ଦେଶରେ କୋଭିଡ୍ ପଜିଟିଭଙ୍କ ସଂଖ୍ୟା ହଜାରେ ଟପିଲା। ଆଜି ଦେଶରେ କୋଭିଡ୍ ପଜିଟିଭ ସଂଖ୍ୟା ୧୦୧୧ ରହିଛି। ସର୍ବାଧିକ କୋଭିଡ୍ ଆକ୍ରାନ୍ତ କେରଳରୁ ଚିହ୍ନଟ ହୋଇଛନ୍ତି। କେରଳରେ ୪୩୦ ମାମଲା ଆସିଥିଲା ବେଳେ ତା ପଛକୁ ମହାରାଷ୍ଟ୍ର ଓ ଦିଲ୍ଲୀ ରହିଛି। ମହାରାଷ୍ଟ୍ରରେ ୨୦୯ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିଲା ବେଳେ ଦିଲ୍ଲୀରେ ୧୦୪। ଗୁଜରାଟରେ ୮୩, ତାମିଲନାଡ଼ୁରେ ୬୯, କର୍ଣ୍ଣାଟକରେ ୪୭, ୟୁପିରେ ୧୫, ରାଜସ୍ଥାନରେ ୧୩, ପଶ୍ଚିମବଙ୍ଗରେ ୧୨ କୋଭିଡ୍ ରୋଗୀ ଚିହ୍ନଟ ହୋଇଛନ୍ତି। ହରିଆଣା ଓ ପୁଡ୍ଡୁଚେରୀରେ ୯, ଆନ୍ଧ୍ରରେ ୪, ବିହାରରେ ୨, ଗୋଆ, ଛତିଶଗଡ଼, ତେଲେଙ୍ଗାନାରେ ଜଣେ ଲେଖାଏଁ ନୂଆ କୋଭିଡ ରୋଗୀ ଚିହ୍ନଟ ହୋଇଛନ୍ତି।

Naxatra News is now on Whatsapp
Join and get latest news update delivered to you via whatsapp
Join Now