ଦିଲ୍ଲୀ ପୁଲିସ ଆମ୍ ଆଦମୀ ଦଳ ଦ୍ୱାରା ତିଆରି ଅନବ୍ରେକବୁଲ ଡକ୍ୟୁମେଣ୍ଟାରୀର ସ୍କ୍ରିନିଂକୁ ରୋକ୍ ଲଗାଇଥିଲା। ଏହା ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ ଓ ସ୍ପେଶିଆଲ ସ୍କ୍ରିନିଂ ଆଗରୁ ପୁଲିସର ଅନୁମତି ନିଆଯାଇନଥିବା ଆଦି କାରଣ ଦର୍ଶାଇ ପୁଲିସ ପ୍ରତିବନ୍ଧକ ଲଗାଇବାରୁ ଏହା ପଛରେ ବିଜେପିର ଷଡ଼ଯନ୍ତ୍ର ଥିବା କହିଥିଲେ କେଜ୍ରିଓ୍ୱାଲ। ଡକ୍ୟୁମେଣ୍ଟାରୀ ସହ ନିର୍ବାଚନରେ ଲେନଦେନ ନାହଁ ବୋଲି କହିଥିଲେ। ଗଲା ଶନିବାର ଏହାର ସ୍ପେଶିଆଲ ସ୍କ୍ରିନିଂ ହେବାର ଥିଲା। କେଜ୍ରିଓ୍ୱାଲ ଜେଲ୍ ଯିବା ପରେ କେମିତି ଦଳ ସଂଘର୍ଷ କରିଥିଲା ଓ ଜେଲରୁ କେଜ୍ରିଓ୍ୱାଲ ଫେରିବା ପରେ କେମିତି ଘଟଣାବହୁଳ ଥିଲା ଏ ସବୁ ଦର୍ଶାଯାଇଛି। ବିଜେପି ସରକାରର ଅସାମ୍ୱିଧାନିକ ଆକ୍ସନ ଓ ବେଆଇନ କାମକୁ ଏକ୍ସପୋଜ୍ କରିବାକୁ ଏହି ସ୍କ୍ରିନିଂ ସାମ୍ୱାଦିକଙ୍କୁ ଦେଖାଇବାକୁ ଯୋଜନା ହୋଇଥିଲା। ହେଲେ ଫସର ଫାଟିଯାଇଥିଲା।
କିନ୍ତୁ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଧ୍ରୁବ ରାଠି ନିଜର ୟୁଟ୍ୟୁବ୍ ଚାନେଲରେ ଅନବ୍ରେକ୍ବୁଲକୁ ପ୍ରସାରିତ କରିଛନ୍ତି। ଧ୍ରୁବଙ୍କ ଏଭଳି ଉଦ୍ୟମକୁ ଦେଖି ଆପ୍ ସଂଯୋଜକ କେଜ୍ରିଓ୍ୱାଲ ତାଙ୍କୁ ଧନ୍ୟବାଦ ଦେବା ସହ କୃତଜ୍ଞତା ଜ୍ଞାପନ କରିଛନ୍ତି। ଏହି ଡକ୍ୟୁମେଣ୍ଟାରୀ ଫିଲ୍ମ ତାଙ୍କ ଲାଗି ବେଶ୍ ଭାବବିହ୍ୱଳ ଅଟେ। ଦେଶରେ ଆମ୍ ଆଦମୀ ଦଳ ପ୍ରତି ଷଡ଼ଯନ୍ତ୍ର କରି ପୁରା ବ୍ୟବସ୍ଥାକୁ ଯେମିତି ଆକ୍ରମଣ ଜାରି ରହିଛି, ଆଉ କୌଣସି ଦଳ ଏମିତି ଭୋଗିନଥିବ। ଏଭଳି କଠିନ ସମୟ ହିଁ ଦେଖାଏ- ବାସ୍ତବରେ ଆମେ କଅଣ। ଯେତେବେଳେ ପୁରା ସିଷ୍ଟମ ଏହି ଡକ୍ୟୁମେଣ୍ଟାରୀକୁ ରୋକିବାକୁ ଜୁଟିଥିଲା। ସେତେବେଳେ ଧ୍ରୁବ ସାହାସ ଦେଖାଇ ଏହାକୁ ଦୁନିଆ ଆଗକୁ ଆଣିଲେ।
ଗଲା ୨୬ ବର୍ଷ ଧରି ଦିଲ୍ଲୀ କ୍ଷମତା ଚୌକିରୁ ଦୂରେଇ ରହିଛି ବିଜେପି। ଏଥର କମବ୍ୟାକ୍ କରିବ ବୋଲି ଆଶାବାଦୀ। ମଦ ଦୁର୍ନୀତି ମାମଲାରେ ଆପ୍ର ଅନେକ ତୁଙ୍ଗ ନେତା ଜେଲ ଯାଇ ବେଲରେ ଆସିଥିବା ମୁଦ୍ଦାକୁ ବଡ଼ ପ୍ରସଙ୍ଗ କରିଛି ବିଜେପି। ସେପଟେ କେନ୍ଦ୍ର ବିରୁଦ୍ଧରେ ଲଗାତାର ମୋର୍ଚ୍ଚା ଜାରି ରଖିଥିବା ଧ୍ରୁବ ବେଶ୍ ଚର୍ଚ୍ଚାରେ ଥାଆନ୍ତି। ତମାମ ଭିଡ଼ିଓରେ ବିଜେପି ଓ ମୋଦି ସରକାରଙ୍କ ବିରୁଦ୍ଧରେ ନିଶାନା କରି ଆସୁଛନ୍ତି।
Naxatra News is now on Whatsapp
Join and get latest news update delivered to you via whatsapp
Join Now