ସିଇସି ଜ୍ଞାନେଶ କୁମାରଙ୍କ ବିରୁଦ୍ଧରେ ମହାଭିଯୋଗ ପ୍ରସ୍ତାବ!

ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ହଟାଇବାକୁ ଆସିଲା ମହାଅଭିଯୋଗ ପ୍ରସ୍ତାବ। ଜ୍ଞାନେଶଙ୍କୁ ହଟାଇବାକୁ ସଦନର ଉଭୟ ଗୃହରେ ବିରୋଧୀ ନୋଟିସ୍ ଦେଇଛନ୍ତି। ବିରୋଧୀଙ୍କ ଅଭିଯୋଗ ହେଉଛି କି, ଜ୍ଞାନେଶ କୁମାର ସତ୍ତାଧାରୀ ଦଳ ବିଜେପିକୁ ସହଯୋଗ କରୁଛନ୍ତି। ଆଉ ବିରୋଧୀଙ୍କ ବିରୁଦ୍ଧରେ କାମ କରୁଛନ୍ତି। ୧୯୦ ସାଂସଦଙ୍କ ହସ୍ତାକ୍ଷରରେ ଏହି ନୋଟିସ ଦିଆଯାଇଛି। ମତାଦାତାଙ୍କ ଅଧିକାରକୁ ବଞ୍ଚିତ କରିବା ଓ ପକ୍ଷପାତପୂର୍ଣ୍ଣ ବ୍ୟବହାର ସହ ୭ଟି ଗମ୍ଭୀର ଆରୋପ ଲଦିଛନ୍ତି ବିରୋଧୀ ଦଳ। ଟିଏମସି ନେତୃତ୍ୱରେ ବିରୋଧୀ ଦଳ ଏହି ନୋଟିସକୁ ଉଭୟ ଗୃହରେ ଜମା କରିଛନ୍ତି। ବିହାରରେ ଏସଆଇଆରକୁ ଯେମିତି ସମ୍ଭାଳିଲେ, ମଦଦାତାଙ୍କ ଅଧିକାରକୁ କ୍ଷୁର୍ଣ୍ଣ କଲେ। ଏସଆଇଆରରେ ସମ୍ୱିଧାନକୁ ଅବମାନନା କଲେ ଜ୍ଞାନେଶ କୁମାର। ରାଜନୀତିକ ଦଳଗୁଡ଼ିକ ପ୍ରତି ପକ୍ଷପାତିତା କଲେ। ବିରୋଧୀ ଦଳ ନେତାଙ୍କୁ ଦୁର୍ବ୍ୟବହାର କଲେ।ତେବେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ପଦରୁ ହଟାଇବାକୁ ପ୍ରକ୍ରିୟା ଯାହା, ସୁପ୍ରିମକୋର୍ଟର କୌଣସି ବିଚାରପତିଙ୍କୁ ହଟାଇବା ପ୍ରକ୍ରିୟା ବି ତାହା। ସମ୍ୱିଧାନର ଅନୁଛେଦ ୩୨୪(୫) ଆଧାରରେ ସିଇସିଙ୍କୁ କେବଳ ହଟାଯାଇପାରିବ, ଯେଉଁ ପଦ୍ଧତିରେ ସର୍ବୋଚ୍ଚ ଅଦାଲତର ବିଚାରପତିଙ୍କୁ ହଟାଯାଇଥାଏ। ଏଥିଲାଗି ଲୋକସଭାରେ ଅତି କମରେ ଶହେ ସଦସ୍ୟ ବା ରାଜ୍ୟସଭାରେ ୫୦ ସଦସ୍ୟଙ୍କ ହସ୍ତାକ୍ଷର ସହ ପ୍ରସ୍ତାବ ଆଣିବା ଜରୁରୀ। ସିଇସିଙ୍କୁ ହଟାଇବାକୁ ହେଲେ ଦୁଇ ତୃତୀୟାଂଶ ବହୁମତ ଦରକାର ଗୃହରେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *