ବିଜ୍ଞାନ ଜୀବନରୁ ବାହାରି ସନାତନ ଆଧ୍ୟାତ୍ମିକତା ଲାଇନରେ ଏଣ୍ଟ୍ରି। ମହାକୁମ୍ଭ ମେଳାରେ ଏଭଳି ଦେଖିବାକୁ ମିଳିଛି। ଏରୋସ୍ପେଶ୍ ଇଞ୍ଜିନିୟର ଥିଲେ। ବମ୍ୱେ ଆଇଆଇଟିରୁ ପାସ୍ ଆଉଟ୍। କିନ୍ତୁ ସବୁ ସୁଖସୁବିଧାକୁ ତୁଛ କରି ବାଛିନେଲେ ସାଧୁସନ୍ଥ ହେବାର ମାର୍ଗଦର୍ଶକୁ। ହରିଆଣାରେ ଜନ୍ମିତ ଅଭୟ ସିଂଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା। ଏରୋସ୍ପେଶ୍ ଇଞ୍ଜିନିୟର, ପଦାର୍ଥ ବିଜ୍ଞାନରେ ଅଧ୍ୟାପକ ଥିବା ଅଭୟ ସବୁ ମୋହମାୟାକୁ ତୁଟାଇ ସନ୍ୟାସୀ ଜୀବନ ଆପଣାଇନେଇଛନ୍ତି। ଜ୍ଞାନ ରାସ୍ତା ହିଁ ସର୍ବଶ୍ରେଷ୍ଠ ରାସ୍ତା ବୋଲି କହିଛନ୍ତି ଅଭୟ। ସମସ୍ତଙ୍କୁ ଶେଷରେ ଏହି ରାସ୍ତା ହିଁ ଆପଣାଇବାକୁ ପଡ଼ିବ ବୋଲି ଅତି ସରଳ ସହଜ ଓ ହସ ମୁହଁରେ ବାର୍ତ୍ତା ଦେଇଛନ୍ତି ଅଭୟ। ଜୀବନର ଆଦର୍ଶ ବୁଝିବା ସବୁଠୁ ମହତ୍ତ୍ୱପୂର୍ଣ୍ଣ ଅଟେ। କେବଳ କୌଣସି ଏକାଡେମିକ୍ ଆଚିଭମେଣ୍ଟ ଯଥେଷ୍ଟ ନୁହେଁ।

Naxatra News is now on Whatsapp
Join and get latest news update delivered to you via whatsapp
Join Now