟପ୍ ରେ ଥିଲେ। ଶାହାରୁଖଙ୍କୁ ତାଙ୍କ ଫିଲ୍ମ ପଠାନ୍ ଲାଗି ୧.୨ ମିଲିୟନ ଭୋଟ ମିଳିଥିଲା। ୨୦୧୮ରେ ଦିପିକା ପାଦୁକୋନ ବି ଏହି ତାଲିକାରେ ସ୍ଥାନ ପାଇଥିଲେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *