ପୁଣି ଥରେ ନିୟମଗିରି ପାହାଡରେ ଥିବା ବକ୍ସାଇଟ ଖଣିକୁ ନେଇ ଆଦିମ ଜନଜାତି ଡଙ୍ଗରିଆ କନ୍ଧଙ୍କ ମେଳି ଆରମ୍ଭ ହୋଇଛି । ଏହାକୁ ନେଇ ନିୟମଗିରି ଅଞ୍ଚଳରେ ଅସନ୍ତୋଷ ର ଦାନା ବାନ୍ଧୁଛି । ନିୟମଗିରି ସୁରକ୍ଷା ମଞ୍ଚ ତରଫରୁ ଦୁର୍ଗମ ନିୟମଗିରି ଅଞ୍ଚଳରେ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ରାୟଗଡା ଜିଲ୍ଲାର ପୂର୍ବଘାଟ ପାର୍ବତ୍ୟମାଳାରେ ରହିଥିବା ବିସ୍ତିର୍ଣ୍ଣ ନିୟମଗିରି ପାହାଡରେ ବକ୍ସାଇଟ ଖଣି ରହିଛି । ଏହି ଖଣିରୁ ବକ୍ସାଇଟ ଉତ୍ତୋଳନ କରିବା ପାଇଁ ୨୦୧୩ ମସିହାରେ ୧୨ଟି ଗାଁରେ ପଲ୍ଲିସଭା ଅନୁଷ୍ଠିତ ହୋଇଥିଲା । ଏହି ପଲ୍ଲିସଭାରେ ଖଣି ଖନନକୁ ବିରଳ ଜନଜାତି ଡଙ୍ଗରିଆ ସମୂହ ବିରୋଧ କରିଥିଲେ। ଚଳିତ ମାସ ୮ ତାରିଖ ଦିନ ଲାଞ୍ଜିଗଡରେ ଖଣି ଖନନ ନେଇ ଏକ ବୈଠକ ଆୟୋଜନ କରାଯାଇଥିଲା। ଏହି ବୈଠକରେ ନିୟମଗିରିରେ ପୁନର୍ବାର ଖଣି କିପରି ଖନନ ହେବ ତାକୁ ନେଇ ଆଲୋଚନା ହୋଇଥିଲା। ଯାହାକୁ ନେଇ ନିୟମଗିରି ସୁରକ୍ଷା ମଞ୍ଚ ତୀବ୍ର ବିରୋଧ କରୁଛି । ନିୟମଗିରି ଅଞ୍ଚଳରେ ପୁଣି ଖଣି ଖନନ ପାଇଁ ଗ୍ରାମସଭା ହେଲେ ତାକୁ ଭଣ୍ଡୁର କରାଯିବା ସହ ବେଦାନ୍ତ ଆଲୁମିନା କାରଖାନା ଆଗରେ ଧାରଣା ଦିଆଯିବ ବୋଲି ନିୟମଗିରି ସୁରକ୍ଷା ସମିତି ଚେତାବନୀ ଦେଇଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now