୩୨ଟି ବିମାନବନ୍ଦରରେ ପୁଣି ବିମାନ ଚଳାଚଳ ହେଲା ସ୍ୱାଭାବିକ। ଏୟାରପୋର୍ଟ ଅଥୋରିଟି ଅଫ ଇଣ୍ଡିଆ ଏହା ଘୋଷଣା କରିଛି। ଭାରତ-ପାକିସ୍ତାନ ଯୁଦ୍ଧ ପରିପ୍ରେକ୍ଷୀରେ ମେ ୧୫ ସାଢ଼େ ୫ଟା ଯାଏ ଏ ସବୁ ବିମାନ ବନ୍ଦରରେ ସେବା ବାତିଲ୍ କରିଥିଲା ଏୟାରପୋର୍ଟ ଅଥୋରିଟି ଅଫ ଇଣ୍ଡିଆ। ତେବେ ଆଜିଠୁ ତତ୍କାଳ ଏ ସେବା ପୁଣି ଆରମ୍ଭ ହୋଇଛି ବୋଲି ଘୋଷଣା କରିଛି। ସେଥିଲାଗି ଯାତ୍ରୀମାନଙ୍କୁ ଫ୍ଲାଇଟ୍ ଷ୍ଟାଟସ ଚେକ୍ କରିବା ସହ ରେଗୁଲାର ଅପଡେଟ୍ ପାଇଁ ଏୟାରଲାଇନ୍ସ ଓ ମନିଟର ଏୟାରଲାଇନ୍ସ ଓ୍ୱେବସାଇଟକୁ ଯାଇ ଦେଖିବାକୁ ଅପିଲ୍ କରିଛି ଏୟାରପୋର୍ଟ ଅଥୋରିଟି ଅଫ ଇଣ୍ଡିଆ। ଯୁଦ୍ଧ ଲାଗି ଚଣ୍ଡୀଗଡ଼, ଶ୍ରୀନଗର, ଅମ୍ରିତସର, ଲୁଧିଆନା, ଭୁଣ୍ଟାର, କିଶନଗଡ଼, ପଟିଆଲା, ସିମଲା, ଧର୍ମଶାଳା, ବାଠିଣ୍ଡା, ଜୟସୈଲମାର, ଜୋଧପୁର, ଲେହ, ହିଣ୍ଡୋନ, କାଣ୍ଡଲା, ରାଜକୋଟ, ବିକାନେର, ପଠାନକୋଟ, ଜମ୍ମୁ, ଜାମନଗର ଓ ଭୁଜ ବିମାନବନ୍ଦର ବନ୍ଦ କରାଯାଇଥିଲା। ଯୁଦ୍ଧ ଲାଗି ୫ଶହରୁ ଉର୍ଦ୍ଧ୍ୱ ବିମାନ ବାତିଲ୍ ହୋଇଥିଲା। ଏଥିରେ ଯାତ୍ରୀଙ୍କୁ ସେମାନଙ୍କ ଟିକଟ ଅର୍ଥ ଫେରସ୍ତ ନଚେତ ରିସିଡ୍ୟୁଲିଂର ବିକଳ୍ପ ଦିଆଯାଇଥିଲା।

Naxatra News is now on Whatsapp
Join and get latest news update delivered to you via whatsapp
Join Now