.ୟୁନିଭରସିଟିରେ ଜବରଦସ୍ତି ନମାଜ ପାଠ କରିବାକୁ ବାଧ୍ୟ କରାଗଲା। ପ୍ରାୟ ଦେଢ଼ଶହ ହିନ୍ଦୁ ଛାତ୍ରଛାତ୍ରୀଙ୍କୁ ଇଦରେ ନମାଜ ପାଠ କରିବାକୁ ଧମକ ଦେଇଥିଲେ କୁଆଡ଼େ କର୍ତ୍ତୃପକ୍ଷ। ଏନଏସଏସର ପ୍ରଶିକ୍ଷଣ ଶିବିରରେ ଏଭଳି ହୋଇଥିବା ଅଭିଯୋଗ ହୋଇଛି। ୪ ଜଣ ମୁସଲିମ ଛାତ୍ରଙ୍କୁ ନମାଜ ପଢ଼ିବାକୁ ମଞ୍ଚକୁ ଡକାଯାଇଥିଲା। ଆଉ ଏମାନଙ୍କୁ ଅନୁକରଣ କରିବାକୁ ସେଠାରେ ଉପସ୍ଥିତ ୧୫୫ ହିନ୍ଦୁ ଛାତ୍ରଛାତ୍ରୀଙ୍କୁ ବାଧ୍ୟ କରି ସମସ୍ତଙ୍କୁ ନମାଜ ପାଠ କରିବାକୁ କୁହାଯାଇଥିଲା। ଛତିଶଗଡ଼ ବିଳାସପୁରର ଗୁରୁ ଘାସିଦାସ ସେଣ୍ଟ୍ରାଲ ୟୁନିଭରସିଟିର ମାମଲା। କିଛି ଛାତ୍ର ଏହାକୁ ବିରୋଧ କରି ଥାନାରେ ଏତଲା ବି ଦେଇଛନ୍ତି। ଅଭିଯୋଗ ଅନୁସାରେ ୨୬ ମାର୍ଚ୍ଚରୁ ଏପ୍ରିଲ ପହିଲା ପର୍ଯ୍ୟନ୍ତ ଏନଏସଏସ କ୍ୟାମ୍ପ ଚାଲିଥିଲା। ପ୍ରତିଦିନ ଯୋଗ କ୍ଲାସ୍ ହୁଏ। ମାର୍ଚ୍ଚ ୩୧ରେ ଇଦ୍ ଦିନ ସମସ୍ତଙ୍କୁ ନମାଜ ପାଠ କରିବାକୁ ବାଧ୍ୟ କରାଗଲା। ୧୫୯ ଛାତ୍ରଛାତ୍ରୀଙ୍କ ଭିତରୁ ମାତ୍ର ୪ଜଣ ମୁସଲିମ ଛାତ୍ର ଥିଲେ। ନମାଜ ପଢିବାକୁ ଯିଏ ବିରୋଧ କଲା, ତାଙ୍କୁ ଏନଏସଏସ ପ୍ରମାଣପତ୍ର ଦିଆଯିବନି ବୋଲି ଧମକ ଦିଆଯାଇଥିଲା। ଏହାର କୌଣସି ପ୍ରମାଣ ସେମାନେ ଦେଇପାରିବେନି କାରଣ ସମସ୍ତଙ୍କ ମୋବାଇଲ ଜବତ କରିଦେଇଥିଲେ ଟ୍ରେନର। ଏସପି ରଜନେଶ ସିଂ କହିଛନ୍ତି, କୋନି ଥାନାରେ ଅଭିଯୋଗ ହୋଇଛି। ମାମଲାର ଯାଞ୍ଚ ଚାଲିଛି। ଯଦି ଏମିତି କୌଣସି ହୋଇଥିବାର ପ୍ରମାଣ ମିଳେ, ତେବେ ଏତଲା ରୁଜୁ ହେବ। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ବି ଏହାର ଯାଞ୍ଚ ଲାଗି ୩ଜଣିଆ ଫ୍ୟାକ୍ଚ ଫାଇଣ୍ଡିଂ କମିଟି ଗଠନ କରିଛନ୍ତି।ସେପଟେ ୟୁନିଭରସିଟିକୁ ଜେଏନୟୁ ହେବାକୁ ଦେବୁନି କହି ଛାତ୍ରଛାତ୍ରୀ ହଙ୍ଗାମା କରିଛନ୍ତି। ୟୁନିଭରସିଟି ଛାତ୍ର ଓ ହିନ୍ଦୁ ସଂଗଠନ ୟୁନିଭରସିଟି ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

Naxatra News is now on Whatsapp
Join and get latest news update delivered to you via whatsapp
Join Now