ବୟସ ୭୦। ମନ୍ତ୍ରୀଙ୍କ ସମ୍ପର୍କୀୟ। କିନ୍ତୁ ବେଶ୍ ରସିକ। ଜଣେ ମହିଳା ଡ୍ୟାନ୍ସରଙ୍କୁ କୋଳରେ ବସାଇ ତା ସହ ଅଶ୍ଲୀଳ ଆଚରଣ କଲେ ସର୍ବସମ୍ମୁଖରେ। ଏହାର ଭିଡ଼ିଓ ଭାଇରାଲ ପରେ ଏବେ ସବୁଠି ଚର୍ଚ୍ଚାରେ ୟୁପି ବଲିଆର ବିଜେପି ନେତା ବବ୍ବନ ସିଂ ରଘୁବଂଶୀ। ବିହାରର ଏକ ବିବାହ ଶୋଭାଯାତ୍ରାରେ ସାମିଲ୍ ହେବାକୁ ଯାଇଥିଲେ ବବନ୍। ଆଉ ଏଭଳି ଅଶ୍ଳୀଳ ଆଚରଣ ପଦାରେ ପଡ଼ିବା ପରେ ଅଜବ ସଫେଇ ଦେଇଛନ୍ତି ବବନ୍। ଏହାକୁ ରାଜନୀତିକ ଷଡ଼ଯନ୍ତ୍ର ବୋଲି କହିଛନ୍ତି। ନିଜକୁ ପରିବହନ ମନ୍ତ୍ରୀ ଦୟାଶଙ୍କର ସିଂଙ୍କ ସମ୍ପର୍କୀୟ କହିବା ସହ ଆସନ୍ତା ବିଧାନସଭା ନିର୍ବାଚନରେ ସେ ଟିକଟ ଆଶାୟୀ ଥିବାରୁ ତାଙ୍କର ଛବିକୁ ମଳିନ କରିବାକୁ ବିରୋଧୀ ପ୍ରୟାସ କରୁଛନ୍ତି। କୁହାଯାଉଛି ଏ ଭିଡ଼ିଓ ୨୦ ଦିନ ତଳର। ବିବାହ କାର୍ଯ୍ୟରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ବେଳେ ବବ୍ବନ ସବୁ ସୀମା ଭୁଲିଯାଇଥିଲେ। ଆହୁରି କହିଥିଲେ, ସେ ନିମନ୍ତ୍ରିତ ଅତିଥି ଭାବେ ଯାଇଥିଲେ। କଳାକାରଙ୍କୁ ପ୍ରଥା ଅନୁସାରେ ଟଙ୍କା ବି ଦେଇଥିଲେ। ଯେଉଁ ମହିଳା ଡ୍ୟାନ୍ସର ତାଙ୍କ ପାଖକୁ ନିଜେ ଆସିଥିଲେ, ତାଙ୍କ ସହ ଏମିତି କୌଣସି ହରକତ ସେ କରିନାହାନ୍ତି। ଏହା ଏଡିଟେଡ୍ ଭିଡ଼ିଓ। ସ୍ଥାନୀୟ ବିଧାୟକ କେତକୀ ସିଂ ଓ ତାଙ୍କ ସ୍ୱାମୀଙ୍କୁ ଏହି ଷଡ଼ଯନ୍ତ୍ରର ମାଷ୍ଟରମାଇଣ୍ଡ ବୋଲି ଆରୋପ ଲଦିଛନ୍ତି। ସେପଟେ କେତକୀ ସିଂ କହିଛନ୍ତି, ବବ୍ବନ ତାଙ୍କ ପିତାଙ୍କ ବୟସର। ନିଜ ବିବେକକୁ ହରାଇ ଏତେ ତଳକୁ ଖସିସାରିଛନ୍ତି ବବ୍ବନ। ସମ୍ମାନଜନକ ପଦରେ ରହି ବି ଏଭଳି ଅଶ୍ଳୀଳ ହରକତ କରୁଥିଲା ବେଳେ ୫୦ ଲୋକ ଭିଡ଼ିଓ କରୁଥିଲେ। ଅନ୍ତତଃ ଟିକେ ଲଜ୍ଜାସରମ ଥିଲେ ଏଭଳି କରିନଥାଆନ୍ତେ। ଆଉ ଟିକଟ ଓ ଇଲେକ୍ସନର ଆଳ ନେଇ ନିଜ ଚରିତ୍ର କେତେ ଭଲ ବୋଲି ସଫେଇ ଦେଲେ ବି ପାର୍ଟି ହାଇକମାଣ୍ଡଙ୍କୁ ଏ ସବୁ ଜଣା। ନିଜେ ତ ବଦନାମ। ମନ୍ତ୍ରୀଙ୍କ ସମ୍ପର୍କୀୟ କହି ଆଉ କାହାକୁ ବୁଡ଼ାଇବାରୁ ନିବୃତ୍ତ ରୁହ। ଆଜାଦ ଅଧିକାର ସେନା ଏସପିଙ୍କୁ ଭେଟି ଏହା ଉପରେ ଏତଲା କରି କଠୋର ଆକ୍ସନ ନେବାକୁ ଦାବି କରିଛି। ଏସପି କହିଛନ୍ତି, ଭିଡ଼ିଓର ଯାଞ୍ଚ ହେବ। ଏଭଳି କୌଣସି ହରକତ ହୋଇଥିଲେ, ଆଇନ ଅନୁସାରେ ଆକ୍ସନ ହେବ। ପୂର୍ବତନ ଆଇପିଏସ ଅମିତାଭ ଠାକୁର କହିଛନ୍ତି, ଏହା ଅତି ତଳସ୍ତରର କାମ। ତତ୍କାଳ ଏତଲା ହେଉ। ଆକ୍ସନ ଲାଗି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଅପିଲ କରିଛନ୍ତି ଅମିତାଭ ଠାକୁର। ଫେକ୍ ଭିଡିଓ ନା ସତ ଭିଡ଼ିଓ। ଜଣେ ବୟସ୍କ ରାଜନେତାଙ୍କ ଏଭଳି ଆଚରଣକୁ ନେଇ ସବୁଠି ହଇଚଇ। ବବ୍ବନ ଦୋଷୀ ନା କେହି ତାଙ୍କୁ ବଦନାମ କରିବାକୁ ଷଡ଼ଯନ୍ତ୍ର କରିଛି, ଏହାର ଖୁଲାସା ତୁରନ୍ତ ହେବା ଜରୁରୀ। ବବନଙ୍କୁ ୨୦୨୨ରେ ବିଜେପି ସଲେମପୁରରୁ ଟିକଟ ଦେଇଥିଲା ଲଢ଼ିବାକୁ।

Naxatra News is now on Whatsapp
Join and get latest news update delivered to you via whatsapp
Join Now