ବରଗଡ଼ ହେବ ପର୍ଯ୍ୟଟନର ହବ୍

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ବରଗଡ଼ ଜିଲ୍ଲା ହେବ ପର୍ଯ୍ୟଟନର ହବ୍। ବଣ, ପାହାଡ, ନଦୀ, ଝରଣା ଘେରା ପ୍ରାକୃତିକ ସୋନ୍ଦର୍ଯ୍ୟରେ ଭରପୂର ବରଗଡ଼। ଏଠି ରହିଛି ଅନେକ ଆକର୍ଷଣୀୟ ପର୍ଯ୍ୟଟନ ଓ ଧାର୍ମିକ ସ୍ଥଳୀ । ଯାହାର ରହିଛି ଅନେକ ବିଶେଷତ୍ଵ ଓ ଗୁରୁତ୍ଵ। ମାତ୍ର ଦୃଷ୍ଟି ଆଢୁଆଳରେ ରହିଯାଇଥିବା ଯୋଗୁଁ ଏହାର ଆନୁସଙ୍ଗିକ ବିକାଶ ଓ  ଭିତ୍ତିଭୂମିର ଅଭାବ ରହିଥିଲା। କିନ୍ତୁ ଆଉ ଅବହେଳିତ ହୋଇ ରହିବ ନାହିଁ କୌଣସି ପର୍ଯ୍ୟଟନ ସ୍ଥଳୀ। ମୋହନ ସରକାର ନେଲେ ବଡ ପଦକ୍ଷେପ।  ଜିଲ୍ଲାର ପ୍ରସିଦ୍ଧ ତିନୋଟି ଧାର୍ମିକ ପୀଠକୁ ରାଜ୍ୟ ସରକାର ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପ୍ରଦାନ କରିଛନ୍ତି। ଜିଲ୍ଲାର ଭଟଲି ସ୍ଥିତ ଦଧିବାମନ ମନ୍ଦିର, ଅଷ୍ଟ ଶମ୍ଭୁ ମଧ୍ୟରେ ଅମ୍ବାଭୋନା ସ୍ଥିତ ବାବା କେଦାରନାଥ ମନ୍ଦିର ଓ ବରଗଡ଼ ତୁରୁଙ୍ଗା ସ୍ଥିତ ମା ବୈଷ୍ଣୋଦେବୀ ପୀଠକୁ ପର୍ଯ୍ୟଟନ ସ୍ଥଳୀ ମାନ୍ୟତା ଦେଲା ପରେ ଏବେ ବରଗଡ଼ ଜିଲ୍ଲାରେ ଖୁସିର ଲହରୀ। ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ଅଞ୍ଚଳବାସୀ ।

ପର୍ଯ୍ୟଟନର ବିକାଶ ହେଲେ ନିଯୁକ୍ତି ମିଳିବ ଏବଂ ନିବେଶ ସହ ଅଞ୍ଚଳର ବିକାଶ ମଧ୍ୟ ହେବ। କେଦାରନାଥ ପୀଠ,ମାତା ବୈଷ୍ଣୋଦେବି ପୀଠ ଓ ଦଧିବାମନ ପୀଠ ସହ ବରଗଡ଼ ଜିଲାରେ ବର୍ତ୍ତମାନ ସ୍ବୀକୃତିପ୍ରାପ୍ତ ପର୍ଯ୍ୟଟନସ୍ଥଳୀର ସଂଖ୍ୟା ୧୩ କୁ ପହଞ୍ଚିଛି। ଓଡ଼ିଶା ସରକାର ତଥା ପର୍ଯ୍ୟଟନ ବିଭାଗ ଦ୍ଵାରା ଚିହ୍ନଟ ଏହି ପର୍ଯ୍ୟଟନ ସ୍ଥଳୀର ଉପଯୁକ୍ତ ଭିତ୍ତିଭୂମିର ଉନ୍ନତି ଓ ଲୋକଙ୍କ ଆବଶ୍ୟକ ଅନୁଯାୟୀ ସମସ୍ତ ଆନୁସାଙ୍ଗିକ ବ୍ୟବସ୍ଥା କରାଯିବ । ଲକ୍ଷ ଲକ୍ଷ ପର୍ଯ୍ୟଟକ ରାଜ୍ୟ ତଥା ରାଜ୍ୟ ବାହାରୁ ଆସି ଏଠିକାର ପ୍ରକୃତିକୁ ଉପଭୋଗ କରିବା ସହ ଧାର୍ମିକ ଭାବନା ସହ ଯୋଡ଼ି ହେଉଛନ୍ତି । ବିଜେଡି ଶାସନ ସମୟରେ ସ୍ଵୀକୃତି ପାଇଥିବା ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ଏବେ ମଧ୍ୟ ଅବହେଳିତ ଅବସ୍ଥାରେ ପଡ଼ିରହିଛି। ଯାହାର ବିକାଶ ନିମନ୍ତେ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ଅଞ୍ଚଳବାସୀ ।

ନୂତନ ଭାବେ ଚିହ୍ନଟ ହୋଇଥିବା ପର୍ଯ୍ୟଟନ କେନ୍ଦ୍ର ଗୁଡ଼ିକ ରାଜ୍ୟ ପର୍ଯ୍ୟଟନ କ୍ଷେତ୍ରକୁ ଆହୁରି ମଜବୁତ୍ କରିବ । ଧାର୍ମିକ ସ୍ଥଳୀର ଉନ୍ନତିକରଣ ଓ ଏହାର ବିକାଶ ସହ ଆବଶ୍ୟକ ଭିତ୍ତିଭୂମିର ବ୍ୟବସ୍ଥା କରାଗଲେ ପର୍ଯ୍ୟଟନ କ୍ଷେତ୍ରରେ ବରଗଡ଼ ଜିଲ୍ଲା ଆହୁରି ଆଗେଇବ ବୋଲି ବୁଦ୍ଧିଜୀବୀ ମାନେ ନିଜର ମତାମତ ଦେଇଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *