ଧୋକା ଦେଲା ଇନଷ୍ଟାଗ୍ରାମ ପ୍ରେମ

ଦିଲ୍ଲୀରେ ବିୟୁଟିପାର୍ଲର ଖୋଲିଥିଲେ। କିନ୍ତୁ ନିଜଠୁ କମ୍ ବୟସର ଯୁବକ ସହ ପ୍ରେମରେ ପଡିଯାଇଥିଲେ। ଯଦିଓ ତିନୋଟି ସନ୍ତାନର ମାଆ ଥିଲେ। ସେଥିଲାଗି ଇନଷ୍ଟାଗ୍ରାମରେ ପ୍ରେମସମ୍ପର୍କ ଗଢ଼ିଥିବା ଯୁବକ ଅମିତ ପ୍ରେମରେ ପଡ଼ିଯାଇଥିଲେ। କମ୍ ବୟସର ପ୍ରେମୀ ମିଳିବ ଭାବି ଯେତେବେଳେ ପୁଷ୍ପା ସବୁ କିଛି ଛାଡ଼ି ଆମେଥିରେ ଥିବା ପ୍ରେମିକ ଅମିତ୍ ପାଖକୁ ଚାଲିଆସିଲା। ସେତେବେଳେ ପ୍ରେମିକ ତାକୁ ଚିହ୍ନିବାକୁ ମନା କରିଦେଲା। କାରଣ ଅମିତ ଏପ୍ରିଲ ୨୦ରେ ଅନ୍ୟତ୍ର ବିବାହ କରିବାକୁ ଯାଉଛି। ପୁଷ୍ପା ତା ଘରେ ପହଞ୍ଚି ଯେତେ ପ୍ରେମ, ପ୍ରତିଶୃତି କଥା କହିଲା। ଏ କାନରେ ପୁରାଇ ସେ କାନରେ ପୁରାଇଦେଲା। ଆଉ ଚିହ୍ନିପାରିଲିନି। ପାଲଟା ପଚାରିଥିଲା- ତୁମେ କିଏ। ମୁଁ ଜାଣିନି। ମାମଲା ଏବେ ଥାନାରେ ପହଞ୍ଚିଛି। ଯୁବକ ବିରୁଦ୍ଧରେ ଏତଲା ଦେଇଛନ୍ତି ଯୁବତୀ ଜଣକ। ସବୁଠୁ ଖାସ୍ କଥା ଏୟା ଯେ, ସଂପୃକ୍ତ ମହିଳାଙ୍କୁ ନ୍ୟାୟ ଦେବାକୁ ତାଙ୍କ ସ୍ୱାମୀ ବି ସାଙ୍ଗରେ ଆସିଥିଲେ। ସବୁଠି ଚର୍ଚ୍ଚା। ବୋଧେ ସଂପୃକ୍ତ ମହିଳାଙ୍କଠୁ ତାଙ୍କ ସ୍ୱାମୀ ବି ମୁକୁଳିବାକୁ ଚାହୁଁଛନ୍ତି। ଶେଷରେ ପୁଲିସ ଦୁଇ ପକ୍ଷଙ୍କୁ ଡାକି ବୁଝାସୁଝା କରିବା ପରେ ମହିଳା ନିଜ ସ୍ୱାମୀ ସହ ଦିଲ୍ଲୀ ଫେରିଯାଇଛନ୍ତି। ପ୍ରେମୀ ଅମିତ ରୋଜଗାର ଉଦ୍ଦେଶ୍ଯରେ ଅହମଦାବାଦ ସହର ଯାଇଥିଲା। ସେଠାରେ ଏକ ପିଜା ସେଣ୍ଟରରେ କାମ କରୁଥିଲା। ସେଠାରେ ଦିଲ୍ଲୀର ଯୁବତୀ ସହ ଇନଷ୍ଟାଗ୍ରାମରେ ବନ୍ଧୁତା ହୋଇଥିଲା। ଧୀରେ ଧୀରେ ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା। ଯୁବତୀ ଜଣକ ଅଭିଯୋଗ କରିଥିଲେ କି, ସଂପୃକ୍ତ ଯୁବକ ଇନଷ୍ଟାଗ୍ରାମରେ ବ୍ୟୁଟି ପାର୍ଲର କୋର୍ସ ଶିଖାଉଥିବା ଝିଅଙ୍କୁ ଫଲୋ କରି ତାଙ୍କର ମୋବାଇଲ ନମ୍ୱର ନେଇଥିଲା। ଆଉ ଅନେକ ଥର ପରସ୍ପରକୁ ସେମାନେ ଭେଟିଛନ୍ତି ବି। ଉଭୟଙ୍କ ଭିତରେ ଶାରୀରିକ ସମ୍ପର୍କ ବି ଥିଲା। ତେବେ ମହିଳାଙ୍କ ସ୍ୱାମୀ ଓ ଭାଇକୁ ସବୁ କଥା କହିଦେବି କହି ତାଙ୍କ ଜୀବନକୁ ବରବାଦ୍ କରିଦେବି ବୋଲି ବ୍ଲାକମେଲିଂ କରୁଥିଲା। ଯୁବକ ଜଣକ ନିଜେ ତାଙ୍କୁ ବିବାହ କରିବ ବୋଲି ଚାପ ପକାଇଆସୁଥିଲା। କିନ୍ତୁ ଏବେ ମନା କରିଦେଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *