ଦିଲ୍ଲୀ-ଏନସିଆରରେ ୧ ଅକ୍ଟୋବରରୁ ଡ଼ିଜେଲରେ ଚାଲୁଥିବା ଜେନେରେଟର ଉପରେ କଟକଣା : ବାୟୁ ଗୁଣବତା ପ୍ରବନ୍ଧନ ଆୟୋଗ ରାଜ୍ୟକୁ ଜାରୀ କଲେ ନିର୍ଦ୍ଦେଶ

Spread the love

ନୂଆଦିଲ୍ଲୀ : ବାୟୁ ଗୁଣବତା ପ୍ରବନ୍ଧନ ଆୟୋଗ ଦିଲ୍ଲୀ ଏବଂ ରାଷ୍ଟ୍ରୀୟ ରାଜଧାନୀ ଅଂଚଳରେ ୧ ଅକ୍ଟୋବରରୁ ଡ଼ିଜେଲରେ ଚାଲୁଥିବା ଜେନେରେଟର ଉପରେ କଟକଣା ଲଗାଇବାକୁ ନିର୍ଦ୍ଦେଶ ଜାରୀ କରିଛନ୍ତି । ଦିଲ୍ଲୀ-ଏନସିଆରରେ ପ୍ରଦ୍ୟୁଷଣକୁ ଦୃଷ୍ଟିରେ ରଖି ଆୟୋଗ ଗୁରୁବାର ଏନେଇ ଆୟୋଜିତ ସମୀକ୍ଷା ବୈଠକରେ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ସମସ୍ତ ସଂସ୍ଥା ଗୁଡିକ ନିଜର ଡିଜି ସେଟ୍ ଗୁଡିକୁ ଦୋହରା ଇନ୍ଧନ ପ୍ରଣାଳୀ (ଗ୍ୟାସ୍ ଏବଂ ଡିଜେଲ) କରିବାକୁ ନିର୍ଦ୍ଦେଶ ଜାରୀ କରିଛନ୍ତି ।

ଏହାପରେ ଡିଜେଲ୍ ରେ ଚାଲୁଥିବା ଜେନେରେଟର ଗୁଡିକ ଉପରେ ପ୍ରତିବନ୍ଧକ ରହିବ । ଏହି କଟକଣାକୁ କଡ଼ାକଡ଼ି ଭାବେ ଲାଗୁ କରିବାକୁ ସମସ୍ତ ସମ୍ବନ୍ଧିତ ରାଜ୍ୟ ଗୁଡିକୁ ନିର୍ଦ୍ଦେଶ ଜାରୀ କରିଛନ୍ତି ଆୟୋଗ ।

Leave a Reply

Your email address will not be published. Required fields are marked *