ରାୟଗଡା ପୋଲିସର ପାତରଅନ୍ତର ନୀତିକୁ ନେଇ ଆଜି ଜିଲ୍ଲା ଟ୍ରକ ମାଲିକ ସଂଘର ପ୍ରତିବାଦ ଓ ଥାନା ସାମ୍ନାରେ ଧାରଣା । ରାସ୍ତାରେ ଅଟକିଛି ଶହ ଶହ ଟ୍ରକ୍, । ରାୟଗଡାର ଟ୍ରକ ମାଲିକ ସଂଘର ସଭାପତି ଭେଙ୍କେଟେଶ୍ବର ରାଓଙ୍କ ଡ୍ରାଇଭରକୁ ରାୟଗଡା ଟାଉନ୍ ଥାନା ପୁଲିସ ଏକ ମାମଲାରେ ଗିରଫ କରିଛି। ଗିରଫ୍ ଡ୍ରାଇଭର ହେଲେ ପି.ଗୈରୀଶଙ୍କର। ଏହାର ପ୍ରତିବାଦରେ ଶତାଧିକ ଲୋକେ ଟାଉନ୍ ଥାନାକୁ ଘେରାଉ କରିଛନ୍ତି। ପୂର୍ବରୁ ଡ୍ରାଇଭରଙ୍କ ନାମରେ ଥିଲା ଜାମିନ ବିହୀନ ଗିରଫ୍ ପରୱାନା। ଆଜି ସକାଳୁ ଗୈରୀଶଙ୍କରକୁ ପୁଲିସ ଗିରଫ କରିବା ପରେ କୋଣ୍ଡା ବାବୁଙ୍କ ସମର୍ଥକ ଥାନା ଆଗରେ ଖଲାସ ପାଇଁ ଅଡି ବସିଛନ୍ତି। ଅନ୍ୟପକ୍ଷେ ଜିଲ୍ଲା ବିଜେଡ଼ି ସଭାପତି ଏନ୍. ଭାଷ୍କର ରାଓଙ୍କ ବିରୋଧରେ ମାଓବାଦୀଙ୍କ ସହିତ ସମ୍ପର୍କ ଥିବା ଓ ଜାତିଆଣ ମାମଲା ରହିଛି କିନ୍ତୁ ତାଙ୍କୁ ଗିରଫ ନକରି ପୁଣି ସୁରକ୍ଷା ଯୋଗଉଛି ମାତ୍ର ସଧାରଣ ଡ୍ରାଇଭରଙ୍କୁ ଅମାନୁଷିକ ଭାବେ ଟଣା ଉଟରା କରି ଗିରଫ କରିଛି ବୋଲି ଟ୍ରକ ମାଲିକ ସଂଘର ସଭାପତି ଅଭିଯୋଗ କରିଛନ୍ତି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now