ଖାଇକୁ ଖସିଲା ଡମ୍ପର। ପ୍ରାୟ ହଜାରେ ଫୁଟ ତଳକୁ ଡମ୍ପର ଖସି ୨୨ ଶ୍ରମିକଙ୍କ ଶୋଚନୀୟ ମୃତ୍ୟୁ ହୋଇଛି। ଅରୁଣାଚଳପ୍ରଦେଶରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମୃତ ୨୨ ଶ୍ରମିକଙ୍କ ଭିତରୁ ୧୯ ଶ୍ରମିକ ଆସାମର। ସମସ୍ତଙ୍କ ଘର ଆସାମର ତିନସୁକିଆରେ। ରେସକ୍ୟୁ ଅପରେସନରେ ଇଣ୍ଡିଆନ ଆର୍ମି ସାମିଲ୍ ହୋଇଛି। ଆସାମରୁ ଦିନ ମଜୁରିଆଙ୍କୁ ନେଇ ଅରୁଣାଚଳପ୍ରଦେଶର ଅଞ୍ଜଓ୍ୱାକୁ ଯାଉଥିଲା ଡମ୍ପର। ହାଉଲିଆଙ୍ଗ ଓ ଚକଲା ମଝିରେ ଏହି ଦୁର୍ଘଟଣା ଘଟିଛି। ୯ତାରିଖରୁ ଦୁର୍ଘଟଣା ଘଟିଲାଣି। ଆହତ ସତ୍ତ୍ୱେ ଏକମାତ୍ର ଜୀବିତ ଶ୍ରମିକ ବହୁ କଷ୍ଟରେ ଉପରକୁ ଆସି ଗତକାଲି କ୍ୟାମ୍ପରେ ପହଞ୍ଚିଥିଲେ। ସେ ଖବର ଦେବା ମାତ୍ରେ ତୁରନ୍ତ ରେସକ୍ୟୁ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛି। ଏଯାବତ୍ ୧୩ ଶ୍ରମିକଙ୍କ ଶବକୁ ଉଦ୍ଧାର କରାଯାଇଛି। ଡ୍ରାଇଭର ଘାଟି ରାସ୍ତାରେ ନିୟନ୍ତ୍ରଣ ହରାଇବାରୁ ଏତେ ବଡ଼ ଦୁର୍ଘଟଣା ଘଟିଛି। ଶ୍ରମିକ ଭର୍ତ୍ତି ଏହି ଡମ୍ପର ଚୀନ୍ ସୀମାବର୍ତ୍ତୀ ସଡ଼କରେ ଥିଲା। ଏହି ରାସ୍ତା ଅତି ଦୁର୍ଗମ ଓ ପାହାଡ଼ିଆ ତଥା ବିପଦସଙ୍କୁଳ।

Naxatra News is now on Whatsapp
Join and get latest news update delivered to you via whatsapp
Join Now