ଆସାମରେ ଭାରତୀୟ ବାୟୁସେନାର ସୁଖୋଇ-୩୦ ଫାଇଟର ଜେଟ୍ କ୍ରାସ୍। ଏହି ଘଟଣାରେ ଦୁଇ ପାଇଲଟ ଶହୀଦ୍ ହୋଇଛନ୍ତି। ସ୍କ୍ୱାର୍ଡନ ଲିଡର ଅନୁଜ ଓ ଫ୍ଲାଇଟ୍ ଲେଫ୍ଟନାଣ୍ଟ ପୁରବେଶ ଦୁରାଗଙ୍କର ଦୁଃଖଦ ମୃତ୍ୟୁ ହୋଇଛି। ଶକ୍ତିଶାଳୀ ସୁଖୋଇ-୩୦ ଏମକେଆଇ ଫାଇଟର ଜେଟ୍ ଟ୍ରେନିଂ ମିଶନ ବେଳେ ଏହି ଦୁର୍ଘଟଣା ଘଟିଛି। ଗୁରୁବାର ଅଚାନକ ରାଡାରରୁ ଗାଏବ ହୋଇଯାଇଥିଲା ବିମାନ। ବିମାନର ଅବଶେଷ ଆସାମର ପାହାଡ଼ ଓ ଘଞ୍ଚଜଙ୍ଗଲ ଏରିଆରେ ଠାବ କରାଯାଇଛି। କାର୍ବି ଆଙ୍କଲୋଙ୍ଗ ଜିଲ୍ଲାର ଦୁର୍ଗମ ପାହାଡ଼ ଉପରେ ଉଡ଼ାଣ ଭରିବା ବେଳେ ଏହା କ୍ରାସ୍ କରିଯାଇଛି। ଗ୍ରାଉଣ୍ଡ କଣ୍ଟ୍ରୋଲ ରୁମ୍ ସହ ସମ୍ପର୍କ ବିଛିନ୍ନ ପରେ ତଲାସି ଅଭିଯାନ ଆରମ୍ଭ ହୋଇଥିଲା। ଏଭଳି ଅତ୍ୟାଧୁନିକ ବିମାନ କ୍ରାସରୁ ଦୁଇ ପାଇଲଟଙ୍କ ନିଧନ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ଆଜି ବିମାନ କ୍ରାସ ଓ ଦୁଇ ପାଇଲଟଙ୍କ ଶହୀଦ ଖବରକୁ ବାୟୁସେନା ପୁଷ୍ଟି କରିଛି। ଶହୀଦ ହୋଇଥିବା ଦୁଇ ଅଧିକାରୀ ବାୟୁସେନାର କୁଶଳୀ ପାଇଲଟ ଥିଲେ। ସ୍କ୍ୱାର୍ଡନ ଲିଡର ଅନୁଜ ବେଶ୍ ଅନୁଭବୀ ପାଇଲଟ ଥିଲେ। ଯିଏ ଲମ୍ୱା ସମୟ ଧରି ଫ୍ରଣ୍ଟଲାଇନ୍ ସୁଖୋଇ ସ୍କ୍ୱାର୍ଡନର ଅଂଶ ଥିଲେ। ଫ୍ଲାଇଟ ଲେଫ୍ଟନାଣ୍ଟ ପୁରବେଶ ଦୁରାଗକର ବହୁ କମ୍ ସମୟ ଭିତରେ ଫାଇଟର ପାଇଲଟ ରୂପରେ ନିଜର ପରିଚୟ ତଆରି କରିଥିଲେ। ସୁଖୋଇ-୩୦ ଏମକେଆଇ ଭାରତୀୟ ବାୟୁସେନାର ସବୁଠୁ ମହତ୍ତ୍ୱପୂର୍ଣ୍ଣ ମଲଟି ରୋଲ୍ ଫାଇଟର ଜେଟ୍ ଅଟେ। ଏହା ଋଷ ଓ ଭାରତର ସହଯୋଗରେ ତିଆରି ଶକ୍ତିଶାଳୀ ବିମାନ ଅଟେ। ଆସାମ ଓ ପୂର୍ବୋତ୍ତର ଭାରତର ଆକାଶମାର୍ଗର ସୁରକ୍ଷା ପାଇଁ ଏହି ବିମାନର ଉପଯୋଗିତା ପ୍ରମୁଖ ରହିଆସିଛି। ଏହି ଦୁର୍ଘଟଣା ପରେ ବିମାନର ମେଣ୍ଟେନାନ୍ସ ଓ ଟେକ୍ନିକ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ଛିଡ଼ା କରିଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now