ଭାରତରେ ଏଣ୍ଟ୍ରି ମାରିଲା ଏଚଏମପିଭି ଭାଇରସ

ଭାରତରେ ଏଣ୍ଟ୍ରି ମାରିଲା ଏଚଏମପିଭି ଭାଇରସ। ବେଙ୍ଗାଲୁରୁରେ ଏଚଏମପିଭି ଭାଇରସ ଚିହ୍ନଟ ହୋଇଛି। ୮ ମାସର ଶିଶୁ ପୁତ୍ର ଓ ୩ ମାସର ଶିଶୁ କନ୍ୟାକୁ ସଂକ୍ରମିତ କରିଛି ଏଚଏମପିଭି ଭାଇରସ। ସରକାର କହିଛନ୍ତି, ଏହାକୁ ନେଇ କୌଣସି ଚିନ୍ତା କରିବାର ଆବଶ୍ୟକତା ନାହିଁ। ଏହି ଭାଇରସ ଭାରତରେ ଏମିତି ବି ରହିଛି। ଏହି ଭାଇରସ ୨୦୦୧ରେ ବି ଚିହ୍ନଟ ହୋଇଥିଲା ଭାରତରେ। ଏହା ସାଧାରଣ ସର୍ଦ୍ଦି ନଚେତ୍ ଇନଫ୍ଲୁଏନଜା ଭଳି ଅଟେ। ଏହାର ଲକ୍ଷଣ ହେଉଛି ଖାସ, ଜ୍ୱର, ନାକ ବନ୍ଦ ହୋଇଯିବା। ଏହା  ସହ ନ୍ୟୁମୋନିଆ ଓ ବ୍ରଂକିୟୋଲାଇଟ୍ସ ଭଳି ଗମ୍ଭୀର ଶ୍ୱାସ ରୋଗ ବି ସୃଷ୍ଟି କରିପାରେ। ସଂପୃକ୍ତ ଶିଶୁଟିର ଚିକିତ୍ସା ଘରୋଇ ହସ୍ପିଟାଲରେ ଚାଲିଛି। କର୍ଣ୍ଣାଟକ ସ୍ୱାସ୍ଥ୍ୟ ବିଭାଗ କହିଛି, ରାଜ୍ୟର କୌଣସି ସରକାରୀ ଲାବରେ ପିଲାଟିର ଟେଷ୍ଟ ହୋଇନି। ପିଲାଟି କି ତା ପରିବାରର କୌଣସି ବିଦେଶ ଯାତ୍ରାର ବିବରଣୀ ନାହଁ। ପିଲାଟିର ନମୂନା ପରୀକ୍ଷଣ ସରକାରୀ ଲ୍ୟାବରେ କରାଯିବ। ବେଙ୍ଗାଲୁରୁର ବାପଟିଷ୍ଟ ହସ୍ପିଟାଲରେ ପିଲା ଦୁଇଟି ଦେହରେ ସଂକ୍ରମଣର ସମସ୍ତ ଲକ୍ଷଣ ଚିହ୍ନଟ ହୋଇଛି। ଆଇସିଏମଆର ଏହା ସ୍ପଷ୍ଟ କରିଛି।

ସାରା ବିଶ୍ୱରେ କରୋନା ମହାମାରୀ ପରେ ଏଚଏମପିଭି ନାମକ ଭାଇରସ ଚୀନରୁ ଆରମ୍ଭ ହୋଇଛି। ଏହି ଭାଇରସ ବିଶେଷ କରି ପିଲାଙ୍କ ଦେହରେ ଚିହ୍ନଟ ହୋଇଥାଏ। ଫ୍ଲୁ ନମୂନାରୁ ୦.୭ ପ୍ରତିଶତ ଏହି ରୋଗରେ ସଂକ୍ରମିତ। ମେଟାନ୍ୟୁମୋଭାଇରସ ପିଲା ନଚେତ ବୟସ୍କଙ୍କୁ ସଂକ୍ରମିତ କଲେ ଏହା ଗମ୍ଭୀର ବି ହୋଇଥାଏ। କମ୍ ରୋଗ ପ୍ରତିରୋଧକ ଶକ୍ତି ଥିବା ଲୋକଙ୍କୁ ଏହା ଜଲଦି ଧରିଥାଏ। ଶିଶୁଟିର ଚିକିତ୍ସା ଜାରି ରହିଛି। ଏଚଏମପିଭି ଭାଇରସକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ବି ଆଡଭାଇଜୋରି ଜାରି କରିଛି। ଏଯାଏ ଏହି ଭାଇରସକୁ ମୁକାବିଲା ଲାଗି କୌଣସି ଭାକ୍ସିନ ନାହିଁ। ଆଣ୍ଟି ଭାଇରାଲ ଔଷଧର ପ୍ରୟୋଗ ଏହି ଭୂତାଣୁ ଉପରେ ପ୍ରଭାବହୀନ ସାଜୁଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *