ଇନଷ୍ଟାରେ ପ୍ରେମ- ଫେସବୁକରେ ସୁଇସାଇଡ୍

ପଞ୍ଚାୟତ ପୋଛିନେଲା ସିନ୍ଦୂର। ଲଭ ମ୍ୟାରେଜ ପରେ ପ୍ରେମୀଯୁଗଳଙ୍କୁ ଅଲଗା କଲା। ଶେଷରେ ମୁନି-ଶୁଭମ ନିଜ ଜୀବନ ହାରିଦେଲେ। ବିହାରର ବେଗୁସରାଇରୁ ଆସିଛି ଏଭଳି ହୃଦୟ ବିଦାରକ ଘଟଣା। ବିବାହ ପରେ ସାମାଜିକ ଚାପ ଓ ପଞ୍ଚାୟତ ବିରୋଧ ସତ୍ତ୍ୱେ ଦୁହେଁ ଏକାଠି ରହୁଥିଲେ। ଶେଷରେ ଫେସବୁକରେ ଅଲବିଦା ପୋଷ୍ଟ କରି ଜୀବନ ହାରିଦେଲେ। ମୃତକ ହେଲେ ୧୯ ବର୍ଷୀୟ ଶୁଭମ ଓ ୧୮ ବର୍ଷୀୟା ମୁନ୍ନି କୁମାରୀ। ଇନଷ୍ଟାଗ୍ରାମରେ ଉଭୟଙ୍କ ଭିତରେ ପ୍ରେମ ହୋଇଥିଲା। ଯଦିଓ ଦୁହିଁଙ୍କ ଜାତି ଅଲଗା ଥିଲା। କିନ୍ତୁ ପରସ୍ପର ସହ ରହିବାକୁ ମନସ୍ଥ କରିଥିଲେ। କିନ୍ତୁ ୮ ମାସ ପରେ ଫେସବୁକରେ ଅଲବିଦା କହି ନବଦମ୍ପତ୍ତି ଫାଶୀ ଲଗାଇ ଆତ୍ମହତ୍ୟା କରିଦେଲେ। ଆତ୍ମହତ୍ୟା ଆଗରୁ ଶୁଭମ ଫେସବୁକରେ ସ୍ୱାମୀ ସ୍ତ୍ରୀଙ୍କ ଫଟୋ ଲଗାଇ ଅଲବିଦା ଲେଖିଥିଲେ। ୮ ମାସ ଆଗରୁ ଘରୁ ଫେରାର୍ ହୋଇ ଇଣ୍ଟରକାଷ୍ଟ ବିବାହ କରିଥିଲେ। ଗଲା ଡିସେମ୍ୱରରୁ ଏକାଠି ରହୁଥିଲେ। ଏଭଳି ବିବାହକୁ ନେଇ ଝିଅର ପରିବାର ଲୋକେ ଆପତ୍ତି କରିଥିଲେ। ଏହା ପରେ ପଞ୍ଚାୟତ ବସି ଉଭୟଙ୍କୁ ଅଲଗା କରିଦେଇଥିଲା। ପଞ୍ଚାୟତରେ ମୁନିଙ୍କ ସିନ୍ଦୂରକୁ ସ୍ପିରିଟରେ ଧୋଇ ପରିବାରକୁ ହସ୍ତାନ୍ତର କରାଯାଇଥିଲା। କିନ୍ତୁ ପରେ ଦୁହେଁ ଏକାଠି ରହିବାକୁ ପଣ କରିଥିଲେ। ପରିଜନଙ୍କ କହିବା କଥା, ପିଲାଙ୍କୁ ଡାକ୍ତରଙ୍କୁ ଦେଖାଇବାକୁ ସମସ୍ତେ ଘରୁ ବାହାରେେ ଥିଲେ। ସେତେବେଳେ ଏହି ଦମ୍ପତ୍ତି ଆତ୍ମହତ୍ୟା କରିଦେଲେ। ଘରକୁ ଫେରି ଭିତରପଟୁ କବାଟ ବନ୍ଦ ଦେଖି ଝରକା ପଟୁ ଦେଖିଥିଲେ ଯେ, ଶୁଭମ ଫାଶୀ ଲଗାଇ ଝୁଲିଥିଲା ଓ ମୁନିର ଶବ ଖଟରେ ପଡ଼ିଥିଲା। ମାମଲାର ଯାଞ୍ଚ ଲାଗି ଫରେନସିକ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ଦମ୍ପତ୍ତିଙ୍କ ଭିତରେ କୌଣସି ବିବାଦ ନଥିଲା ବୋଲି କହିଛନ୍ତି ପରିବାର ପରିଜନ। ଶବ ବ୍ୟବଛେଦ ଲାଗି ପଠାଯାଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *