ଚିନ୍ତା ବଢ଼ାଇଲାଣି ଚୀନ ଭାଇରସ୍, ନେବ କି ମହାମାରୀ ରୂପ ?

ହ୍ୟୁମାନ୍ ମେଟାନ୍ୟୁମୋଭାଇରସ୍‌ ବା HMPV। ଏହି ନୂଆ ଭାଇରସ୍ ଦ୍ବାରା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ବେଗରେ ବଢିବାରେ ଲାଗିଛି। ତେବେ ଛୋଟ ପିଲାଙ୍କ ଠାରେ ଭୂତାଣୁ ପ୍ରଭାବ ଅଧିକ ଦେଖିବାକୁ ମିଳିଛି। ତେବେ କେବଳ HMPV ନୁହେଁ ଅନ୍ୟ କିଛି ଭାଇରସ୍‌ ଦ୍ବାରା ଲୋକେ ସଂକ୍ରମିତ ହେଉଛନ୍ତି। ଇନ୍‌ଫ୍ଲୁଏନ୍‌ଜା-ଇ, ମାଇକୋପ୍ଲାଜମା ନିମୋନିଆ, ଏବଂ କୋଭିଡ-୧୯ ଭାଇରସରେ ବି ସଂକ୍ରମିତ ହେଉଛନ୍ତି। ବଢୁଥିବା ସଂକ୍ରମଣ ପାଇଁ ଚୀନର ଅନେକ ସ୍ଥାନରେ ଜରୁରୀକାଳିନ ସ୍ଥିତିର ଘୋଷଣା ମଧ୍ୟ କରାଯାଇଥିବା ଦାବି ହେଉଛି।

ଚୀନ୍‌ ଏବେ ଆଉ ଏକ ମହାମାରୀ ଭଳି ସଂକ୍ରମଣ ସ୍ଥିତିକୁ ସାମ୍ନା କରୁଥିବା ନେଇ ଅନେକ ସୋସିଆଲ ମିଡିଆ ପୋଷ୍ଟ ଓ ରିପୋର୍ଟରେ ପ୍ରକାଶ ପାଇବା ପରେ ବିଶ୍ବବ୍ୟାପୀ ହଇଚଇ ସୃଷ୍ଟି ହୋଇଛି। ତେବେ ରହସ୍ୟମୟ ଭୂତାଣୁ ସହ ସଂଘର୍ଷ ନେଇ ଚୀନ୍‌ ନିଜର ପ୍ରସ୍ତୁତି ଓ ମୁକାବିଲା ସଂକ୍ରାନ୍ତ ତଥ୍ୟ ସାର୍ବଜନୀନ କରୁନାହିଁ । ହ୍ୟୁମାନ ମେଟାନ୍ୟୁମୋଭାଇରସ୍ ବା ଐHMPV ପାଇଁ ଚୀନ୍‌ରେ ଏଭଳି ସ୍ଥିତି ଉପୁଜିଛି ବୋଲି କୁହାଯାଉଥିବା ବେଳେ ଏଥି ପାଇଁ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା କିମ୍ବା ଟିକା ଉପଲବ୍ଧ ନ ଥିବାରୁ, ଭୂତାଣୁ ବିଷୟରେ ସଚେତନତା, ସତର୍କତା ଓ ପ୍ରତିରୋଧ ଜରୁରୀ ବୋଲି କୁହାଯାଉଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *