ବିମାନବନ୍ଦରରେ ଘଣ୍ଟାଏ କାଳ କାହିଁକି ଫସିରହିଲେ ଉପ-ମୁଖ୍ୟମନ୍ତ୍ରୀ ସିନ୍ଦେ?

ଘଣ୍ଟାଏ କାଳ ଏୟାରପୋର୍ଟରେ ଫସିରହିଲେ ମହାରାଷ୍ଟ୍ର ଉପ-ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ। ଡ୍ୟୁଟି ସରିଗଲା କହି ପାଇଲଟ ବିମାନ ଉଡ଼ାଇବାକୁ ମନା କରିବାରୁ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଆଉ ଅସୁସ୍ଥ ବି ଥିଲେ ପାଇଲଟ। ଜଲଗାଁଓରେ ଏଭଳି ରୋଚକ ସ୍ଥିତି ଉପୁଜିଥିଲା। ତେବେ ଘଣ୍ଟାଏ କାଳ ଏୟାରପୋର୍ଟରେ ବସିରହିଲେ। ତେବେ ସେଠାରୁ ଯିବା ବେଳେ ସେ ଦେଖିଲେ ଯେ, ଫ୍ଲାଇଟ୍ ଚାଲିଯିବାରୁ ଏକ ଦମ୍ପତ୍ତି ବି ଏୟାରପୋର୍ଟରେ ଥିଲେ। ଯାହାଙ୍କର କିଡ଼ନି ସର୍ଜରୀ ପାଇଁ ମୁମ୍ୱାଇ ଯିବାର ଥିଲା। ଆଉ ମାନବିକତା ଦେଖାଇ ମନ୍ତ୍ରୀ ନିଜ ବିମାନରେ ସେ ଦମ୍ପତ୍ତିଙ୍କୁ ଯିବାକୁ ଦେଇଥିଲେ। ଆଉ ମୁମ୍ୱାଇ ଏୟାରପୋର୍ଟରେ ବି ଆଂବୁଲାନ୍ସର ବ୍ୟବସ୍ଥା କରିଥିଲେ। ଶୁକ୍ରବାର ଜଲଗାଁଓରୁ ମୁମ୍ୱାଇ ଆସିବାକୁ ସେଥିଲାଗି ବିଳମ୍ୱ ଘଟିଥିଲା। ପ୍ରଥମେ ବିମାନରେ ବୈଷୟିକ ତୃଟି କୁହାଯାଇଥିଲା। ତା ପରେ ଡ୍ୟୁଟି ସମୟ ସରିଗଲା ଓ ଅସୁସ୍ଥ କଥା କହି ପାଇଲଟ ଉଡ଼ାଣ ଲାଗି ମନା କରିଦେଇଥିଲେ। କାରଣ ପାଇଲଟଙ୍କୁ ଫ୍ରେସ କ୍ଲିଅରାନ୍ସ ଜରୁରୀ ଥିଲା। ରାତି ୯ଟା୧୫ରେ ଜଲଗାଁଓ ଏୟାରପୋର୍ଟରେ ପହଞ୍ଚିଥିଲେ ସିନ୍ଦେ। ସିନ୍ଦେଙ୍କ ପର୍ସନାଲ ଏୟାରକ୍ରାଫ୍ଟ ପାଇଲଟ ଉଡ଼ାଣ ଭରିବାକୁ ମନା କରିଥିଲେ। ଏହା ପରେ ଦୁଇ ମନ୍ତ୍ରୀ ମହାଜନ ଓ ପାଟିଲ୍ ଅନ୍ୟ ଅଫିସରଙ୍କ ସହ କଥା ହୋଇ ପାଇଲଟଙ୍କ ସହ ପ୍ରାୟ ୪୫ ମିନିଟ ଆଲୋଚନା କରିଥିଲେ। ଏୟାର ଲାଇନ୍ସରୁ ଆବଶ୍ୟକୀୟ ଅନୁମତି ପାଇବା, ଡାକ୍ତରଙ୍କ ଦ୍ୱାରା ପାଇଲଟଙ୍କ ଆବଶ୍ୟକୀୟ ଚିକିତ୍ସା କରାଇବା ପରେ ଶେଷରେ ବିମାନ ଉଡ଼ାଣ ଭରିଥିଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *