bollywood

  • ବର୍ଷକୁ ୫ ରୁ ୬ ଫିଲ୍ମରେ କାମ କରନ୍ତି ଅକ୍ଷୟ

    () ବଲିଉଡର ଖିଲାଡି ଅକ୍ଷୟ କୁମାର। ରିସେଣ୍ଟଲି ରିଲିଜ ହୋଇଥିବା ତାଙ୍କ ଫ୍ଲପ୍ ଫିଲ୍ମକୁ ନେଇ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। କିନ୍ତୁ ଅକ୍ଷୟ କୁମାର ଏହା ସହ ତାଙ୍କର ଅପକମିଙ୍ଗ୍ ଫିଲ୍ମରେ କାମ କରିବା ଆରମ୍ଭ କରିଦେଇଛନ୍ତି। ଅକ୍ଷୟ ଗୋଟିଏ ବର୍ଷରେ ପ୍ରାୟ ୫ ରୁ ୬ ଟି ଫିଲ୍ମରେ କାମ କରିଥାନ୍ତି। ନିକଟରେ ତାଙ୍କର ହେରା ଫେରି ସିରିଜର ପାର୍ଟ 3 ଆନାଉନ୍ସ କରାଯାଇଥିଲା। ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି, ତାଙ୍କୁ ଏକ ନ୍ୟୁ ଫିଲ୍ମର ଅଫର ମିଳିଛି। ଏହି ଫିଲ୍ମଟି ଡାଇରେକ୍ଟର ମୁଦାସର ଅଜିଜଙ୍କର ବୋଲି ଜଣା ପଡିଛି। ଏହି ଫିଲ୍ମର ନା’ଖେଲ ଖେଲ ମେଁ’। କୁହାଯାଉଛି ଯେ, ଏହି ଫିଲ୍ମରେ ଅକ୍ଷୟ କମେଡି ରୋଲ୍ କରୁଥିବାର ନଜର ଆସିବେ। ଅକ୍ଷୟଙ୍କ ଫିଲ୍ମ ଫ୍ଲପ୍ ହୋଇଥିଲେ ମଧ୍ୟ ଇଣ୍ଡଷ୍ଟ୍ରିରେ ଏବେ ସେ ଏକ ମାତ୍ର ଷ୍ଟାର ଅଛନ୍ତି, ଯାହାଙ୍କ ପାଖରେ ଫିଲ୍ମର ଲମ୍ବା ଲାଇନ ଲାଗୁଛି। କେବଳ ସେତିକି ନୁହେଁ, ଲଗାତାର ତାଙ୍କ ଫିଲ୍ମ ସୁଟିଙ୍ଗଙ୍କୁ ମଧ୍ୟ ସେକମ୍ପଲିଟ୍ କରୁଛନ୍ତି।

    ନିକଟରେ ଏକ ମିଡିଆ ରିପୋର୍ଟ ଅନୁସାରେ ମୁଦାସର ଅଜିଜ କାଫି ସମୟ ଧରି ଅକ୍ଷୟ କୁମାରଙ୍କ ସହିତ ଏକ କମେଡି ଫିଲ୍ମ ରେ କାମ କରିବା ପାଇଁ ଚାହୁଁଥିଲେ। ଏବଂ ଏହାକୁ ନେଇ ଲମ୍ୱା ସମୟ ଧରି ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ମଧ୍ୟ ଚାଲିଥିଲା। କୁହାଯାଉଛି କି, ଅକ୍ଷୟଙ୍କୁ ଏହି ଫିଲ୍ମର ସ୍କ୍ରିପ୍ଟ କାଫି ପସନ୍ଦ ଆସିଥିଲା ଓ ସେ ଫଟାଫଟ ଏହି ଫିଲ୍ମ ପାଇଁ ରାଜି ହୋଇ ଯାଇଥିଲେ।ବର୍ତ୍ତମାନ ଫିଲ୍ମର ସୁଂଟି କେବେ ଆରମ୍ଭ ହେବ ତାହା ଜଣା ପଡିନାହିଁ । କିନ୍ତୁ ଖବର ଅଛି ଯେ, ଫିଲ୍ମକୁ ଭୂଷଣ କୁମାର ଏବଂ ଅଶ୍ୱିନୀ ପ୍ରଡ୍ୟୁସ କରିବେ। ରିପୋର୍ଟରେ ଏଇଟା ମଧ୍ୟ କୁହାଯାଇଛି ଯେ, ଏହି ଫିଲ୍ମର ସମସ୍ତ କାଗଜ ପତ୍ରର କାମ ସରିଯାଇଛି।

    ଏହା ବ୍ୟତୀତ ଅକ୍ଷୟଙ୍କ ସହ ଜଡିତ ଆଉ ଏକ ଖବର ମଧ୍ୟ ସାମ୍ନାକୁ ଆସିଛି। ସେ ଏୟାରଫୋର୍ସ ଉପରେ ଆଧାରିତ ମ୍ୟାଡାକ୍ ଏଣ୍ଟରଟେନମେଣ୍ଟ ର ଏକ ଫିଲ୍ମରେ କାମ କରିବାକୁ ଯାଉଛନ୍ତି। ଶେଷରେ କହି ରଖିବୁ କି, ଲମ୍ୱା ସମୟ ଧରି ଚର୍ଚ୍ଚା ହେଉଥିଲା କି, ହେରାଫେରୀ ସିରିଜ୍ ର ପାର୍ଟ 3  ହେବାକୁ ଯାଉଛି। ବର୍ତମାନ ଏହାର ଘୋଷଣା ମଧ୍ୟ କରାଯାଇଥିଲା। ଫିଲ୍ମରେ ପୁଣି ଥରେ ଅକ୍ଷୟ କୁମାରଙ୍କ ସହ ସୁନିଲ ସେଠୀ, ପରେଶ ରାୱଲ ନଜର ଆସିବେ। ଏହାକୁ ନେଇ ସମସ୍ତ ଷ୍ଟାର ଓ ଫ୍ୟାନ୍ସମାନେ ବହୁତ ଏକ୍ସାଇଟେଡ୍ ଅଛନ୍ତି।

