ନୂଆପଡାରେ ବାଘ ଆତଙ୍କ

Spread the love

NUA_TIGER TERROR_PKG

()ନୂଆପଡାରେ ବାଘ ଆତଙ୍କ । ସୁନାବେଡା ଅଭୟାରଣ୍ୟ ମଧ୍ୟରେ ଥିବା ଜଳମଡେଇ ଗାଁ ସମେତ ଅଭୟାରଣ୍ୟ କୁ ଲାଗି ରହିଥିବା ତରିଆ , ମହୁଆଭଟ୍ଟା, ପାଓ୍ଵରତାଳା, ଆମାନାରା, ଟାନଓ୍ଵାଟ ଏବଂ କେରମେଲି ଗାଁ ରେ ବାଘ ବୁଲୁଥିବା ଦେଖିବାକୁ ମିଳିଛି ।  ଯାହାକୁ ନେଇ ଗାଁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖିବାକୁ ମିଳିଛି ।

ଗତ କିଛି ଦିନ ହେଲା ନୂଆପଡା ଜିଲ୍ଲାରେ ବାଘ ଆତଙ୍କ ଦେଖାଦେଇଛି।   ସପ୍ତାହେ ପୂର୍ବରୁ ନୂଆପଡା ସଦର ବ୍ଲକ ତରିଆ ମହୁଆଭଟ୍ଟା ଏବଂ ପାଓ୍ଵାରତାଳା ଗାଁ ରେ ପଶି ଗାଈଙ୍କୁ ମାରି ଖାଇଥିବା ଅଭିଯୋଗ ହୋଇଥିବା ବେଳେ ଗତ ରବିବାର ରାତିରେ ସୁନାବେଡା ଅଭୟାରଣ୍ୟ ର ଜଳମଡେଇ ଗାଁ ର ସାନମତି ବାରିକ ନାମକ ଜଣେ ବୃଦ୍ଧା ବର୍ଷ ବୟସ୍କା ମହିଳା ଘର ପଛପଟକୁ ଜାଳେଣୀ କାଠ ଆଣିବାକୁ ଯାଇଥିବା ବେଳେ ବାଘ ଟେକି ନେଇ ଖାଇ ଦେଇଥିଲା । ସେହି ଦିନ ଠାରୁ ସଂପୃକ୍ତ ଅଚଂଳ ଗୁଡିକରେ ବାଘ ର ଆତକଂ ଦେଖାଦେଇଛି ।ଆଜି ଭୋରସକାଳେ ମଧ୍ୟ ତରିଆ ମହୁଆଭଟ୍ଟା ଗାଁ ର ହୁମାନ ନାଏକ କଂ ଗାଇ ମହୁଲ ଗଛତଳେ ମହୁଲ ଗୋଟେଇ ଖାଉଥିାବା ସମୟରେ ଗାଈ କୁ ବାଘ ମାରିଖାଇଦେଇଛି । ଅପର ପକ୍ଷେ ଟାନଓ୍ଵାଟ ଏବଂ କେରମେଲି ଗାଁ ର ମୁଖ୍ୟରାସ୍ତା କଡରେ ବାଘ ବୁଲୁଥିବା  ଗାଁଲୋକେ ଅଭିଯୋଗ କରିଛନ୍ତି ।  

ସେପଟେ ବନ ବିଭାଗ ପକ୍ଷରୁ  ବାଘର ଗତିବିଧି କୁ ଲକ୍ଷ୍ୟ କରିବା ପାଇଁ ବିଭିନ୍ନ ଲୋକେସନ ରେ ଟ୍ରାକ୍ କ୍ୟାମେରା ଖଞ୍ଜା ଯାଇଥିବା ବେଳେ ଘର ଘର ବୁଲି ଗାଁ ଲୋକ ଙ୍କୁ ଘରୁ ନବାହାରିବା ପାଇଁ ସଚେତନ କରାଯାଉଛି । ….

ତେବେ ଗାଁରୁ ବାଘ ଘଉଡାଇବା ଲାଗି ବନ ବିଭାଗ କି ପଦକ୍ଷେପ ଗ୍ରହଣ କରୁଛି , ତାହା ଦେଖିବାକୁ ବାକି ରହିଲା…

ବିମଳ ସିଂ ଦଳପତିଙ୍କ ରିପୋର୍ଟ, ନକ୍ଷତ୍ର ନ୍ୟୁଜ୍

Leave a Reply

Your email address will not be published. Required fields are marked *