ସ୍ୱାଧୀନତା ସଂଗ୍ରାମୀ ସାବରକର ଙ୍କ ଉପରେ ହବ ଚଳଚିତ୍ର, ଜାରିହେଲା ଫାଷ୍ଟ ଲୁକ୍‌

Spread the love

ସ୍ୱାଧୀନତା ସଂଗ୍ରାମୀ ବୀର ସାବରକର ଙ୍କ ଜନ୍ମ ବାର୍ଷିକୀରେ, ଆଜି ବଲିଉଡ ଅଭିନେତା ରଣଦୀପ ହୁଡା ସ୍ୱାଧୀନତା ସଂଗ୍ରାମୀଙ୍କ ବାୟୋପିକର ଫାଷ୍ଟ ଲୁକ୍ ସେୟାର କରିଛନ୍ତି | ସେ ଏହି ଚଳଚିତ୍ର ରେ ସାବରକର ଙ୍କ ଭୂମିକା ରେ ନଜର ଆସିବେ I ଏହି ଫିଲ୍ମର ସୁଟିଂ ଅଗଷ୍ଟ ୨୦୨୨ ରୁ ଆରମ୍ଭ ହେବ। ଫିଲ୍ମର ମୁଖ୍ୟ ଭୂମିକାରେ ରଣଦୀପ ହୁଡା ଥିବା ବେଳେ ଏହାକୁ ସନ୍ଦୀପ ସିଂ ଏବଂ ଆନନ୍ଦ ପଣ୍ଡିତ ପ୍ରଯୋଜନା କରିଛନ୍ତି। ଏହି ଚଳଚିତ୍ର କୁ ମହେଶ ମାଞ୍ଜରେକର ନିର୍ଦେଶନା କରିବେ I ଲଣ୍ଡନ, ମହାରାଷ୍ଟ୍ର ଏବଂ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର ବିଭିନ୍ନ ସ୍ଥାନରେ ଏହାର ସୁଟିଂ କରାଯିବ । ଏହି ଫିଲ୍ମଟି ଭାରତର ସ୍ୱାଧୀନତା ଆନ୍ଦୋଳନକୁ ଆଲୋକିତ କରିବ |

ଏନେଇ ଫିଲ୍ମ ସମାଲୋଚକ ତରନ ଆଦର୍ଶ ମଧ୍ୟ ଟ୍ୱିଟ୍ କରି ଏହାର ସୂଚନା ଦେଇଛନ୍ତି। ତରନ ଆଦର୍ଶ ଟ୍ୱିଟ୍ କରି ଫିଲ୍ମର ଫାଷ୍ଟ ଲୁକ୍ ସେୟାର କରିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି ଯେ ବୀର ସାବରକର ଜନ୍ମ ବାର୍ଷିକୀରେ ରଣଦୀପ ହୁଡାଙ୍କ ଫିଲ୍ମ ‘ସ୍ବତନ୍ତ୍ର ବୀର ସବରକର’ର ପ୍ରଥମ ପୋଷ୍ଟର ରିଲିଜ୍‌ ହୋଇଛି। ଏହି ଫିଲ୍ମ ପାଇଁ ହୁଡା ଖୁବ୍‌ ପରିଶ୍ରମ କରୁଛନ୍ତି ବୋଲି ଉଲ୍ଲେଖ କରିଛନ୍ତି।

Leave a Reply

Your email address will not be published. Required fields are marked *