    ଶୁଭଲକ୍ଷ୍ମୀ ସାହୁଙ୍କ, ରିପୋର୍ଟ

  • ଇଣ୍ଡଷ୍ଟ୍ରୀରେ କିଙ୍ଗ ଖାନଙ୍କ ୩୦ ବର୍ଷ

    ବଲିଉଡର ସୁପରଷ୍ଟାର ସାହାରୁଖ ଖାନ୍। ଆଜି ଇଣ୍ଡଷ୍ଟ୍ରୀରେ କିଙ୍ଗ ଖାନ ୩୦ ବର୍ଷ ପୂରଣ କରିଛନ୍ତି। ତାଙ୍କର ୩୦ ବର୍ଷର ଫିଲ୍ମ କ୍ୟାରିୟରେ ଶାହାରୁଖ ଖାନ ଅନେକ ସ୍ମରଣୀୟ ଫିଲ୍ମ ଦେଇଛନ୍ତି। ଫିଲ୍ମରେ ଅନେକ କ୍ୟାରେକ୍ଟରେ ମଧ୍ୟ ଲୋକଙ୍କୁ ଏଣ୍ଟଣ୍ଟେନମେଣ୍ଟର ଖୁରାକ ଯୋଗାଇଛନ୍ତି। ହିନ୍ଦୀ ଫିଲ୍ମରେ ସେ ଗଭୀର ଛାପ ଛାଡିଛନ୍ତି। ଏନେଇ ତାଙ୍କ ଫ୍ୟାନ୍ସମାନେ ମଧ୍ୟ ବେସ୍ ଖୁସି ଅଛନ୍ତି।ଏବେ ସେ ଇଣ୍ଡ୍ରଷ୍ଟ୍ରିରେ ଏକ ଭିନ୍ନ ପ୍ରକାର ସୁପରଷ୍ଟାର ଭାବରେ ନିଜର ପରିଚୟ ସୃଷ୍ଟି କରିଛନ୍ତି ଶାହାରୁଖ୍। ତେବେ ଏହି ଅବସରେ ଆମେ ଆପଣଙ୍କୁ କହିବୁ ଶାହାରୁଖ ଖାନଙ୍କ ବିଷୟରେ। ଡର ଅଞ୍ଜାମରେ ଭିଲିଆନ୍ କ୍ୟାରେକ୍ଟରରେପ୍ଲେ କରୁଥିବା ସୁପରଷ୍ଟାର ବଲିଉଡରେ ରୋମାନ୍ସ କିଙ୍ଗ ହୋଇଥିଲେ।ତେବେ ଚାଲନ୍ତୁ ନଜର ପକାଇବା ଶାହାରୁଖ ଖାନଙ୍କ ୩୦ ବର୍ଷର ଜରର୍ନି।

    ଟିଭିର ସୁବର୍ଣ୍ଣ ଯୁଗରେ ଆକ୍ଟିଙ୍ଗ ଦୁନିଆରେ ପାଦ ରଖିଥିବା ଶାହାରୁଖ ଖାନ୍ ଦୁରଦର୍ଶନର ଶିରିଜ୍ ଫୌଜି ରେ ଏକ ସୈନିକ ଭୂମିକାରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ଛୋଟ ପରଦାରୁ ଅଭିନୟ କରିଥିବା ଶାହାରୁଖ ଖାନଙ୍କୁ ଏହି ଶୋ ରୁ ହିଁ ପରିଚୟ ମିଳିଥିଲା। ଏହା ସହ ଶାହାରୁଖ ଖାନଙ୍କୁ ଟିଭି ସୋଜ୍ ଓ ଫିଲ୍ମରେ ଆଙ୍କର ପାଇଁ ଅଫର ମିଳିଥିଲା।

    ଶାହାରୁଖ ଖାନ୍ ଙ୍କ ପ୍ରଥମ ଫିଲ୍ମ ଥିଲା ଦିୱାନାରୁ ସେ ବଲିଉଡରେ ଏଣ୍ଟ୍ରୀ କରିଥିଲେ। ଏହା ପରେ ସେ ଆଉ ପଠକୁ ଫେରି ଚାହିଁନଥିଲେ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଶାହାରୁଖ ଖାନ୍ ଫିଲ୍ମ ଦିୱାନ ର ମେକର୍ସଙ୍କ ପ୍ରଥମ ପସନ୍ଦ ନଥିଲେ। ଏହି ଫିଲ୍ମରେ ଋଷି କାପୁର, ଏବଂ ଦିବ୍ୟା ଭାରତୀଙ୍କ ବ୍ୟତୀତ ଏହି ଫିଲ୍ମରେ ଅରମାନ କୋହଲୀ ଙଅକୁ କାଷ୍ଟ କରାଯାଇଥିଲା। ପରବର୍ତ୍ତୀ ସମୟରେ ଅରମାନ ଏହି ଫିଲ୍ମକୁ ଛାଡି ଦେଇଥିଲେ ପରେ ଏହି ଫିଲ୍ମ ନୂଆ ହିରୋଙ୍କୁ ମିଳିଥିଲା। ଏହି ଫିଲ୍ମର ଟାଇମ ଡ୍ୟୁରୋସନ୍ ୨ ଘଣ୍ଟା ୩୫ ମିନିଟ୍ ର ରହିଥିବା ବେଳେ ଶାହାରୁଖାନଙ୍କ ଏଣ୍ଟ୍ରୀ ୧ ଘଣ୍ଟା ୨୦ ମିନିଟ୍ ପରେ ହୋଇଥିଲା। ତିନ୍ତୁ ତାଙ୍କର ଆକ୍ଟଙ୍ଗ ସମସ୍ତଙ୍କୁ ପାଗଳ କରିଦେଇଥିଲା। ଏହି ଫିଲ୍ମରେ ତାଙ୍କୁ ଲଗାତାର ୩ ଟି ଫିଲ୍ମର ଅଫର ମିଳିଥିଲା। ଡର, ବାଜିଗର, ଅଞ୍ଜାମ ଏହି ୩ ଟି ଫିଲ୍ମ ମିଳିଥିଲା। ଏବଂ ଏହି ଫିଲ୍ମ ସୁପରହିଟ ହୋଇଥିଲା। ଲଗାତାର ୩ ଟି ହିଟ୍ ଫିଲ୍ମ ଦେବା ପରେ ଶାହାରୁଖ ଖାନଙ୍କୁ ଦିଲୱାଲେ ଦୁଲହନିୟା ଲେ ଯାଏ ଗେଁ ଅଫର ହୋଇଥିଲା। ଏହା ପରେ ସେ ରୋମାଣ୍ଟିକ ହିରୋ ହୋଇଯାଇଥିଲେ। ଏପରି ତାଙ୍କର ଅନେକ ହିଟ୍ ଫିଲ୍ମ ରହିଛି।

    ଶୁଭଲକ୍ଷ୍ମୀ ସାହୁଙ୍କ ରିପୋର୍ଟ

  • ନୋ ଏଣ୍ଟ୍ରି-୨ ରେ ଏଣ୍ଟ୍ରି କରିବେ ସାଉଥ ସୁନ୍ଦରୀ…

    ୨୦୦୫ର ହିଟ୍‌ ଫିଲ୍ମ ନୋ ଏଣ୍ଟ୍ରି ସିକ୍ୱେଲ ହେବାକୁ ଯାଉଛି । କମେଡି ଓ ରୋମାନ୍ସ ଭରା ଏହି ଫିଲ୍ମର ସିକ୍ୱେଲ କରିବାକୁ ନିଷ୍ପତ୍ତି ନେଇଛି ପ୍ରଯୋଜନା ସଂସ୍ଥା । ଖୁବଶୀଘ୍ର ଏହାର ଷ୍ଟାରକାଷ୍ଟ ମଧ୍ୟ ଘୋଷଣା ହେବ। ମିଳିଥିବା ତଥ୍ୟ ଅନୁସାରେ ଏହି ସିକ୍ୱେଲ ଫିଲ୍ମରେ ପୂର୍ବ ପରି ସଲ୍‌ମାନ ଖାନ୍‌, ଅନିଲ୍‌ କପୁର, ଫରଦିନ ଖାନ୍‌ ରହିବେ ।

    ପ୍ରେମ୍‌ଙ୍କ ହିରୋଇନ୍‌ ସାଜିବେ ସାଉଥ ସୁନ୍ଦରୀ । ସଲମାନ୍‌ ଖାନ୍‌ଙ୍କ ଫିଲ୍ମ ନୋ ଏଣ୍ଟ୍ରି-୨ରେ ଏଣ୍ଟ୍ରି କରିବେ ସାଉଥ ସୁନ୍ଦରୀ । ଟାଇଗର-୩ର ପରେ ଏବେ ନୋ ଏଣ୍ଟ୍ରି-୨ ସୁଟିଂ ଓ ଷ୍ଟାରକାଷ୍ଟ ନେଇ କାମ ଚାଲିଛି ।

    Tamannaah Bhatia

    ତେବେ ଏହି ଫ୍ଲିଲ୍ମକୁ ନେଇ ଏକ ଅପ୍‌ଡେଟ୍‌ ସାମ୍ନାକୁ ଆସିଛି । ସଲମାନ୍‌ଙ୍କ ବିପକ୍ଷରେ ଜଣେ ସାଉଥ ସୁନ୍ଦରୀଙ୍କୁ ଦେଖିବାକୁ ମିଳିବ । ତେବେ କିଏ ସାଜିବ ସଲ୍ଲୁଙ୍କ ହିରୋଇନ୍‌ । ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ ।

    Pooja Hegde

    ବଲିଉଡ୍‌ ତଥ୍ୟ ଅନୁସାରେ, ନୋ ଏଣ୍ଟ୍ରି-୨ ପାଇଁ ଚାରି ଜଣ ସାଉଥ ସୁନ୍ଦରୀଙ୍କ ନାମ ଚର୍ଚ୍ଚା ହେଉଛି । ସେମାନଙ୍କ ମଧ୍ୟରେ ରଶ୍ମିକା ମନ୍ଦାନା, ସାମାନ୍ଥା ରୁଥୁ ପ୍ରଭୁ, ପୁଜା ହେଗ୍‌ଡେ, ତମନ୍ନା ଭାଟିଆ ରହିଛନ୍ତି । ତେବେ କାହାକୁ ଫାଇନାଲ୍‌ କରାଯିବ । ତାହା ଆଗାମୀ ଦିନରେ ଦେଖିବାକୁ ବାକି ରହିଲା ।

    Rashmika mandana
  • ବଲିଉଡ ଅଭିନେତ୍ରୀ ଙ୍କ ଯୋଗାଭ୍ୟାସ…

    ଆଜି ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ l ମନ ଏବଂ ଶରୀରକୁ ଶାନ୍ତ କରିବା ପାଇଁ ଯୋଗ ସମଗ୍ର ବିଶ୍ୱରେ ଜଣାଶୁଣା | ଏବଂ ଅନେକ ନିୟମିତ ଭାବରେ ଯୋଗ ଅଭ୍ୟାସ କରୁଥିବାବେଳେ ବଲିଉଡ ଅଭିନେତ୍ରୀ ମାନେ ମଧ୍ୟ କମ୍ ନୁହଁନ୍ତି | ଏହି ସେଲିବ୍ରିଟିଙ୍କ ଉପରେ ନଜର ପକାନ୍ତୁ ଯେଉଁମାନେ ଫିଟ୍ ଏବଂ ସୁସ୍ଥ ରହିବାକୁ ଯୋଗ କୁ ଆପଣେଇଛନ୍ତି l

    କରୀନା କପୂର ଜଣେ ଫିଟନେସ୍ ଉତ୍ସାହୀ | ଯେଉଁ ଅଭିନେତ୍ରୀ ଥରେ 101 ‘ସୂର୍ଯ୍ୟ ନାମସ୍କର’ କରିବାର ସୁନାମ ଅର୍ଜନ କରିଥିଲେ, ଯୋଗ ଏବଂ ଏହାର ଉପକାରିତା ବିଷୟରେ ପ୍ରଚାର ଜାରି ରଖିଛନ୍ତି | କରୀନା ଅନେକ ସମୟରେ ତାଙ୍କ ଇନଷ୍ଟାଗ୍ରାମରେ ବିଭିନ୍ନ ଯୋଗ ଆସନ କରୁଥିବା ଚିତ୍ର ପୋଷ୍ଟ କରନ୍ତି |

    ପ୍ରଶଂସକମାନଙ୍କୁ ଉତ୍ସାହିତ କରିବା ପାଇଁ ମଲାଇକା ପ୍ରାୟତ ସୋସିଆଲ୍ ମିଡିଆରେ ଯୋଗ କରୁଥିବା ଭିଡିଓ ଏବଂ ଚିତ୍ର ସେୟାର କରନ୍ତି | ସେ ଏହାର ଲାଭ ପ୍ରଚାର କରିବାକୁ ବହୁତ ଆଗ୍ରହୀ ଏବଂ ତାଙ୍କର ମୁମ୍ବାଇରେ ଏକ ଯୋଗ ଷ୍ଟୁଡିଓ ମଧ୍ୟ ଅଛି |

    ସେହିପରି ସୈଫ ଅଲି ଖାନ ଙ୍କ ଝିଅ ସାରା ଭାବନ୍ତି ଯେ ଫିଟ୍ ରହିବା ପାଇଁ ଯୋଗ ହେଉଛି ସବୁଠାରୁ ଚତୁର ଉପାୟ | ବଲିଉଡର ଅନ୍ୟାନ୍ୟ ସେଲିବ୍ରିଟିଙ୍କ ପରି ସାରା ମଧ୍ୟ ଯୋଗ ଅଭ୍ୟାସ କରିବାକୁ ଭଲ ପାଆନ୍ତି | ସାରା, ଯିଏ ବର୍ତ୍ତମାନ ଇଣ୍ଡଷ୍ଟ୍ରିରେ ସବୁଠାରୁ ସୁନ୍ଦର ଶରୀର ଅଛି, ସେ ଥରେ 96 କିଲୋ ଓଜନ କରୁଥିଲେ | ସେ ଅନେକ ସ୍ଥାନରେ ଯୋଗର ଉପକାରିତା ବିଷୟରେ କହୁଛନ୍ତି ଏବଂ ଏହାକୁ ନିୟମିତ ଅଭ୍ୟାସ ଜାରି ରଖିଛନ୍ତି |

    ଅନ୍ୟ ଅଭିନେତ୍ରୀ ଙ୍କ ମଧ୍ୟରେ ଶିଳ୍ପା ଇନଷ୍ଟାଗ୍ରାମରେ ଭିଡିଓ ମାଧ୍ୟମରେ ନିଜର ଯୋଗ ରୁଟିନ୍ ସେଆର କରନ୍ତି | ଶିଳ୍ପା ଏକ ସାମଗ୍ରିକ ସ୍ୱାସ୍ଥ୍ୟ ଆପ ମଧ୍ୟ ବିକଶିତ କରିଛନ୍ତି ଯାହା ଯୋଗ ଏବଂ ଫିଟନେସ୍ ପ୍ରୋଗ୍ରାମ୍ ପ୍ରଦାନ କରେ | ସେହିଭଳି ରକୁଳପ୍ରୀତ, ମୀରା ରାଜପୁତ ଓ ଦିଆ ମୀରଜା ମଧ୍ୟ ଯୋଗ କୁ ଆପଣେଇଛନ୍ତି l

  • କରିସ୍ମାଙ୍କ କରିସ୍ମା…

    90 ଦଶକର ପ୍ରସିଦ୍ଧ ଅଭିନେତ୍ରୀ କରିସ୍ମା କପୁର ତାଙ୍କ ସୌନ୍ଦର୍ଯ୍ୟ ଏବଂ ଷ୍ଟାଇଲ ସହିତ ପ୍ରଶଂସକଙ୍କ ହୃଦୟକୁ ନିୟନ୍ତ୍ରଣ କରନ୍ତି | କରିସ୍ମାଙ୍କୁ 47 ବର୍ଷ ବୟସ | କିନ୍ତୁ ଏହା ସତ୍ୱେ ସୌନ୍ଦର୍ଯ୍ୟ ଏବଂ ଫିଟନେସ୍ ଦୃଷ୍ଟିରୁ ଅନେକ ଯୁବ ଅଭିନେତ୍ରୀଙ୍କୁ ଟକ୍କର ଦିଅନ୍ତି କରିସ୍ମା | କରିସ୍ମାଙ୍କ ଚେହେରାର ଚମକ ଏବଂ ଉଜ୍ଜ୍ୱଳତାକୁ ଦେଖି ଲାଗୁଛି ଯେମିତି ସେ ଏବେ ସିନେମା ଜଗତ କୁ ଏଣ୍ଟ୍ରି କରିଛନ୍ତି l

    ଆଜିକାଲି ଚଳଚ୍ଚିତ୍ରରେ କରିସ୍ମା କମ ଦେଖାଯାଉଥିବାବେଳେ ସୋସିଆଲ ମିଡିଆରେ ତାଙ୍କର କାର୍ଯ୍ୟକଳାପ ବହୁତ ଦେଖାଯାଏ | କରିସ୍ମା ସବୁବେଳେ ଇନଷ୍ଟାଗ୍ରାମରେ ପ୍ରଶଂସକଙ୍କ ସହ ତାଙ୍କର ଫଟୋ-ଭିଡିଓ ସେୟାର କରନ୍ତି |

    ବାସ୍ତବରେ, ପ୍ରତ୍ୟେକ ଲୁକ୍ କରିସ୍ମାଙ୍କ ପାଇଁ ଉପଯୁକ୍ତ ଅଟେ | 47 ବର୍ଷ ବୟସ ସତ୍ୱେ କରିସ୍ମା ସମସ୍ତ ପ୍ରକାରର ପୋଷାକ ପରିଧାନ କରନ୍ତି | ପାଶ୍ଚାତ୍ୟ, ବିକିନି, ପାରମ୍ପାରିକ ଡ୍ରେସ ରେ ସେ ପ୍ରଶଂସକମାନଙ୍କ ମନକୁ କିଣିନେଇଥାନ୍ତି |

  • ଡ୍ରାମା ବନ୍ଦ କର…

    ଗୋବିନ୍ଦା ଏବଂ ତାଙ୍କ ଭଣଜା କ୍ରିଷ୍ନା ଅଭିଷେକଙ୍କ ମଧ୍ୟରେ ବିବାଦ ଏବେ ସାର୍ବଜନୀନ ହୋଇଛି। ଗତ କିଛି ଦିନ ହେବ ଉଭୟଙ୍କ ମଧ୍ୟରେ ଶବ୍ଦର ଯୁଦ୍ଧ ଚାଲିଛି | କିଛି ଦିନ ପୂର୍ବରୁ କ୍ରିଷ୍ନା ଜନସାଧାରଣଙ୍କ ଆଗରେ କ୍ଷମା ମାଗୁଥିବା ସମୟରେ ସେ କାନ୍ଦି ପକାଇଥିଲେ। ମନୀଷ ପଲଙ୍କ ସହ ଏକ ସାକ୍ଷାତକାରରେ କ୍ରିଷ୍ନା କାନ୍ଦି କାନ୍ଦି କହିଥିଲେ – ‘ମୁଁ ଗୋବିନ୍ଦାଙ୍କୁ ବହୁତ ଭଲ ପାଏ ଏବଂ ମୁଁ ତାଙ୍କୁ ବହୁତ ମନେ ପକାଏ | ମୁଁ ତାଙ୍କୁ ସାରା ଜୀବନ ମନେ ରଖିବି | ଭୁଲ ତଥ୍ୟ ଉପରେ, ଗଣମାଧ୍ୟମରେ କଣ ଚାଲିଛି କିମ୍ବା କଣ ଲେଖାଯାଉଛି ତାହା ଉପରେ ସେ କେବେବି ନିର୍ଭର କରିବା ଉଚିତ୍ ନୁହେଁ | ମୋର ଏକମାତ୍ର ଆଶା ହେଉଛି ଯେ ମୋ ପିଲାମାନେ ମୋ ମାମୁଁ ଙ୍କ ସହିତ ଖେଳନ୍ତୁ ଓ ସମୟ ବିତାନ୍ତୁ | ବର୍ତ୍ତମାନ କ୍ରିଷ୍ନାଙ୍କ ଏହି ଆବେଦନ ଉପରେ ଗୋବିନ୍ଦା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

    ମନୀଷ ପଲ ଙ୍କ ସାକ୍ଷାତକାରରେ ଗୋବିନ୍ଦା କହିଛନ୍ତି ଯେ କ୍ରିଷ୍ନାଙ୍କ ଅଭିଯୋଗ ମିଛ ଏବଂ ଭିତ୍ତିହୀନ। ଏଥର ଏହି ସୋ ମାଧ୍ୟମରେ ଗୋବିନ୍ଦା ତାଙ୍କ ପୁତୁରା କ୍ରିଷ୍ନାଙ୍କ ପାଇଁ କହିଛନ୍ତି – କ୍ରିଷ୍ନା ମୋର ପ୍ରିୟ ଭଉଣୀର ପୁଅ, ମୁଁ ଭାବୁ ନାହିଁ ଯେ ପରିବାରରେ ସେ ଯେତିକି ଭଲପାଇବା ପାଇଛନ୍ତି ଆଉ କିଏ ପାଇଥାନ୍ତେ l ମୁଁ ମୋ କାନ୍ଧରେ ଟେକି ତାକୁ ବୈଷ୍ଣୋଦେବୀଙ୍କ ନିକଟକୁ ଯାଇଥିଲି | ମୁଁ ଭାବୁଛି ଯେ ଯେତେବେଳେ କ୍ରିଷ୍ନା କାର୍ଯ୍ୟ କରନ୍ତି, କିମ୍ବା କରିବାକୁ ପ୍ରସ୍ତୁତ ହୁଅନ୍ତି, ବା ଲେଖକମାନେ ତାଙ୍କୁ ଦିଅନ୍ତି, ଏବଂ ଯେତେବେଳେ ସେ ଏହାକୁ ଗ୍ରହଣ କରନ୍ତି, ସେତେବେଳେ ସେମାନେ ପରିବାର ବିଷୟରେ ସେତିକି ଉପସ୍ଥାପନା କରିବା କଥା ଯେଉଁଥିରେ କି କାହା ମନକୁ ଆଘାତ ନଅପହଞ୍ଚେ l

    ଗୋବିନ୍ଦା ଆହୁରି ମଧ୍ୟ କହିଛନ୍ତି ସୁନୀତା (ଗୋବିନ୍ଦାଙ୍କ ପତ୍ନୀ) ମୋତେ ବହୁତ ଗାଳି ଦିଅନ୍ତି ଯେ ତୁମେ ପିଲାମାନଙ୍କ କାମ ରେ କାହିଁକି ହସ୍ତକ୍ଷେପ କରୁଛ? ସେମାନେ କରୁଥିବା କାର୍ଯ୍ୟ ତାଙ୍କୁ କରିବାକୁ ଦିୟ ଓ ସେମାନଙ୍କୁ ମୁକ୍ତ ରଖ | ସୁନିତା ଘର ର ପିଲାଙ୍କ କାର୍ଯ୍ୟ ରେ କେବେ ହସ୍ତକ୍ଷେପ କରନ୍ତିନି l କିନ୍ତୁ ଏବେ ସୁନୀତା ମଧ୍ୟ ସେଇ ବିବାଦ କୁ ଟାଣି ହୋଇଯାଇଥିବାରୁ ସେ ବହୁତ ରାଗିଛନ୍ତି | ଲାଗୁଥିଲା ଯେ ଗୋବିନ୍ଦା ଦୀର୍ଘ ଦିନ ଧରି ନିଜର ଭାବନାକୁ ଲୁଚାଇ ରଖିଥିଲେ, ସେତେବେଳେ ସେ ବାର୍ତ୍ତାଳାପ ରେ ଆହୁରି ମଧ୍ୟ କହିଥିଲେ ଯେ ମୁଁ ଯେତେବେଳେ କ୍ରିଷ୍ନାଙ୍କ ସନ୍ତାନ ହୋଇଥିଲା, ସେତେବେଳେ ମୁଁ ସୁନୀତାଙ୍କ ସହ ଡାକ୍ତରଖାନା ଯାଇଥିଲି। ଯଦିଓ ଆମେ ପିଲାଟିକୁ ଦେଖିଥିଲୁ, କିନ୍ତୁ ଆମକୁ ଛୁଆ ନିକଟକୁ ଯିବାକୁ ମନା କରାଯାଇଥିଲା, ତେଣୁ ମୁଁ ସୁନୀତାଙ୍କୁ କହିଲି ଯେ ଏହା ସମ୍ଭବ ହୋଇପାରେ କି କୋଭିଡ ସଂକ୍ରମଣ ପାଇଁ ଏମିତି ନିୟମ ହୋଇପାରେ |

    ମୁଁ ଚାରିଥର କହିଛି ମୁଁ ପିଲାଙ୍କୁ ଦେଖା କରିକି ଆସିଛି କିନ୍ତୁ କ୍ରିଷ୍ନା ଏହାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁନ୍ତି। ପ୍ରତ୍ୟେକ ସାକ୍ଷାତକାରରେ କ୍ରିଷ୍ନା କହିଛନ୍ତି ଯେ ମୋ ମାମୁଁ ମୋ ପିଲାମାନଙ୍କୁ ଦେଖା କରିବାକୁ ଆସି ନାହାଁନ୍ତି। ଗୋବିନ୍ଦା କୁହନ୍ତି ମୁଁ ଏହି ଘଟଣା ପରେ ଟିକିଏ ସନ୍ଦେହ କଲି ଯେ ସେ କାହିଁକି ଏମିତି କହୁଛନ୍ତି | ଏହା କିପରି ହୋଇଗଲା? ତେଣୁ ମୁଁ ତାଙ୍କୁ କହିବାକୁ ଚାହେଁ ଯେ ସେ ବଡ଼ଲୋକ ହେଲାଣି ଯାହାକି ଠିକ ନୁହଁ, ସେ ସାଧାରଣ ରହିବା ଉଚିତ l ସେ ଯାହା ଚାହିଁବେ ଚ୍ୟାନେଲ ରେ କହିବେ ଏବଂ ଚ୍ୟାନେଲରେ କ୍ଷମା ମାଗିବେ | ଆମ ଭିତରେ ଏତେ ବିଚ୍ଛିନ୍ନତା କେବେ ହେଲା ବୋଲି ଗୋବିନ୍ଦା ପ୍ରଶ୍ନ କରିଛନ୍ତି l କ୍ଷମା ମାଗିବାର ଆବଶ୍ୟକତା ଥିଲା କିନ୍ତୁ ତାହା ଚ୍ୟାନେଲ ମାଧ୍ୟମରେ କାହିଁକି? କ୍ରିଷ୍ନା ଏହିସବୁ ଡ୍ରାମା ରୁ ନିବୃତ ରହିବା ଉଚିତ ବୋଲି ଶେଷରେ ଗୋବିନ୍ଦା କହିଥିଲେ l

  • ଦେଶୀଗଲ ପ୍ରିୟଙ୍କା ଙ୍କ ବିକିନି ରେ ଦେଶୀ ତଡକା

    ପ୍ରିୟଙ୍କା ଚୋପ୍ରା ନିଜର ଦୁଇ ଦଶନ୍ଧିରୁ ରୁ ଅଧିକା ପୁରୁଣା ଫୋଟୋକୁ ଇନଷ୍ଟାଗ୍ରାମସେୟାର କରିଛନ୍ତି, ସେତେବେଳେ ସେ ମାତ୍ର ମାତ୍ର 18 ବର୍ଷୀୟ ଥିଲେ | ଚିତ୍ରଟି ଏକ ବ୍ରାଉନ୍-ବ୍ଲାକ୍ ବିକିନିରେ ତାଙ୍କ ମଡେଲିଂକୁ ଦର୍ଶାଉଛି, ମୁଣ୍ଡରେ ଏକ ଟିକିଲି ଏବଂ ଗ୍ଲାସ୍ ଚୁଡ଼ିବି ପିନ୍ଧିଛନ୍ତି l
    ତାଙ୍କୁ ବର୍ତ୍ତମାନ 39 ବର୍ଷ, ସ୍ୱାମୀ ନିକଜୋନାସ ଏବଂ ଝିଅ ମାଳତୀ ମାରି ଚୋପ୍ରା ଜୋନାସଙ୍କ ସହ ଲସ ଏଞ୍ଜେଲସରେ ରହୁଛନ୍ତି ପ୍ରିୟଙ୍କା ଏବଂ ତାଙ୍କ ପାଖରେ ଏବେ ଅନେକ ହଲିଉଡ ପ୍ରୋଜେକ୍ଟ ଅଛି |


    ଏହି ପୋଷ୍ଟରେ ତାଙ୍କ ପରିବାର, ବନ୍ଧୁ ଏବଂ ପ୍ରଶଂସକମାନେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି | ଥ୍ରୋବ୍ୟାକ୍ ପିକ୍ ପ୍ରତିକ୍ରିୟାରେ ନିକ ଜୋନାସ୍ ଏକ ଇମୋଜି ପକାଇଲେ | ତାଙ୍କର ଗୁଣ୍ଡେ ସହ-ତାରକା ରଣଭୀର ସିଂ ଲେଖିଛନ୍ତି, “ବ୍ରୁହା”, ଯେଉଁଥିରେ ପ୍ରିୟଙ୍କା ଏକ ଉତ୍ତର ଦେଇଛନ୍ତି। ଜଣେ ପ୍ରଶଂସକ ମନ୍ତବ୍ୟ ଦେଇଛନ୍ତି, “ସେତେବେଳେ ଯେମିତି ଦେବୀ ଆଜିବି ସେମିତି ଦେବୀ।” ଅନ୍ୟ ଜଣେ କହିଲା, “ତୁମର ଚମକକୁ କେବେ ବି ଛାଡିବାକୁ ଦିଅ ନାହିଁ |” ଆଉ ଜଣେ ଲେଖିଛନ୍ତି, “ପ୍ରକୃତ ଅର୍ଥରେ ଡିଭା।” ପ୍ରତିକ୍ରିୟା କରିଥିଲେ |


    ପ୍ରିୟଙ୍କା ବର୍ତ୍ତମାନ ଏକ ଅଳଙ୍କାର ବ୍ରାଣ୍ଡ ପାଇଁ ଏକ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟରେ ବ୍ୟସ୍ତ ଅଛନ୍ତି | ସେ ନିକଟରେ ବୁଲଗେରି ପାଇଁ ବ୍ରାଣ୍ଡ ଆମ୍ବାସାଡର ହୋଇଥିଲେ l ସେ ନିକଟରେ ଅନ୍ୟ ଏକ ବୁଲଗେରି ଇଭେଣ୍ଟରୁ ଏକ କଳା ପୋଷାକରେ ଉପରରୁ ତଳ ପର୍ଯ୍ୟନ୍ତ ଏକ ନାଟକୀୟ ଧଳା ରଫଲ୍ ସହିତ ଏକ ଚିତ୍ର ସେୟାର କରିଥିଲେ | ତାଙ୍କ ସମ୍ପର୍କୀୟ ପାରିନୀତି ଚୋପ୍ରା ମଧ୍ୟ ଲୁକ୍ ଉପରେ ମନ୍ତବ୍ୟ ଦେଇଛନ୍ତି l

  • ହାଇକୋର୍ଟରୁ ଅନୁମତି…ଦୁବାଇ ଗଲେ ଜ୍ୟାକ୍‌ଲିନ୍‌

    ଦିଲ୍ଲୀ ହାଇକୋର୍ଟରୁ ଅନୁମତି ମିଳିବା ପରେ IIFAରେ ସାମିଲ ହେବା ପାଇଁ ଦୁବାଇ ଗଲେ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍ l
    ତାଙ୍କ ବିଦେଶ ଯାତ୍ରା ପାଇଁ ଦିଲ୍ଲୀ ହାଇକୋର୍ଟରୁ ବିଶେଷ ଅନୁମତି ନେବାକୁ ପଡିଥିଲା। ୨୦୦ କୋଟି ଟଙ୍କା ଲଣ୍ଡରିଂ ମାମଲାରେ ଠକ ସୁକେଶ ଚନ୍ଦ୍ରଶେଖରଙ୍କ ନାମ ଆସିବା ପରେ ଜ୍ୟାକଲିନଙ୍କୁ ଦେଶ ଛାଡିବାକୁ ଅନୁମତି ଦିଆଯାଇନଥିଲା। ଅଭିନେତ୍ରୀ ୧୫ଦିନ ପାଇଁ ବିଦେଶ ଯାତ୍ରା କରିବାକୁ ଦିଲ୍ଲୀ କୋର୍ଟରୁ ଅନୁମତି ମାଗିଥିଲେ। ଏଥିପାଇଁ ସର୍ତ ରଖି ଜଷ୍ଟିସ୍ ଜ୍ୟାକଲିନଙ୍କୁ ଆବୁଧାବି ଯିବା ପାଇଁ ଅନୁମତି ଦେଇଛନ୍ତି।

    Jacqueline Fernandez at IIFA Awards 2015 in Kuala Lumpur on 5th June 2015 shown to user

    ଏଥିସହିତ ନିର୍ଦ୍ଦେଶ ଦିଆଯାଇଛି କି ୧ କୋଟି ଟଙ୍କା ଫିକ୍ସ ଡିପୋଜିଟ ରସିଦ ଜମା କରିବାକୁ ପଡିବ। ଏହା ବ୍ୟତୀତ ଏକ ଶପଥ ଗ୍ରହଣ କରିବାକୁ ପଡିବ, ଯଦି ସେ ନ ଫେରନ୍ତି ତେବେ ୧ କୋଟି ଟଙ୍କା ଜମା ରାଶିକୁ ଜବତ ଜରାଯିବ।
    ଜ୍ୟାକଲିନଙ୍କ ବ୍ୟତୀତ ବିମାନବନ୍ଦରରେ ଅନେକ ତାରକାଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା । ଯାହାର ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି ।

  • ବିଦେଶ ଯିବେ ରିୟା

    ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ କୋର୍ଟରୁ ଆସ୍ୱସ୍ଥି l ବିଦେଶ ଯିବାକୁ ପାଇଲେ ଅନୁମତି l ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ସହ ଜଡିତ ଡ୍ରଗ୍ସ ମାମଲାରେ ଅଭିଯୁକ୍ତ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ମୁମ୍ବାଇ କୋର୍ଟରୁ ଆସ୍ୱସ୍ଥି ମିଳିଛି। ସର୍ତ୍ତମୂଳକ ଭାବେ ତାଙ୍କୁ ବିଦେଶ ଯିବାକୁ କୋର୍ଟ ଅନୁମତି ଦେଇଛନ୍ତି। ଅଦାଲତ କହିଛନ୍ତି ଯେ ଅଭିନେତ୍ରୀଙ୍କୁ ଆବୁଧାବିରେ ଥିବା ଭାରତୀୟ ଦୂତାବାସରେ ପ୍ରତିଦିନ ଉପସ୍ଥାନ କରିବାକୁ ପଡିବ ଏବଂ କୋର୍ଟରେ ସେହି ଉପସ୍ଥାନ ସିଟ୍ ପ୍ରକାଶ କରିବାକୁ ପଡିବ। ଏହା ସହିତ ସେମାନଙ୍କୁ ଅତିରିକ୍ତ ସୁରକ୍ଷା ଭାବରେ କୋର୍ଟର ରେଜିଷ୍ଟ୍ରିରେ 1 ଲକ୍ଷ ଟଙ୍କା ଜମା କରିବାକୁ ପଡିବ |

    ଆପଣଙ୍କୁ କହିରଖୁଛୁ ଯେ ରିୟାଙ୍କୁ ଡ୍ରଗ୍ସ ମାମଲାରେ ଏନସିବି ଗିରଫ କରିଥିଲା ​​ଏବଂ ଏହି କାରଣରୁ ତାଙ୍କ ପାସପୋର୍ଟ ମଧ୍ୟ ଜମା କରାଯାଇଥିଲା। ରିୟାଙ୍କ ଓକିଲ କୋର୍ଟରେ ଆବେଦନ କରିଥିଲେ ଯେ ରିୟାଙ୍କୁ ଆଇଫା ପୁରସ୍କାର ପାଇଁ ଜୁନ୍ 2 ରୁ ଜୁନ୍ 8 ପର୍ଯ୍ୟନ୍ତ ଆବୁଧାବି ଯିବାକୁ ପଡିବ, ଯେଉଁଥିପାଇଁ ତାଙ୍କୁ ପାସପୋର୍ଟ ଦିଆଯିବା ଉଚିତ୍ |

  • ଗଙ୍ଗା ଙ୍କ ଶରଣରେ ପୃଥ୍ୱୀରାଜ୍

    ବଲିଉଡର ଖିଲାଡୀ କୁମାର ଙ୍କ ଆସୁଛି ନୂଆ ଫିଲ୍ମ ‘ସମ୍ରାଟ ପୃଥ୍ୱୀରାଜ୍’। ଆକ୍ସନ ଷ୍ଟାର ଅକ୍ଷୟ କୁମାର ତାଙ୍କର ଆଗାମୀ ଚଳଚ୍ଚିତ୍ରର ପ୍ରମୋସନରେ ମାତିଛନ୍ତି। ଫିଲ୍ମ ରିଲିଜ୍ ହେବା ପୂର୍ବରୁ ଅକ୍ଷୟ ତାଙ୍କ ସହ-ଅଭିନେତ୍ରି ମାନୁଶି ଛିଲର ଏବଂ ପୁରା ଟିମ୍ ବିଭିନ୍ନ ସହର ପରିଦର୍ଶନ କରି ଏକ ବିଶେଷ ଢଙ୍ଗରେ ଫିଲ୍ମର ପ୍ରମୋସନ କରୁଛନ୍ତି। ବର୍ତ୍ତମାନ ଖିଲାଡି କୁମାର ବାରାଣାସୀରେ ପହଞ୍ଚି ତାଙ୍କ ଚଳଚ୍ଚିତ୍ରର ସଫଳତା ପାଇଁ ଗଙ୍ଗାଙ୍କୁ ପୂଜା କରିଥିଲେ।

    ଏହି ସମୟରେ ସମ୍ରାଟ ପ୍ରୀତିରାଜଙ୍କ ପତାକା ମଧ୍ୟ ଦେଖାଯାଇଥିଲା । ଅକ୍ଷୟ କୁମାର ଗଙ୍ଗା ଘାଟରେ ଆରତୀ ପ୍ରଦର୍ଶନ କରିବା ସହିତ ଏକ ବୁଡ଼ ପକାଇଲେ । ସୋସିଆଲ ମିଡିଆରେ ଅକ୍ଷୟ ଗଙ୍ଗା ଘାଟରୁ ନିଜର ଏକ ଚିତ୍ର ସେୟାର କରିଛନ୍ତି, ଯେଉଁଥିରେ ସେ ହାତରେ ପୂଜା ଥାଳି ଧରି ଆଳତୀ କରୁଥିବା ନଜର ଆସିଥିଲେ।

Back to top button