ପ୍ରତିବର୍ଷ ଜାନୁଆରୀ ୧୫ ତାରିଖ ପ୍ରତିଟି ଭାରତୀୟଙ୍କ ପାଇଁ ସ୍ବତନ୍ତ୍ର । ଏହି ଦିନ ଭାରତ ଇତିହାସ ପାଇଁ ଗର୍ବ ଓ ଗୌରବର ଦିନ । ଏହି ଗୌରବକୁ ବଢାଇବାକୁ ସୀମା ସୁରକ୍ଷାରେ ମୁଖ୍ୟଭୂମିକା ତୁଲାଉଥିବା ସୈନିକଙ୍କୁ ସମ୍ମାନିତ କରାଯାଇଥାଏ । ସୀମା ରକ୍ଷା କରିବା ନେଇ ଭାରତୀୟ ସେନାଙ୍କୁ ସମ୍ମାନ ଜଣାଇ ଚଳିତ ବର୍ଷ ୭୭ତମ ଭାରତୀୟ ସେନା ଦିବସ ପାଳନ କରାଯାଉଛି । ଏହି ଦିନ ସେନାର ବୀରତ୍ବ , ସାହସିକତା ଓ ବଳିଦାନକୁ ସ୍ମରଣ କରାଯାଏ । ସେନା ଦିବସ ଅବସରରେ ଦେଶରେ ବିଭିନ୍ନ ସାମରିକ ମୁଖ୍ୟ ମାନଙ୍କୁ ମନପକାଯାଇଥାଏ ।
ତେବେ ଚଳିତ ବର୍ଷର ଥିମ୍ ହେଉଛି – ଭାରତୀୟ ସେନାକୁ ସମ୍ମାନ ଜଣାଇ ସେମାନଙ୍କ ବଳିଦାନକୁ ମନେପକାଇବାକୁ ଚଳିତ ବର୍ଷ ୭୭ତମ ଭାରତୀୟ ସେନା ଦିବସ ପାଳନ କରାଯାଇଛି । ଚଳିତ ବର୍ଷ ର ଥିମ ବା ବିଷୟବସ୍ତୁ ରହିଛି ସମର୍ଥ ଭାରତ , ସକ୍ଷମ ସେନା ।

Naxatra News is now on Whatsapp
Join and get latest news update delivered to you via whatsapp
Join Now