ସାପ କାମୁଡ଼ାରେ ଶିଶୁ ପୁତ୍ର ମୃତ

ବୌଦ୍ଧ: ସାପ କାମୁଡ଼ାରେ ଗଲା ୮ ବର୍ଷର ଶିଶପୁତ୍ରର ଜୀବନ। ଏଭଳି ଏକ ଅଭାବନୀୟ ଘଟନା ଘଟିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ଯଟେସିଙ୍ଗା ଗ୍ରାମରେ। ମୃତଶିଶୁ ଜଣଙ୍କ ହେଲେ ଜଟେସିଙ୍ଗା ଗ୍ରାମର ନରୋତ୍ତମ ବେହେରାଙ୍କ ପୁଅ ଶ୍ରବଣ ବେହେରା। ସୂଚନା ଅନୁଯାୟୀ, ଗତକାଲି ଶ୍ରବଣ ଖାଇ ସାରି ନିଜ ପରିବାର ସହ ସୋଇଥିଲେ। ତେବେ ସୋଇଥିବା ସମୟର ଏକ ବିଷଧର ସାପ ତାଙ୍କୁ କାମୁଡ଼ି ଦେଇଥିଲା। ତେବେ ପରିବାର ଲୋକେ ଜାଣିବା ବିଳମ୍ୱ ହୋଇଯାଇଥିବା ବେଳେ ଶ୍ରବଣଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ବୌଦ୍ଧ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *