ଦେବଗଡ଼ ଜିଲ୍ଲାର ୩୭୦ ଗ୍ରାମକୁ ରାଜ୍ୟ ସରକାର ବାଲ୍ୟ ବିବାହ ମୁକ୍ତ ଘୋଷିତ ହୋଇଛି । ସେଥିପାଇଁ ସରକାରୀ ସ୍ତରରେ ବାଲ୍ୟ ବିବାହ ରୋକିବା ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି। I ସୂଚନା ଅନୁଯାୟୀ କିଛି ଦିନ ତଳେ କୁଚିଣ୍ଡIର କୁସୁମି ଅଞ୍ଚଳରୁ ଟିକେଶ୍ଵର ଶବର ନିଜ ପୁଅ ଜିତୁ ଶବର ସହ ଜଣେ ନାବାଳିକାଙ୍କ ନିର୍ବନ୍ଧ ହୋଇଥିଲା । ସୂଚନା ପାଇଲା ପରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ରଙ୍କ ନେତୃତ୍ଵରେ ତିଳେଇବଣୀର ସିଡିପିଓ ବାଲ୍ୟ ବିବାହ ନିଷେଧ ଅଧିକାରିଣୀ ବନ୍ଦିତା ରାଉତରାୟ ଓ ଚାଇଲ୍ଡ ଲାଇନ ,ସଖୀ କେନ୍ଦ୍ରର କର୍ମକର୍ତ୍ତା ଓ ଲଇମୁରI ପୋଲିସ ସଦଳବଳ ଘଟଣା ସ୍ଥଳରେ ପହଞ୍ଚି I ଝିଅର ବୟସ ପଛାରି ବୁଝିଥିଲେ ଝିଅର ବୟସ ୧୭ ବର୍ଷ ହୋଇଥିବାରୁ ଏ ବାଲ୍ୟ ବିବାହରୁ ନିବୃତ ରହିବାକୁ ବୁଝାସୁଝା କରିଥିଲେ I ହେଲେ ମହୁଲପଦI ଥାନାରେ କାର୍ଯ୍ୟରତ ଝିଅର ମାମୁଁ ପୋଲିସ କଥା ମୁଁ ବୁଝିବି କହି ନିର୍ଭୟରେ ଏ ବିବାହକୁ ସମ୍ପନ୍ନ କରିବା ପାଇଁ ଆଗେଇ ଥିଲେ I ସେହି ସମୟରେରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଓ ଚାଇଲ୍ଡ ଲାଇନ ପକ୍ଷରୁ ପୋଲିସର ସହାୟତାରେ ଅଚାନକ ଚଢାଉ ହୋଇଥିଲା ଓ ବାଲ୍ୟ ବିବାହକୁ ନିଷେଧ କରାଯାଇ ଥିଲା । ଘଟଣା ସ୍ଥଳରେ ଉଭୟ ବର ଏବଂ କନ୍ୟାଙ୍କୁ ଥାନାରେ ଅଧିକ ତଦନ୍ତ ପାଇଁ ଅଟକ ରଖାଯାଇଛି

Naxatra News is now on Whatsapp
Join and get latest news update delivered to you via whatsapp
Join Now