କେବେ ବି ଛୋଟ ପିଲାଙ୍କୁ କାର ଭିତରେ ଏକାକୀ ଛାଡ଼ିବେନି। ଗୋଟିଏ ମୂହୂର୍ତ୍ତ ପାଇଁ ବି ନୁହେଁ। ଏହା କେତେ ରିସ୍କ ଚେଭେଲାରୁ ଆସିଥିବା ଘଟଣାରୁ ଜାଣିପାରିବେ। କାର ଲକରୁ ଚାଲିଗଲା ଦୁଇଟି ପିଲାଙ୍କ ଜୀବନ। ହାଇଦ୍ରାବାଦର ଚେଭେଲାରୁ ଆସିଛି ଏଭଳି ଦୁଃଖଦ ଖବର। କାର୍ ଡୋର୍ ଲକରୁ ଶ୍ୱାସରୁଦ୍ଧ ହୋଇ ଦୁଇ କୁନି ଝିଅଙ୍କର ମୃତ୍ୟୁ ହୋଇଛି। ସମ୍ପର୍କରେ ଦୁଇ ଭଉଣୀ। ଜଣଙ୍କର ବୟସ ୫ ତ ଅନ୍ଯଜଣଙ୍କର ବୟସ ୪। ଜଣଙ୍କର ନାଁ ତନ୍ମୟୀ ଓ ଜଣଙ୍କର ନାଁ ଅଭିନୟା ଶ୍ରୀ। ଚେଭେଲାର ଦାମରଗିଡ଼ା ଗାଁରେ ଏଭଳି ଅଭାବନୀୟ ଘଟଣା ଆସିଛି। ଜଣେ ସମ୍ପର୍କୀୟଙ୍କ ବିବାହ ଉତ୍ସବରେ ସାମିଲ୍ ହେବାକୁ ଯାଇଥିଲେ। ତେବେ ଘର ଆଗରେ ଖେଳୁଥିବା ବେଳେ ପାର୍କିଂରେ ଥିବା ଏକ କାର୍ ଭିତରକୁ ପଶିଯାଇଥିଲେ ଉଭୟ। କିନ୍ତୁ ଅଚାନକ କାର୍ ଡୋର୍ ଲକ୍ ହୋଇଯାଇଥିଲା। ଏହାକୁ କେହି ନଜର ବି କରିନଥିଲେ। ଏମିତିରେ ପ୍ରବଳ ଗରମରୁ କାର୍ ଭିତରେ ଦୀର୍ଘ ସମୟ ଧରି ଛଟପଟ ହୋଇଥିଲେ ଦୁଇ ଭଉଣୀ। ଆଉ ଶ୍ୱାସରୁଦ୍ଧରୁ ଜୀବନ ଚାଲିଯାଇଥିଲା। ପିଲା ବାହାରେ ଖେଳୁଥିଲା ବେଳେ ଘର ଭିତରେ ଗପସପରେ ମାତିଥିଲେ ପରିବାର ଲୋକେ। ଦୀର୍ଘ ସମୟ ଧରି ଦୁଇ ପିଲାଙ୍କୁ କେଉଁଠି ନ ପାଇ ପରିବାର ଲୋକେ ଖୋଜିଲା ବେଳକୁ ଦେଖିବାକୁ ପାଇଥିଲେ ଯେ, କାର୍ ଭିତରେ ଅଚେତ ଅବସ୍ଥାରେ ଦୁହେଁ ପଡ଼ିଛନ୍ତି। ତୁରନ୍ତ କାର୍ ଖୋଲି ସେମାନଙ୍କୁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ଏମାନଙ୍କୁ ମୃତ ବୋଲି ଘୋଷଣା କରିଥିଲେ।

Naxatra News is now on Whatsapp
Join and get latest news update delivered to you via whatsapp
Join Now