ଏଲ ଆଣ୍ଡ ଟି ଅଧ୍ୟକ୍ଷ ଏସଏନ ସୁବ୍ରମଣ୍ୟନଙ୍କ ସପ୍ତାହରେ ୯୦ଘଣ୍ଟା କାମକୁ ନେଇ ବୟାନ ଉପରେ କମ୍ପାନୀ ଏଚଆର ପ୍ରମୁଖ ଭିନ୍ନ ବୟାନ ରଖିଛନ୍ତି। ଏଚଆର ପ୍ରମୁଥ ସୋନିକା ମୁରଲୀଧରନ କହିଛନ୍ତି, କମ୍ପାନୀର ଅଧ୍ୟକ୍ଷ ଏଭଳି ନେତୃତ୍ୱ ନେଉଛନ୍ତି। ଯିଏ ସବୁବେଳେ କର୍ମଚାରୀଙ୍କ ଭଲ ଚାହାନ୍ତି। ଅଧ୍ୟକ୍ଷଙ୍କ ସପ୍ତାହକୁ ୯୦ଘଣ୍ଟା କାମ କରିବା ବୟାନକୁ ନେଇ ଦେଶରେ ବିତର୍କର ଝଡ଼ ବୋହୁଥିବା ବେଳେ ମାଲିକଙ୍କ ସୁରକ୍ଷାର ଢାଲ ସାଜିଛନ୍ତି ସୋନିକା। ଅଧ୍ୟକ୍ଷଙ୍କ ବୟାନକୁ ଭୁଲ ଭାବରେ ବ୍ୟାଖ୍ୟା କରାଯାଉଛି। ଅଧ୍ୟକ୍ଷ ସପ୍ତାହକୁ ୯୦ଘଣ୍ଟା କାମ କରିବାକୁ ଯେଉଁ ସଙ୍କେତ ଦେଇଛନ୍ତି, ତାହା ଅନିର୍ବାଯ୍ୟ ବୋଲି କହିନାହାନ୍ତି। ସମସ୍ତ କର୍ମଚାରୀଙ୍କୁ ନିଜର ପରିବାର ବୋଲି ମାନନ୍ତି। ଅଧ୍ୟକ୍ଷଙ୍କ ମନ୍ତବ୍ୟ ଆକସ୍ମିକ ଥିଲା। କୌଣସି ଉଦ୍ଦେଶ୍ୟମୂଳକ ନଥିଲା। ଦୁଇ ଦିନ ତଳେ ମହିନ୍ଦ୍ରା ଗ୍ରୁପ୍ ଚେୟାରମ୍ୟାନ୍ ଆନନ୍ଦ ମହିନ୍ଦ୍ରା ବି ସୁବ୍ରମଣ୍ୟନଙ୍କୁ କଡ଼ା ସମାଲୋଚନା କରିଥିଲେ। କେତେ ସମୟ ପାଇଁ ନୁହେଁ। ବରଂ କାମର ଗୁଣାତ୍ମକ ଉପରେ ଫୋକସ୍ କରିବା ଜରୁରୀ। ଏହା ୪୦, ୭୦ କି ୯୦ ଘଣ୍ଟାର କଥା ନୁହେଁ। ୧୦ ଘଣ୍ଟାରେ ବି ବିଶ୍ୱ ପରିବର୍ତ୍ତନ ହୋଇପାରିବ। ସେ ତାଙ୍କର ସୁନ୍ଦର ପତ୍ନୀଙ୍କୁ ଭଲ ଭାବରେ ଦେଖନ୍ତି।

Naxatra News is now on Whatsapp
Join and get latest news update delivered to you via whatsapp
Join Now