ମାଧୁରୀ ଲାଗି ଅମ୍ୱାନୀ ସହ କଳି!

ହାତୀ ପାଇଁ ହଜାର ହଜାର ଲୋକ ରାସ୍ତା ଉପରକୁ ଆସି ପ୍ରତିବାଦ କଲେ। ମାଈ ହାତୀ ମହାଦେବୀଙ୍କ ଲାଗି ପେଟା ଓ ଅମ୍ୱାନୀଙ୍କ ବିରୁଦ୍ଧରେ ମୋର୍ଚ୍ଚା ବାହାରିଥିଲା। ଯାହାକୁ କୋହ୍ଲାପୁରର ମାଧୁରୀ ବୋଲି କୁହାଯାଏ। ଦୀର୍ଘ ୪୫ କିଲୋମିଟରର ପଦଯାତ୍ରା ବାହାରିଥିଲା। ମାଧୁରୀଙ୍କୁ ନେଇ ମହାରାଷ୍ଟ୍ର କୋହ୍ଲାପୁରରେ ବଡ଼ ଧରଣର ପ୍ରତିବାଦର ନିଆଁ ଦେଖାଯାଇଛି। ଜୈନ ମଠରେ ମହାଦେବୀ ନାଁରେ ହସ୍ତିନୀ ଗଲା ୩୨ ବର୍ଷରୁ ଅଧିକ ସମୟ ଧରି ରହିଥିଲା। ପଶୁଙ୍କ ଓ୍ୱେଲଫେୟାର ପାଇଁ କାମ କରୁଥିବା ସଂଗଠନ ପେଟା ଅଭିଯୋଗ କରିଥିଲା ଯେ, ମଠରେ ହାତୀର ଅବସ୍ଥା ଠିକ୍ ନାହିଁ। ପିପୁଲ୍ସ ଫର୍ ଦି ଏଥିକାଲ୍ ଟ୍ରିଟମେଣ୍ଟ୍ ଅଫ ଆନିମଲ୍ସ ବା ପେଟା ଆରୋପ ଲଦିଥିଲା ଯେ, ଜୈନ ମଠରେ ହାତୀର ଭଲ ଭାବେ ଦେଖାଶୁଣା କରାଯାଉନି। ଏହାର ଉଚ୍ଚସ୍ତରୀୟ ଯାଞ୍ଚ ଦାବି କରିଥିଲା ପେଟା। ଏହା ପରେ ହାତୀକୁ ବନ୍ତାରାର ପୁନର୍ବାସ କେନ୍ଦ୍ରକୁ ସିଫ୍ଟ କରିଦିଆଗଲା। ୨୦୧୭ରେ ନିଜର ନିରାଶାଜନକ ଜୀବନ ଲାଗି ମହାଦେବୀ ଜୈନ ମଠର ପ୍ରମୁଖ ପୂଜାରୀଙ୍କ ଉପରେ ଘାତକ ଆକ୍ରମଣ କରିଥିଲା ମାଧୁରୀ। ଯାହା ଫଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଅପ୍ରାକୃତିକ ପରିସ୍ଥିତିରେ ରଖାଯାଇଥିବା ମାନସିକ ଆଘାତ ଓ ହତାଶାଭାବରୁ ହିଂସ୍ରିକ ପ୍ରତିକ୍ରିୟା ଦେବାରେ ଲାଗିଥିଲା। ୨୦୧୨ରୁ ୨୦୨୩ ଭିତରେ ଜୈନ ମଠ ମହାଦେବୀକୁ ଅତିକମରେ ୧୩ଥର ରାଜ୍ୟ ବାହାରକୁ ନିଆଯାଇଥିଲା ଓ ଅନେକ ଶୋଭାଯାତ୍ରାରେ ବ୍ୟବହାର କରାଯାଉଥିଲା। ଏହା ବେଆଇନ ଥିଲା। ଏପରିକି ୨୦୨୨-୨୩ରେ ମହରମ ଶୋଭାଯାତ୍ରା ପାଇଁ ତେଲେଙ୍ଗାନା ବି ନିଆଯାଇଥିଲା। ଜୁଲାଇ ୨୦୨୦ରେ ହାତୀକୁ ବେଆଇନ ପରିବହନ ଲାଗି ଜବତ କରାଯାଇଥିଲା। ଏହାର କଷ୍ଟଡି ମହାରାଷ୍ଟ୍ର ବନବିଭାଗକୁ ହସ୍ତାନ୍ତର କରିଦିଆଯାଇଥିଲା। ଜୁନ୍ ୨୦୨୪ରେ ମହାରାଷ୍ଟ୍ର ମୁଖ୍ୟ ବନ ସଂରକ୍ଷକ ସୁପ୍ରିମକୋର୍ଟର ହାଇପାୱାର କମିଟି ପାଖରେ ହାତୀକୁ ପୁନର୍ବାସ ଲାଗି ସୁପାରିଶ କରିଥିଲା। ଜୁଲାଇ ୨୮, ୨୦୨୫ରେ ହାଇକୋର୍ଟଙ୍କ ରାୟକୁ କାଏମ ରଖି ସୁପ୍ରିମକୋର୍ଟ ନିର୍ଦେଶ ଦେଇଥିଲେ ଯେ, ଦୁଇ ସପ୍ତାହ ଭିତରେ ମାଧୁରୀକୁ ଜାମନଗର ସିଫ୍ଟ କର। ଜାମନଗରର ରାଧେକୃଷ୍ଣ ଟେମ୍ପୁଲ ଏଲିଫ୍ୟାଣ୍ଟ ଓ୍ୱେଲଫେୟାର ଟ୍ରଷ୍ଟକୁ ହାତୀକୁ ପଠାଇ ଦିଆଯାଇଥିଲା। ଏହା ବନ୍ତାରାର ଏକ ଅଂଶ। ବନ୍ତାରା ଉଦ୍ୟୋଗପତି ମୁକେଶ ଅମ୍ୱାନୀଙ୍କ ପୁଅ ଅନନ୍ତ ଅମ୍ୱାନୀଙ୍କ ଅଟେ। ଅନନ୍ତ ଅମ୍ୱାନୀଙ୍କ ସଉକ ଲାଗି ଟଙ୍କା ବଳରେ ମାଧୁରୀକୁ ବନ୍ତାରାକୁ ନିଆଗଲା ବୋଲି ଆନ୍ଦୋଳନକାରୀ ଆରୋପ ଲଦିଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଆଶ୍ୱସ୍ତ କରିଛନ୍ତି ଯେ, ମାଧୁରୀକୁ ପୁଣି ଥରେ ନନ୍ଦିନୀ ମଠକୁ ନିରାପଦ ଫେରାଇବାକୁ ପ୍ରକ୍ରିୟା ଆରମ୍ଭ ହେବ। ବନ୍ତାରା ମ୍ୟାନେଜମେଣ୍ଟ କହିଛି, ସେମାନେ କେବଳ ସୁପ୍ରିମକୋର୍ଟଙ୍କ ନିର୍ଦେଶକୁ ଅନୁପାଳନ କରୁଛନ୍ତି। ମାଧୁରୀର କଷ୍ଟଡି ନେବା କୌଣସି ଉଦ୍ଦେଶ୍ୟ ନୁହେଁ। ନନ୍ଦିନୀ ମଠ ପାଖରେ ଏକ ରିହାବିଲିଟେସନ ସେଣ୍ଟର କରିବାକୁ ବନ୍ତାରା ସରକାରଙ୍କୁ ସହଯୋଗ କରିବାକୁ କଥା ଦେଇଛି। ବନବିଭାଗ ଜାଗା ସ୍ଥିର କରିବ। ଏହାକୁ ନେଇ କୋହ୍ଲାପୁରରେ ପ୍ରବଳ ବିରୋଧ ଜାରି ରହିଛି। ଏହାର ନେତୃତ୍ୱ ନେଉଛନ୍ତି ସ୍ୱାଭିମାନୀ ଶେତକାରୀ ସଂଗଠନର ପ୍ରମୁଖ ତଥା ପୂର୍ବତନ ସାଂସଦ ରାଜୁ ସେଟ୍ଟୀ। ଅଭିଯୋଗ ହେଉଛି ଯେ, ପେଟା ଭୁଲ କାଗଜପତ୍ର ଦେଖାଇ ସୁପ୍ରିମକୋର୍ଟକୁ ଭ୍ରମିତ କରିଥିଲା। ଆଉ ହାତୀକୁ ବନ୍ତାରା ପଠାଇଦେଲେ। ପେଟା ମୁକେଶ ଅମ୍ୱାନୀଙ୍କ ଗୁଲାମି କରୁଛି। ସ୍ଥାନୀୟ ଲୋକେ ଏହା ବିରୋଧରେ ଜିଓର ବହିଷ୍କାର ଘୋଷଣା କରିଛି। ଆଉ ନିଜ ଜିଓ ଫୋନ ନମ୍ୱରକୁ ଅଲଗା କମ୍ପାନୀରେ ପୋର୍ଟିଂ କରୁଛନ୍ତି। କୋହ୍ଲାପୁରର ନାନ୍ଦଣୀ ଗାଁରେ ଥିବା ଜୈନ ମଠରେ ମହାଦେବୀ ନାମକ ହାତୀକୁ ୧୯୯୨ରେ ଅଣାଯାଇଥିଲା। ୭ଶହ ଗାଁର ଏକ ମଠ। ରାଜୁ ସେଟ୍ଟୀଙ୍କ କହିବା କଥା, ୭ଶହ ବର୍ଷର ପରମ୍ପରା ଅନୁସାରେ ଏଠାରେ ହାତୀ ପାଳନ ହୁଏ। ଏହା ଧାର୍ମିକ ଓ ସାଂସ୍କୃତିକ ପରମ୍ପରାର ଅଂଶବିଶେଷ। ୪ ବର୍ଷର ଥିଲା ବେଳେ ମାଧୁରୀ ଆସିଥିଲା ମଠକୁ। ପେଟା ଅଭିଯୋଗ କରିଥିଲା କି, କୋହ୍ଲାପୁରର ନାନ୍ଦଣୀ ଗାଁରେ ଜୈନ ମଠରେ ହାତୀକୁ କଏଦ କରି ରଖାଯାଇ ତାକୁ ଏକୁଟିଆ କରିଦିଆଯାଇଛି। ଲୁହାର ଜଞ୍ଜିରରେ ବାନ୍ଧି ଲୁହାର ଅଙ୍କୁଶରେ ନିୟନ୍ତ୍ରଣ କରାଯାଉଥିଲା। ଗାଁରେ ବୁଲାଇ ତାକୁ ଭିକ ମଗାଇବା କାମରେ ନିୟୋଜିତ କରାଯାଉଥିଲା। ମହରମ ଜୁଲୁସ, ଭିକ୍ଷାବୃତ୍ତି ଓ ଧାର୍ମିକ ଆୟୋଜନରେ ଲଗାଯାଉଥିଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *