ମେଣ୍ଟ ନୁହେଁ, ଏକାକୀ ୟୁପିରେ ଲଢ଼ିବ ବିଏସପି- ମାୟାବତୀ

ୟୁପିରେ ଏକାକୀ ନିର୍ବାଚନ ଲଢ଼ିବ ବହୁଜନ ସମାଜପାର୍ଟି। ଏଭଳି ବଡ଼ ଘୋଷଣା କରିଛନ୍ତି ଦଳର ସୁପ୍ରିମୋ ମାୟବତୀ। ୨୦୨୭ ବିଧାନସଭା ନିର୍ବାଚନରେ କାହା ସହ ମେଣ୍ଟ କରିବନି ବୋଲି ସ୍ପଷ୍ଟ କରିଦେଇଛନ୍ତି ମାୟାବତୀ। ନିର୍ବାଚନୀ ପ୍ରସ୍ତୁତିରେ ଲାଗିଥିବା ଦଳୀୟ କର୍ମକର୍ତ୍ତାଙ୍କ ଧ୍ୟାନକୁ ଦିଗହରା କରିବାକୁ ମେଣ୍ଟର କଥା କହି ବିରୋଧୀ ଷଡଯନ୍ତ୍ର କରୁଛନ୍ତି। ଗଣମାଧ୍ୟମ ଜରିଆରେ ଏଭଳି ଫେକ୍ ନ୍ୟୁଜ୍ ପରିବେଷଣ ହେଉଛି। ଗଲାବର୍ଷ ଅକ୍ଟୋବର ୯ରେ ଦଳର ପ୍ରତିଷ୍ଠାତା କାଂଶୀରାମଙ୍କ ପୂଣ୍ୟତିଥିରେ ଲକ୍ଷ୍ନୌରେ ହୋଇଥିବା କାର୍ଯ୍ୟକ୍ରମରେ ବି ସେ ଖୋଲା ମଞ୍ଚରେ ବିଏସପି ଏକାକୀ ନିର୍ବାଚନ ଲଢିବ ବୋଲି ସ୍ପଷ୍ଟ କରିଦେଇଥିଲେ। ମାୟାବତୀ କହିଛନ୍ତି, ସମସ୍ତେ ଜାଣନ୍ତି- କଂଗ୍ରେସ, ସପା ଓ ବିଜେପିର ଭାବନା ସଂକୀର୍ଣ୍ଣ ଅଟେ। ଆଉ ଏ ସବୁ ଦଳ ବାବା ସାହେବ ଆମ୍ୱେଦକରଙ୍କ ବିରୋଧୀ। ଏହା ବି ସତ ଯେ, ଏଭଳି ଗଠବନ୍ଧନରୁ ବିଏସପିକୁ ସବୁବେଳେ କ୍ଷତି ହୋଇଆସିଛି। ଏହା ସହ ଦିଲ୍ଲୀରେ ନୂଆ ବଙ୍ଗଳା ଆଲଟକୁ ନେଇ ଚର୍ଚ୍ଚାର ବି ଜବାବ ରଖିଛନ୍ତି ମାୟାବତୀ। କେନ୍ଦ୍ର ସରକାର ତାଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ଆଲଟମେଣ୍ଟ କରିଛନ୍ତି। ସମସ୍ତେ ଜାଣିଥିଲେ, ସପା ସରକାର ତାଙ୍କ ମୁଖିଆଙ୍କ ନିର୍ଦେଶରେ ଜୁନ୍ ୧୯୯୫ରେ ଷ୍ଟେଟ୍ ଗେଷ୍ଟ ହାଉସରେ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ। ଏହାର ପର ଦିନ ୟୁପିରେ ବିଏସପିର ସରକାର ହେବା ପରେ କେନ୍ଦ୍ର ସରକାର ତାଙ୍କୁ ସୁରକ୍ଷା ଦେଇଥିଲେ। ଏବେ ଏ ବିପଦ ଅଧିକ ବଢ଼ିଯାଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *