୧୫ ଟଙ୍କାରେ ପେଟ୍ରୋଲ୍।

୧୫ ଟଙ୍କାରେ ପେଟ୍ରୋଲ୍। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ। ଆଜିକା ଦିନରେ ପେଟ୍ରୋଲ ପ୍ରାଇଜ୍ ଆକାଶଛୁଆଁ ରହିଥିବା ବେଳେ କିଏ ମାତ୍ର ୧୫ଟା ଟଙ୍କାରେ ପେଟ୍ରୋଲ ଦେଲା। କେଉଁ ଦେଶ ଏମିତି କମ୍ ଦରରେ ଦେଉଛି। ତାକୁ ନେଇ ଚକିତ ସମସ୍ତେ। ପେଟ୍ରୋଲ ଲିଟର ପିଛା ୧୫ ଟଙ୍କାରେ ମିଳୁଥିବା ଜାଣି ଲୋକେ ବି ପେଟ୍ରୋଲ ପମ୍ପରେ ଭିଡ଼ ଲଗାଇଲେ। ଆଉ ପୁରା ତେଲ ଟାଙ୍କି ଭର୍ତ୍ତି କରି ଖୁସି ମନରେ ଫେରିଛନ୍ତି। ତେବେ ଲୋକେ ସିନା ୧୫ଟା ଟଙ୍କାରେ ପେଟ୍ରୋଲ କିଣି ଖୁସି ମନରେ ଫେରିଗଲେ। କିନ୍ତୁ କମ୍ପାନୀକୁ ଲାଗିଥିଲା ଜବରଦସ୍ତ ଝଟକା। ତେବେ କମ୍ପାନୀ ନିଜେ ଏହି ଦରରେ ତେଲ ଦେଇ ପୁଣି ହରଡ଼ଘଣାରେ ପଡ଼ିଲା କେମିତି। କିନ୍ତୁ ଏହାର କାରଣ ଜାଣିଲେ ହୋସ୍ ଉଡ଼ିଯିବ। ପେଟ୍ରୋଲ ପମ୍ପର ମ୍ୟାନେଜରଙ୍କ ଗୋଟିଏ ତୃଟି ଲାଗି ଲୋକଙ୍କର ଭାଗ୍ୟ ଖୋଲିଗଲା।

କିନ୍ତୁ କମ୍ପାନୀ ବିପୁଳ କ୍ଷତି ସହିବାକୁ ବାଧ୍ୟ ହେଲା। ମ୍ୟାନେଜରଙ୍କ ଭୁଲ୍ ଲାଗି କମ୍ପାନୀ କ୍ଷତି ସହିଲାଣି ଜାଣିଲା ବେଳକୁ ସେତେବେଳକୁ ୨ଶହରୁ ଅଧିକ ଲୋକ ଏହାର ଫାଏଦା ନେଇସାରିଥିଲେ। ଲୋକଙ୍କୁ ପେଟ୍ରୋଲ ପକାଇବାକୁ ଅଫର ଦେବାକୁ ଯାଇ ନିଜେ ବିପଦରେ ଫସିଯାଇଥିଲେ ମ୍ୟାନେଜର୍। ଆଉ ତା ସହ କମ୍ପାନୀର ବି ବଡ଼ କ୍ଷତି କରିସାରିଥିଲେ। ପେଟ୍ରୋଲ ଲିଟର ପିଛା ୧୩୫ ଟଙ୍କା ବିକିବା ବଦଳରେ ଲୋକଙ୍କୁ ୧୫ ଟଙ୍କାରେ ବିକାଯାଇଥିଲା।

କମ୍ପାନୀ ପକ୍ଷରୁ ଅଫର ଥିଲା କି, ଟାଙ୍କିରେ ଫୁଲ୍ ୫୦ ଲିଟର  ତେଲ ପକାଇଲେ ୬ ହଜାର ୭୫୦ ଟଙ୍କା ଦେବାକୁ ପଡିବ। କିନ୍ତୁ ମ୍ୟାନେଜର ଭୁଲରେ ଏହାକୁ ୭୫୦ ଟଙ୍କା ଗ୍ରାହକଙ୍କୁ ଦେବାକୁ ପଡ଼ିବ ବୋଲି କହିଥିଲେ। ଆମେରିକାର ନର୍ଥ କାଲିଫର୍ଣ୍ଣିଆରେ ଏଭଳି ଘଟଣା ଘଟିଛି। ରେଞ୍ଚୋ କୋଡଓ୍ୱାର ସେଲ୍ ଗ୍ୟାସ୍ ଷ୍ଟେସନର ମ୍ୟାନେଜର ଜନ୍ ରଜେସିନାଙ୍କ ଏହି ବଡ଼ ତୃଟି ପାଇଁ କମ୍ପାନୀ ତ ବିପୁଳ କ୍ଷତି ସହିଲା। ତା ସହ ମ୍ୟାନେଜର ବି ଚାକିରୀରୁ ବିଦା ହେଲେ। ପେଟ୍ରୋଲ ପ୍ରତି ଗ୍ୟାଲୋନ୍ ୫୦୧ ଟଙ୍କାରେ ବିକ୍ରି ହେଉଥିଲା ବେଳେ ଏଭଳି ବଡ଼ ତୃଟି କରିଦେଲେ ମ୍ୟାନେଜର୍। ଆମେରିକାର ଅଧିକାଂଶ ପେଟ୍ରୋଲ ପମ୍ପରେ ସେଲଫ ସର୍ଭିସ୍ ବ୍ୟବସ୍ଥା ଅଛି, ଯେଉଁଠି ଲୋକେ ନିଜେ ପେଟ୍ରୋଲ ଭରନ୍ତି। ମ୍ୟାନେଜରଙ୍କ ଏହି ଭୁଲ୍ ଲାଗି କମ୍ପାନୀ ସାଢେ ୧୨ ଲକ୍ଷ ଟଙ୍କାର ରାଜସ୍ୱ ହରାଇଛି।

ପ୍ରଦୀପ ନାୟକ, ନକ୍ଷତ୍ର ନ୍ୟୁଜ୍

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *