ପୁଣି ଟ୍ରୋଲ୍ ହେଲେ ଉର୍ଫି ଜାବେଦ୍ ତାଙ୍କ ନୂଆ ଆଉଟଫିଟକୁ ନେଇ

Spread the love

ଉର୍ଫି ଜାଭେଦ୍ ଏପରି ଏକ ନାମ, ଯାହା ସର୍ବଦା ଲାଇମଲାଇଟ୍ ରେ ଥାଏ । ଉର୍ଫି ଜାଭେଦ୍ ନିଶ୍ଚିତ ଭାବରେ ଖୁବ୍ କମ୍ ସମୟ ମଧ୍ୟରେ ବିଶେଷ ପରିଚୟ ଲାଭ କରିଛନ୍ତି ଏବଂ କହିବାକୁଗଲେ ସେ ଆସଲି ପରିଚୟ ବିଗ୍ ବସ୍ ଓଟିଟି (OTT) ରୁ ପାଇଛନ୍ତି | ସୋସିଆଲ ମିଡିଆରେ ମଧ୍ୟ ତାଙ୍କର ବହୁତ ଭଲ ଫ୍ୟାନ ଫଲୋଇଙ୍ଗ ରହିଛି । ସେ ସବୁବେଳେ ନିଜର ବୋଲ୍ଡ ଫଟୋ ଏବଂ ଭିଡିଓ ସେୟାର କରୁଥିବା ଦେଖାଯାଏ । କେବଳ ଏତିକି ନୁହେଁ, ଉର୍ଫି ଜାବେଦ୍ ସୋସିଆଲ ମିଡିଆ ମାଧ୍ୟମରେ ଭଲ ରୋଜଗାର ମଧ୍ୟ କରନ୍ତି । ପ୍ରାୟତଃ ସେ ନିଜ ପୋଷାକ ହେତୁ ସବୁବେଳେ ବିବାଦରେ ପଡ଼ନ୍ତି । ଉର୍ଫି ତାଙ୍କ ପୋଷାକ ହେତୁ ଅନେକ ସମୟରେ ପ୍ରତ୍ୟକ୍ଷ ମୃତ୍ୟୁ ଧମକ ମଧ୍ୟ ପାଇଛନ୍ତି ।

ନିକଟରେ ଉର୍ଫି ଜାଭେଦ ଏକ ଡାର୍କ ଲୁକ୍ ରେ ନଜର ଆସିଛନ୍ତି । ଉର୍ଫିଙ୍କର ଏହି ଲୁକ୍ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହେଲେ ଏବଂ ଲୋକମାନେ ଏବେ ତାଙ୍କୁ ସମାଲୋଚନା କରୁଛନ୍ତି । ଉର୍ଫି ଜାବେଦ୍ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ତାଙ୍କର ନୂଆ ଲୁକ୍ ଦେଖିବାକୁ ମିଳୁଛି । ଗ୍ରାଜିଆ ମିଲେନିୟାଲ୍ ଆୱାର୍ଡରେ ଉର୍ଫି ଜାବେଦ୍ ଏକ ବୋଲ୍ଡ ଡାର୍କ ଲୁକ୍ପ ରେ ପହଞ୍ଚିଥିଲେ । ଉର୍ଫି ଏକ ଗୋଲ୍ଡ ବ୍ରେଷ୍ଟ ପ୍ଲେଟ ପୋଷାକ ପିନ୍ଧିଥିଲେ । ତାଙ୍କର ଏହି ପୋଷାକ POP ପ୍ଲାଷ୍ଟରରେ ତିଆରି । ବର୍ତ୍ତମାନ ଏହି ପୋଷାକ କିପରି ତିଆରି ହେଲା? ଏହାର ଭିଡିଓ ମଧ୍ୟ ଉର୍ଫି ସେୟାର କରିଛନ୍ତି ।

ଗ୍ରାଜିଆ ମିଲେନିୟାଲ୍ ଆୱାର୍ଡରେ ଗୋଲ୍ଡ ବ୍ରେଷ୍ଟ ପ୍ଲେଟ ପିନ୍ଧିଥିବା ଉର୍ଫି ବର୍ତ୍ତମାନ ନେଟ୍‌ଜେନ୍ସଙ୍କର ଟାର୍ଗେଟରେ ପରିଣତ ହୋଇଛନ୍ତି ଏବଂ ଟ୍ରୋଲ୍ ର ସୀକାର ହେଉଛନ୍ତି ।

Leave a Reply

Your email address will not be published. Required fields are marked *