ଚାକିରୀ ପାଇଲା ପରେ ଶାଶୁଙ୍କୁ ଦେଇଥିବା କଥା ଭାଙ୍ଗିଲେ ବୋହୂ- ଦ୍ୱିତୀୟ ବିବାହ ରଚିଲେ

ଚାକିରୀ ପାଇବା ପରେ ପ୍ରତିଶୃତି ଭାଙ୍ଗିଲେ ବୋହୂ। ଶାଶୁଙ୍କୁ ଦେଇଥିବା କଥା ଭାଙ୍ଗି ନିଜ ବିଭାଗର ଅଫିସରଙ୍କୁ କରିଲେ ବିବାହ। ଆଉ ଯାହାକୁ ନେଇ ବୋହୂ ବିରୁଦ୍ଧରେ ଫେରାଦ୍ ହୋଇଛନ୍ତି ଶାଶୁ। ୟୁପିର ବରେଲିରେ ନଗର ନିଗମ କମିଶନରଙ୍କ ପାଖରେ ଅଭିଯୋଗ କରିଛନ୍ତି ଶାଶୁୁ। ଆରୋପ ଲଦିଛନ୍ତି ଯେ, ତାଙ୍କ ବୋହୂ ତାଙ୍କ ପୁଅର ମୃତ୍ୟୁ ପରେ ଥଇଥାନ କୋଟାରେ ଚାକିରୀ ପାଇଥିଲେ। କିନ୍ତୁ ସେହି ବିଭାଗରେ କାହାକୁ କିଛି ନ କହି ଜଣେ ଅଫିସରଙ୍କ ସହ ବିବାହ କରିନେଲେ। ଯାହା କଥା ଦେଇଥିଲେ, ତାକୁ ତ ନିଭାଇଲେନି। ପାଲଟା ତାଙ୍କୁ ଧୋକା ଦେଲେ। ଏହି ଅଭିଯୋଗର ତଦନ୍ତ ଲାଗି ନିର୍ଦେଶ ଦେଇଛନ୍ତି କମିଶନର। ଯାହାଙ୍କୁ ବୋହୂ ବିବାହ କରିଛନ୍ତି, ସେ ନିଗମରେ ପୂର୍ବରୁ ନିୟୋଜିତ ଥିଲେ। ଶାଶୁଙ୍କ ଅଭିଯୋଗ ଅନୁସାରେ, ନଗର ନିଗମରେ ଚାକିରୀ କରୁଥିଲା ବେଳେ ମେ ୨୧, ୨୦୧୫ରେ ତାଙ୍କ ସ୍ୱାମୀଙ୍କ ପରଲୋକ ଘଟିଥିଲା। ତାଙ୍କ ସ୍ୱାମୀଙ୍କ ସ୍ଥାନରେ ପୁଅକୁ ଚାକିରୀ ମିଳିଥିଲା। ପୁଅ ବେମାର ପଡ଼ିଥିଲା। ଆଉ ପୁଅର ଚିକିତ୍ସା ଲାଗି ସେ ବ୍ୟାଙ୍କରୁ ୧୨ ଲକ୍ଷ ଟଙ୍କା ଋଣ ଆଣିଥିଲେ। କିନ୍ତୁ ପୁଅ ବଞ୍ଚିଲାନି। ୨୦୧୮ରେ ପୁଅର ମୃତ୍ୟୁ ପରେ ତାଙ୍କ ଜାଗାରେ ବୋହୂକୁ ଚାକିରୀ ମିଳିଥିଲା। ଚାକିରୀ ପାଇବା ପରେ ବୋହୂ ନଗରନିଗମ କମିଶନଙ୍କ ପାଖରେ ଶପଥପାଠ ଦାଖଲ କରିଥିଲେ ଯେ, ସେ ନିଜର ଚାକିରୀକାଳ ଅଥବା ଜୀବିତ ଥିଲା ଯାଏଁ ଶାଶୁଙ୍କ ଦେଖାଶୁଣା କରିବେ। ଆଉ ବ୍ୟାଙ୍କ ଋଣ ସୁଝିବେ। କିନ୍ତୁ ଏହା କିଛି ବର୍ଷ ଚାଲିଲା ପରେ ଏବେ ବୋହୂ କିସ୍ତି ଦେବା ବନ୍ଦ କରିଦେଲେ। ଏହା ସହ ଦ୍ୱିତୀୟ ବିବାହ ବି କରିନେଇଛନ୍ତି। ଏଭଳି ଆଚରଣ କର୍ମଚାରୀ ସେବା ନିୟମାବଳୀର ଉଲ୍ଲଂଘନ ବୋଲି କହିଛନ୍ତି ଶାଶୁ। ଅଭିଯୋଗପତ୍ରରେ ବିବାହର ଫଟୋ ବି ସଂଲଗ୍ନ କରିଛନ୍ତି ଶାଶୁ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *