ସାବୁନ ଭିତରେ ବ୍ଲେଡ୍- କଞ୍ଜୁମର ଫୋରମରେ ଫେରାଦ୍

ସାବୁନ୍ ଲଗାଇ ଗାଧୋଇବା ବେଳେ ୧୦ ବର୍ଷର ପୁଅର ଗାଲ କଟିଗଲା। ଆଶ୍ଟର୍ଯ୍ୟ ହେଲେ ବି ସତ। ଗ୍ୱାଲିଅରରୁ ଆସିଛି ଏଭଳି ଅଭାବନୀୟ ଘଟଣା। କାରଣ ପୁଅ ଯେଉଁ ଡେଟଲ ସାବୁନରେ ଗାଧୋଉଥିଲା, ସେ ଭିତରେ ଥିଲା ବ୍ଲେଡ୍। ଆଉ ଏହା ଜାଣିନପାରି ପିଲାଟି ସାଙ୍ଗମାନଙ୍କ ସହ ଖେଳିକି ଆସିବା ପରେ ଯେତେବେଳେ ସାବୁନକୁ ମୁହଁରେ ମାରିଥିଲା, ତା ଗାଲ କଟିଯାଇ ରକ୍ତ ବାହାରିବାକୁ ଲାଗିଥିଲା। ୧୦ ବର୍ଷର ଅଂଶ ତୁରନ୍ତ ତା ବାପାଙ୍କୁ କହିଥିଲା। ଆଉ ସାବୁନକୁ ପାଣିରେ ଘସିବାରୁ ତା ଭିତରେ ଏକ ବ୍ଲେଡ୍ ବାହାରିଥିଲା। ସୋମବାର ସଂଧ୍ୟାରେ ବାହୋଦାପୁରର ଆନନ୍ଦନଗରର ଏହା ଘଟଣା। ୨୧ ତାରିଖରେ ନିକଟବର୍ତ୍ତୀ ଦୋକାନରୁ ଏହି ସାବୁନ କିଣାଯାଇଥିଲା। ମଙ୍ଗଳବାର ଏ ଘଟଣାକୁ ନେଇ ଅଂଶଙ୍କ ପିତା ଅଙ୍ଗଦ ସିଂ ତୋମାର ଜାତୀୟ କଞ୍ଜୁମର ଫୋରମରେ ଅଭିଯୋଗ କରିଛନ୍ତି। ଘର ନିକଟରେ ଥିବା ମୋହିତ ଦୋକାନରୁ ଆଣିଥିବା ଏହି ସାବୁନକୁ ଦେଖାଇଥିଲେ ଅଙ୍ଗଦ। ଏହା ବଦଳରେ ଆଉ ଏକ ସାବୁନ ଦେବାକୁ କହିଥିଲେ। ଦୋକାନୀ ବି ଏହାକୁ ଅବିଶ୍ୱାସ କରିଥିଲେ ଯେ, ସାବୁନ ଭିତରେ ବ୍ଲେଡ ରହିଛି। ସେ ଆଉ ଏକ ସାବୁନ ଦେଇଥିଲେ ଅବଶ୍ୟ। ଅଙ୍ଗଦ ଡେଟଲ କମ୍ପାନୀ ବିରୁଦ୍ଧରେ ହେଲ୍ପଲାଇନ ୧୯୧୫ରେ ଅନଲାଇନ ଅଭିଯୋଗ କରିଛନ୍ତି। ସାବୁନ ଭିତରେ ଥିବା ବ୍ଲେଡ ଲାଗି ଜଣଙ୍କ ଜୀବନ ଯାଇଥାଆନ୍ତା। ଯଦି ଉପଯୁକ୍ତ ପଦକ୍ଷେପ ନିଆଯିବନି, ତାହେଲେ ସେ କୋର୍ଟର ଦ୍ୱାରସ୍ଥ ହେବେ ବୋଲି ଚେତାଇ ଦେଇଛନ୍ତି ଅଙ୍ଗଦ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *