ସଭାପତି ରେସରେ ନାହାନ୍ତି ଅନ୍ନାମଲାଇ

ତାମିଲନାଡ଼ୁ ବିଜେପି ସଭାପତି ରେସରେ ନାହାନ୍ତି ଆଉ ଅନ୍ନାମଲାଇ। ଦଳର ଆଗାମୀ ସଭାପତି ସର୍ବସମ୍ମତ ଭାବେ ଚୟନ ହେବ। କିନ୍ତୁ ସେ ଏ ରେସରେ ନାହାନ୍ତି। କୋଏମ୍ୱାଟୋରରେ ଗଣମାଧ୍ୟମ ସହ କଥା ହେଲା ବେଳେ ଏହା ସ୍ପଷ୍ଟ କରିଛନ୍ତି ଅନ୍ନାମଲାଇ। ବିଜେପି ତାମିଲନାଡ଼ୁର ନେତୃତ୍ୱ ନେବାକୁ ଦଳରେ କୌଣସି ପ୍ରତିଯୋଗିତା ନାହିଁ। ଆସନ୍ତାବର୍ଷ ତାମିଲନାଡ଼ୁ ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ବିଜେପି ଓ ଏଆଏଡିଏମକେ ମେଣ୍ଟ ଚର୍ଚ୍ଚା ଭିତରେ ଅନ୍ନାମଲାଇ ଦଳର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇପାରନ୍ତି ବୋଲି ଚର୍ଚ୍ଚା ଚାଲିଛି। ରାଜ୍ୟରେ ଜାତିଗତ ସମୀକରଣକୁ ଧ୍ୟାନ ରଖି ଦଳ ଏହି ଫୈସଲା ନେଇପାରେ। ୨୦୨୩ରେ ବିଜେପି ଓ ଏଆଇଏଡିଏମକେ ଅଲଗା ହେବା ପଛରେ ଅନ୍ନାମଲାଇଙ୍କୁ ବି ଦାୟୀ କରାଯାଏ। ଅନ୍ନାମଲାଇ ଓ ଏଆଇଏଡିଏମକେର ପ୍ରମୁଖ ପଲାନିସ୍ୱାମୀ ଦୁହେଁ ଶକ୍ତିଶାଳୀ ପଛୁଆ ବର୍ଗର ଅଟନ୍ତି। ଦୁହେଁ ତାମିଲନାଡ଼ୁର ପଶ୍ଚିମ କୋଙ୍ଗୁ କ୍ଷେତ୍ରରୁ ଆସିଛନ୍ତି ଯେଉଁଠି ଗୋଣ୍ଡର୍ସଙ୍କ ଦବଦବା ରହିଛି। ଭୋଟ ବ୍ୟାଙ୍କ ବଢ଼ାଇବାକୁ ଏହି କନେକ୍ସନ କାମ ଦେବ ବୋଲି କୁହାଯାଉଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *