ପୁଣିଥରେ ଇସ୍ରାଏଲର ଆଟାକ୍: ୨୨ମୃତ

ଲେବାନନ ଉପରେ ପୁଣିଥରେ ଆକ୍ରମଣ କରିଛି ଇସ୍ରାଏଲ। ଲେବାନନର ରାଜଧାନୀ ବେରୁଟ ଉପରେ ଇସ୍ରାଏଲ ରକେଟ୍ ମାଡ। ଏଥିରେ ୨୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବହୁଜଣ ଆହାତ ମଧ୍ୟ ହୋଇଛନ୍ତି। ଆତଙ୍କବାଦୀ ଲୁଚିଥିବା ଆଶଙ୍କାରେ ବେରୁଟର ଦୁଇଟି କୋଠା ଉପରେ ଇସ୍ରାଏଲ ରକେଟ୍ ମାଡ କରିଛି। ଯାହାଫଳରେ ଏହି ଘଟଣା ଘଟିଛି। ସେପଟେ ଆତଙ୍କବାଦୀ ସଂଗଠନ ହମାସ ବିରୋଧରେ ମଧ୍ୟ ଇସ୍ରାଏଲ ଯୁଦ୍ଧ ଲଢୁଛି। ଗାଜାରେ ବିସ୍ଥାପିତମାନେ ଆଶ୍ରୟ ନେଇଥିବା ଏକ ସ୍କୁଲ ଉପରେ ଆକ୍ରମଣ କରିଛି ଇସ୍ରାଏଲ। ଯାହାଫଳରେ ୨୭ ଜଣଙ୍କର ମୃତ୍ୟୁ ଘଟିଛି। ଫିଲିସ୍ତିନୀ ଉଗ୍ରବାଦୀଙ୍କୁ ଟାର୍ଗେଟ୍ କରି ଏହି ଆକ୍ରମଣ କରାଯାଇଥିବ ବୋଲି ଆଇଡିଏଫ୍ କହିଛି। 

ଅନ୍ୟପଟେ ସଂଗଠନର ମୁଖ୍ୟ ହାସନ ନସ୍ରଲ୍ଲା ଏବଂ ତାଙ୍କ ଉତ୍ତରାଧିକାରୀ ହାମିସ ସୈଫୁଦ୍ଦିନଙ୍କ ପରେ ଏବେ ମୁଖ୍ୟ କାର୍ଯ୍ୟାଳୟର କମାଣ୍ଡରଙ୍କୁ ହତ୍ୟା କରି ହିଜବୁଲ୍ଲା ଶକ୍ତିକୁ ଦୁର୍ବଳ କରିଦେଇଛି ଇସ୍ରାଏଲ। ଏନେଇ ଇସ୍ରାଏଲ ସେନ ପକ୍ଷରୁ ଏକ ପୋଷ୍ଟ ମାଧ୍ୟମରେ ସୂଚନା ଦିଆଯାଇଛି କି, ହିଜବୁଲ୍ଲା ମୁଖ୍ୟ କାର୍ଯ୍ୟାଳୟରେ ଥିବା କମାଣ୍ଡର ସୁହେଲ ହୁସେନ ହୁସେନୀର ଏୟାର ଷ୍ଟ୍ରାଇକ୍ ରେ ନିପାତ ହୋଇଯାଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *